ETV Bharat / city

କୁଏତରେ ଦଶହରା ପାଳିଲେ ପ୍ରବାସୀ ଓଡିଆ - ଅବସର ଥିଲା ପବିତ୍ର ଦଶହରା ତାହା ପୁଣି ସୂଦୁର କୁଏତରେ

ଦଶହରା ଖାଲି ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ପାଳନ କରିଛନ୍ତି ପ୍ରବାସୀ ଓଡିଆ । କୁଏତରେ ରହୁଥିବା ଶହଶହ ଓଡିଆ ମା’ଙ୍କୁ ଆରଧନା କରିବା ସହ ଧୂମଧାମରେ ପାଳନ କରିଛନ୍ତି ଦଶହରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 7, 2019, 11:38 PM IST

ଭୁବନେଶ୍ବର: ଶୁଭୁଥିଲା ମହାମନ୍ତ୍ର । ବାଜୁଥିଲା ମୃଦଙ୍ଗ ସହ ଗିନି । ସମସ୍ତଙ୍କ ମୁହଁରୁ ବାହାରୁଥିଲା ହରେକୃଷ୍ଣ ହରେ ରାମ । ପରେ ବିଧି ମୁତାବାକ ହୋଇଥିଲା ମହାମାୟାଙ୍କ ପୂଜା । ପୂଜାପରେ ମହା ଆଳତୀ ବି ହୋଇଥିଲା । ଶେଷରେ ସମସ୍ତେ ମା’ଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ । କିନ୍ତୁ ଯେଉଁଠି ଏହି ସବୁ ହୋଇଥିଲା ବୋଧହୁଏ ପ୍ରଥମ ଥର ସେହି ମାଟିରେ ଶୁଭିଥିବା ମହାମନ୍ତ୍ର । ଅବସର ଥିଲା ପବିତ୍ର ଦଶହରା । ତାହା ପୁଣି ସୂଦୁର କୁଏତରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ କୁଏତରେ ଥିବା ଶହଶହ ସଂଖ୍ୟାରେ ଓଡିଆ ପାଳନ କରିଛନ୍ତି ଦଶହରା । କର୍ମ ଅନ୍ବେଷଣରେ ଜନ୍ମମାଟି ଠାରୁ ଦୂରରେ ଥିଲେବି ନିଜ ସଂସ୍କୃତି ପରମ୍ପରାକୁ ଭୁଲି ନାହାଁନ୍ତି ଏମାନେ । ସେଥିପାଇଁ ଦଶହରା ଅବସରରେ ମିଳିମିଶି ଏକାଠି ହୋଇ ପାଳିଛନ୍ତି ଦଶହରା । ପୂଜିଛନ୍ତି ଦୁର୍ଗତୀ ନାଶୀନି ମା ଦୁର୍ଗାଙ୍କୁ । ମାଙ୍କ ଆରଧନା ସହ ଭଜନ ସଂକୀର୍ତ୍ତନ ଜରିଆରେ ଦଶହରା ପର୍ବ ପାଳନ କରିଛନ୍ତି ପ୍ରବାସୀ ଓଡିଆ ।

ଏଥିରେ ଯୋଗଦେଇଥିଲେ ସମାଜସେବୀ ତଥା ଭାରତ ସେବା ଦର୍ଶନର ସଭାପତି ବିଶ୍ବ ରଂଜନ ସାହୁ । ଏହାସହ ସମସ୍ତ ପ୍ରବାସୀ ଓଡିଆଙ୍କୁ ସର୍ବଦା ଏକତ୍ରିତ ହେବାକୁ ଆହ୍ବାନ ଦେଇଥିଲେ । ନିଜର ପରମ୍ପରା ନଭୁଲି ବଜାୟ ରଖିବାକୁ ଉଦବୋଧନ ଦେଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦେଶ ବାହାରେ ଦଶହରା,
ଧୁମଧାମରେ ପାଳିଲେ ପ୍ରବାସି ଓଡିଆBody:

ସୁଦୁର କୁଏତ ସହର।ଦେଶ ବାହାରେ ଦଶହରା ପାଳନ।ନାଚ ଗିତ ପିଠା ପଣା।ଏମିତି ଦେଖିବାକୁ ମିଳିଛି କୁଏତ ସହରରେ।ସେଠାରେ ଥିବା ଶତାଧିକ ଓଡିଆ ଭାଇମାନେ ଦଶହରା ପାଳିଛନ୍ତି ବେସ ଧୁମଧାମରେ।ଘର ଛାଡି ବାହାରେ କାମ କରୁଥିବା ଏହି ପ୍ରବାସି ଓଡିଆ ଭୁଲିନାହାନ୍ତି ନିଜ ପରମ୍ପରାକୁ।ସେଥିପାଇଁ ଦଶହରା ଅବସରରେ ମିଳିମିଶି ଏକାଠି ହୋଇ ପାଳିଛନ୍ତି ଦୁର୍ଗତିନାଶିନି ମା ଦୁର୍ଗାଙ୍କ ଦଶହରା ପର୍ବ।ଯାହାକୁ ନେଇ କୁଏତ ସହରର ଏ ହେଉଛି ସେହି ସମୟର।ଯେତେବେଳେ ସେଠାରେ ରହୁଥିବା ଓଡିଆ ଭାଇମାନେ ନିଜ କାମରୁ ସମୟ ବାହାର କରି ଏକତ୍ରିତ
ହୋଇ ମାଙ୍କ ଆରଧନା ସହ ନୁଆ ବସ୍ତ୍ର ପରିଧାନ କରି ଭଜନ ସଂକିର୍ତନ ଜରିଆରେ ଦଶହରା ପର୍ବ ପାଳନ କରିଛନ୍ତି।ସମାଜ ସେବି ତଥା ଭାରତ ସେବା ଦର୍ଶନର ସଭାପତି ବିଶ୍ବ ରଂଜନ ସାହୁ ଉପସ୍ଥିତ ରହି ସମସ୍ତ ଓଡିଆ ଭାଇମାନଙ୍କୁ ସର୍ବତା ଏକତ୍ରିତ ହେବାକୁ ଆହ୍ବାନ ଦେଇଥିଲେ ଏବଂ ନିଜର ପରମ୍ପରା ନଭୁଲି ବଜାୟ ରଖିବାକୁ ଉଦବୋଧନ ଦେଇଥିଲେ।ଏହି ଅବସରରେ ମାନପତ୍ର ମଧ୍ଯ ବଣ୍ଟାଯାଇଥିଲା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.