ETV Bharat / city

ଅଷ୍ଟମୀତିଥୀରେ ନିଶା ରାକ୍ଷସ ପୋଡି, 3ରୁ ଦାଣ୍ଡିଆ ମହୋତ୍ସବ - ଓଡିଶୀ ଇଣ୍ଟରନ୍ୟାସନାଲ ସେଣ୍ଟର

ଶାରଦୀୟ ଦୁର୍ଗାପୂଜା ପାଇଁ ଚାଲିଛି ପ୍ରସ୍ତୁତି । କିଛି ଭିନ୍ନ କିଛି ନିଆରା କରିବାକୁ ସବୁ ପୂଜା ମଣ୍ଡପରେ ପ୍ରୟାସ । ତେବେ ଓଡିଶୀ ଇଣ୍ଟରନ୍ୟାସନାଲ ସେଣ୍ଟର ଚଳିତ ବର୍ଷ କରିବ ଏହି ନିଆରା କାର୍ଯ୍ୟକ୍ରମ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 28, 2019, 11:33 PM IST

ଭୁବନେଶ୍ବର: ଶରତର ଆଗମନରେ ଧରାପୃଷ୍ଟ ଉତ୍ସବ ମୁଖର । ଚତୁର୍ଦ୍ଦିଗରେ ବାଜିଳାଣି ବାଜା । ଚାରିଆଡେ କାଶତଣ୍ଡି ଫୁଲର ସମ୍ଭାର । ସତରେ ସେ ସ୍ବାଗତ କରୁଛନ୍ତି ସ୍ବର୍ଗରେ ଥିବା ଦେବତା ଗଣଙ୍କୁ । ଆଉ କିଛି ଦିନ ଅନ୍ତରାଳେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଜଗତ ଜନନୀ ଦୁର୍ଗା । ମା’ଙ୍କ ଭବ୍ୟ ପୂଜାପାଇଁ ଧରାପୃଷ୍ଠରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ଉପଲକ୍ଷେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡମରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ଦୀର୍ଘ 13 ବର୍ଷ ଧରି ରାଜଧାନୀର ଜନତା ମୈଦାନରେ ଶାରଦୀୟ ଦୁର୍ଗାପୂଜା ସହ ଦାଣ୍ଡିଆ ମହୋତ୍ସବ ଆୟୋଜନ କରୁଥିବା ଓଡିଶୀ ଇଣ୍ଟରନ୍ୟାସନାଲ ସେଣ୍ଟର ଚଳିତ ବର୍ଷ ମଧ୍ୟ କିଛି ନୂତନ କରିବାକୁ ନିଷ୍ପତ୍ତି ନେଇଛି । ହେଲେ ଚଳିତ ବର୍ଷ ଉତ୍ସବ ଜନତା ମୈଦାନ ପରିବର୍ତ୍ତେ କଳିଙ୍ଗ ଷ୍ଟାଡିୟମ ନିକଟ ଲକ୍ଷ୍ମୀ ମଣ୍ଡପରେ ଆୟୋଜନ ହେବ ପୂଜା ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଟୋବର 3 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ଦାଣ୍ଡିଆ ମହୋତ୍ସବ ଆୟୋଜନ ସହ ରାଜ୍ୟର ବିଭିନ୍ନ ଶକ୍ତିପୀଠକୁ ନେଇ କୁଇଜ ପ୍ରତିଯୋଗୀତା ହେବ । ବିଜୟୀ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ଦିଆଯିବ । ଭକ୍ତ ମାନେ ଦାଣ୍ଡିଆ ନୃତ୍ୟରେ ଭାଗ ନେବାପାଇଁ 2ଶହ ଓ 250 ଟଙ୍କାର ଦର ଧାର୍ଯ୍ୟ କରାଯାଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ପ୍ରଥମଥର ପାଇଁ ଅଷ୍ଟମୀତିଥୀରେ ନିଶା ରାକ୍ଷାସ ପୋଡି ଆୟୋଜନ କରିବ ଓଡିଶୀ ଇଣ୍ଟରନ୍ୟାସନାଲ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପୀଢିଙ୍କୁ ନିଶା କବଳରୁ ରକ୍ଷାକରିବା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସୁଛି ଦଶହରା।ସମସ୍ତେ ଜାକଜମକରେ ମାଙ୍କ ପୂଜା ଆୟୋଜନ କରୁଛନ୍ତି।କିନ୍ତୁ ଏହି ହସଖୁସିର ଦୁନିଆରେ ନିଶା ରାକ୍ଷସ ଏଭଳି ଭାବେ କାୟା ବିସ୍ତାର କରିଛି ଯେ ସମସ୍ତ ପରିବାରର ଖୁସି କୁ ଉଜାଡ଼ି ଦେଲାଣି।ତେଣୁ ଏଥର ମହାଷ୍ଟମୀରେ ନିଶା ରାକ୍ଷସ ପୋଡି କରାଯିବ ର ନିଷ୍ପତ୍ତି ନେଇଛି ଓଡିଶୀ ଇଣ୍ଟରନ୍ୟାସନାଲ ସେଣ୍ଟର।

