ETV Bharat / city

ରାତି ୯ ରୁ ସଟରଡାଉନ, କର୍ଫ୍ୟୁ ବେଳେ କାହାକୁ ମିଳିବ ଅନୁମତି ଜାଣନ୍ତୁ

ପ୍ରତ୍ୟେକ ଦିନ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ କଟକଣା ଜାରି ରହିବ । ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ଆଉ ସବୁ ବନ୍ଦ ରହିବ । ଅଧିକ ପଢନ୍ତୁ...

author img

By

Published : Apr 16, 2021, 8:56 PM IST

Updated : Apr 17, 2021, 1:37 PM IST

ରାତି ୯ ରୁ ସଟରଡାଉନ, କର୍ଫ୍ୟୁ ବେଳେ କାହାକୁ ମିଳିବ ଅନୁମତି ଜାଣନ୍ତୁ
ରାତି ୯ ରୁ ସଟରଡାଉନ, କର୍ଫ୍ୟୁ ବେଳେ କାହାକୁ ମିଳିବ ଅନୁମତି ଜାଣନ୍ତୁ

ଭୁବନେଶ୍ବର: ୧୭ ତାରିଖ ରାତି ୯ଟାରୁ ସମ୍ପୂର୍ଣ୍ଣ ସଟରଡାଉନ । ଅର୍ଥାତ ଆରମ୍ଭ ହେବ ରାତ୍ରକାଳୀନ କର୍ଫ୍ୟୁ । ପ୍ରତ୍ୟେକ ଦିନ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ କଟକଣା ଜାରି ରହିବ । ଏହି ସମୟରେ ଜରୁରୀକାଳିନ ସେବାକୁ ଛାଡ଼ି ଦେଲେ ଆଉ ସବୁ ବନ୍ଦ ରହିବ । ଏହି ସମୟରେ ହୋମଡେଲିଭରୀ ବଏ ବା ଅନଲାଇନ ଡେଲିଭେରୀ ସେବା ସମେତ, ଏୟାରପୋର୍ଟ ଓ ଷ୍ଟେସନକୁ ଆସୁଥିବା ଲୋକଙ୍କୁ ଯିବା ଆସିବା ପାଇଁ ଅନୁମତି ମିଳିବ ।

ଏଥିସହିତ ଗଣମାଧ୍ୟମ ତଥା ମେଡ଼ିକାଲ ଓ ଜରୁରୀକାଳିନ ସେବାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଯିବା ଆସିବା ନିମନ୍ତେ ଅନୁମତି ରହିଛି । ମୃତଦେହ ସଂସ୍କାର ତଥା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ଗୁଡିକ ଯିବାକୁ ଅନୁମତି ମିଳିବ । ରାତି ୮ରୁ ଦୋକାନ ବଜାର ବନ୍ଦ କରି ଘରକୁ ଫେରିବାକୁ ନିର୍ଦ୍ଦେଶ ରହିଛି । ଫଳରେ ପୋଲିସର ମାସ ପାଟ୍ରୋଲିଂ ଗାଡି ବୁଲିବ ।

ଏଥିସହ ସହରର ୨୫ଟି ଜାଗାରେ ପୋଲିସ ଢ଼କ ପୋଷ୍ଟ ରହିବ । ଅର୍ଥାତ, ରାତିତମାମ ପୋଲିସ ଅଫିସର ଓ କର୍ମଚାରୀ ଡ୍ୟୁଟିରେ ରହି ଚେକିଂ ଓ କଡା ନଜର ରଖିବେ । ପୋଲିସ ପିସିଆର ଭ୍ୟାନ ମଧ୍ୟ ପଇଁତରା ମାରିବ ଫଳରେ ଅମାନିଆଙ୍କୁ ବାହାନା ପାଇଁ ମୌକା ଦିଆଯିବ ନାହିଁ । ଯେଉଁଠି ନିୟମ ଉଲ୍ଲଙ୍ଘନ ହେବ ସେଠି ଏପିଡେମିକ ଆକ୍ଟରେ କଡା କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 17, 2021, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.