ETV Bharat / city

ଲୋକଙ୍କ ଜୀବନ ସହ ସାଙ୍ଘାତିକ ଖେଳ, ବଜାରରେ ମିଳୁଛି ନକଲି ଅକ୍ସିମିଟର - କୋଭିଡ ମହାମାରୀ

ଅକ୍ସିମିଟରରେ ମଣିଷ ଆଙ୍ଗୁଠି ଭର୍ତ୍ତି କଲେ ଯେତିକି ଆସୁଛି ଅକ୍ସିଜେନ ସ୍ତର, ବ୍ରସ ଓ ପେନ ରଖିଲେ ମଧ୍ୟ ସମାନ ମାତ୍ରା ଆସୁଛି । ଯାହା ମେଡିକାଲ ସାମଗ୍ରୀର କଳାବଜାରୀକୁ ଦର୍ଶାଉଥିବା ବେଳେ ଡ୍ରଗସ୍ ଟିମର ନିରବତା ନେଇ ପ୍ରଶ୍ନ ଠିଆ କରିଛି । ଅଧିକ ପଢନ୍ତୁ...

ଲୋକଙ୍କ ସ୍ବାସ୍ଥ୍ଯ ସହ ସାଙ୍ଘାତିକ ଖେଳ ବଜାରରେ ମିଳୁଛି ନକଲି ଅକ୍ସିମିଟର

author img

By

Published : May 13, 2021, 9:59 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣ ଦ୍ବିତୀୟ ଲହରରେ ସବୁଠୁ ବଡ ଅସ୍ତ୍ର ସାଜିଛି ଅକ୍ସିମିଟର । ଏହାକୁ ବ୍ୟବହାର କରି ଅକ୍ସିଜେନ ମାତ୍ରା ଏବଂ ପଲସ ରେଟ୍ ଚେକଅପ କରାଯାଉଛି । ଯାହା ଦ୍ବାରା ଜଣେ କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କ ସ୍ବାସ୍ଥାବସ୍ଥା ଏବଂ ଅକ୍ସିଜେନ୍ ସ୍ତର ସମ୍ପର୍କରେ ସୂଚନା ମିଳୁଛି । କିନ୍ତୁ, ଏପରି ଏକ ସଙ୍କଟପୂର୍ଣ୍ଣ ସମୟରେ ହତବାକ କରିଦେବା ପରି ଘଟଣା ସାମ୍ନାକୁ ଆସିଛି ।

ଲୋକଙ୍କ ସ୍ବାସ୍ଥ୍ଯ ସହ ସାଙ୍ଘାତିକ ଖେଳ ବଜାରରେ ମିଳୁଛି ନକଲି ଅକ୍ସିମିଟର

ଯେଉଁ ଅକ୍ସିମିଟରରେ ମଣିଷର ଆଙ୍ଗୁଠି ଭର୍ତ୍ତି କରି ଅକ୍ସିଜେନ ସ୍ତର ମପାଯାଏ, ସେହି ମେସିନରେ ବ୍ରସ ଓ ପେନ ରଖିଲେ ମଧ୍ୟ ସମାନ ମାତ୍ରା ଆସୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହିପରି ଦୁଇଟି ଅକ୍ସିମିଟର ଉଚିତ ଦାମ ଠାରୁ ଚଢା ଦରରେ କିଣି ହରଡଘଣାରେ ପଡିଛନ୍ତି ଜଣେ କୋଭିଡ ରୋଗୀ । ବଜାରରେ ଏପରି ନକଲି ଅକ୍ସିମିଟର ମିଳୁଥିବାବେଳେ, ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ଡ୍ରଗସ୍ ସ୍କ୍ବାଡ ଏସଟିଏଫର ନଜର ଆଢୁଆଳରେ ରହିଛି ଏହି ଘଟଣା । ଅସାଧୁ ବ୍ୟବସାୟୀଙ୍କ ପାଇଁ ଲୋକେ ଯେ ସମସ୍ୟାରେ ପଡିପାରନ୍ତି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଅଭିଯୋଗକାରୀ ଗୌରି ପ୍ରସାଦ ଦାସ । ଯାହାକୁ ନେଇ ସରକାର ଏଦିଗ ପ୍ରତି ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ମେଡିସିନ ଦୋକାନ, ମେଡିକାଲ ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ସାମଗ୍ରୀ ଓ ମେଡିସିନ କଳାବଜାରୀ ଉପରେ ରୋକ ଲଗାଇବାକୁ ଗଠନ ହୋଇଥିବା ଡ୍ରଗସ ସ୍କ୍ବାର୍ଡ ଟାସ୍କଫୋର୍ସ ଟିମ ଯାଞ୍ଚ କରୁଛି । ହେଲେ ଏହି ଟିମର ଆଖିରେ ଆଙ୍ଗୁଠି ଗେଞ୍ଜି କିଭଳି ବିକ୍ରି ହେଉଛି ଏପରି ନକଲି ଜିନିଷ ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ଏପରି ଅକ୍ସିମିଟର ପାଇଁ ନିଜର ସ୍ବାସ୍ଥ୍ୟାବସ୍ଥା ଚେକ କରୁଥିବା ବ୍ୟକ୍ତିଙ୍କ ଅଜାଣତରେ ସ୍ବାସ୍ଥ୍ୟାବସ୍ଥା ବିଗିଡିପାରେ ବୋଲି ଆଶଙ୍କା କରିଛନ୍ତି ଡାକ୍ତର ।

ଏଭଳି ପରିସ୍ଥିତିରେ ବଜାରରେ ଏବେ କେଉଁଟା ଠିକ ଓ କେଉଁଟି ନକଲି ଅକ୍ସିମିଟର ? ତାହା ଜାଣିବା ମୁସ୍କିଲ ହୋଇପଡିଛି । ଏପରି କି ଅନେକ ସ୍ମାର୍ଟ ୱାଚ ଓ କିଛି ଭଲ କମ୍ପାନୀର ଅକ୍ସିମିଟର ମିଳୁଥିଲେ ମଧ୍ୟ ଲୋକଙ୍କ ଚାହିଦା ଦେଖି ଏପରି ନକଲି ଜିନିଷ ବିକ୍ରି କରି ମାଲାମାଲା ହେଉଛନ୍ତି ବ୍ୟବସାୟୀ । ଯାହାକୁ ନେଇ ସରକାର ଆଡଭାଇଜାରୀ ଜାରି କରିବାର ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.