Body:ଦୀର୍ଘ 13 ବର୍ଷ ଧରି ରାଜଧାନୀର ଜନତା ମଇଦାନରେ ଶାରଦୀୟ ପୂଜା ଅବସରରେ ଦାଣ୍ଡିଆ ଉତ୍ସବ ଆୟୋଜନ କରୁଥିବା ଏହି ସଂସ୍ଥା ଏଥର ଏହି ଉତ୍ସବ କଳିଙ୍ଗ ଷ୍ଟାଡିୟମ ନିକଟ ଲକ୍ଷ୍ମୀ ମଣ୍ଡପରେ ଆୟୋଜନ କରୁଥିବା ସୂଚନା ଦେଇଛନ୍ତି।ଏହି ପୂଜା ଅବସରରେ ଆସନ୍ତ 3 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ଦାଣ୍ଡିଆ ମହୋତ୍ସବ ଆୟୋଜନ କରାଯାଇଛି।ଯେଉଁଠି ପ୍ରବେଶ ଶୁଳ୍କ ମୁକ୍ତ ରକ୍ଷା ଯାଇଥିବ ବେଳେ ମଞ୍ଚରେ ଓ ମଞ୍ଚ ତଳେ ଦାଣ୍ଡିଆ ନାଚିବାକୁ ଯଥାକ୍ରମେ 250 ଓ 200 ଟଙ୍କାର ମୂଲ୍ୟ ମୂଲ୍ୟ ରଖା ଯାଇଥିବା କହିଛନ୍ତି ଏହାର ସଦସ୍ୟ ପରେଶ ନାୟକ।
5ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ପ୍ରତିଦିନ ସନ୍ଧ୍ୟା 6ଟା 30 ରୁ ଆରମ୍ଭ ହେବ ଏବଂ ପ୍ରତି ସନ୍ଧ୍ୟାରେ 5 ଜଣ ଲେଖାଏଁ ବିଶିଷ୍ଟ ମହିଳାଙ୍କୁ ସମ୍ଭାବୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଏହାର ଅଧକ୍ଷ ପ୍ରଶାନ ସାହୁ ସ୍ଥାନୀୟ ଗୀତ ଗୋବିନ୍ଦ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଏହା ସହିତ ପ୍ରତିଦିନ କୁଇଜ କାର୍ଯ୍ୟକ୍ରମ ରେ ଓଡ଼ିଶାର ସଂସ୍କୃତି,ପର୍ଯ୍ୟଟନ ଓ ଦେବାଦେବୀଙ୍କ ଉପରେ କୁଇଜ ଅନୁଷ୍ଠିତ ହେବ।ସଠିକ ଉତ୍ତରଦାତାଙ୍କୁ ସେଠାରେ ପୁରସ୍କୃତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।
ବାଇଟ-ପ୍ରଶାନ୍ତ ସାହୁ,ଅଧ୍ୟକ୍ଷ ଓଆଇସି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.