ETV Bharat / city

ଶିଳ୍ପପତି ଠକେଇ ମାମଲାରେ ନୂଆ ଟ୍ବିଷ୍ଟ: ନକଲି ନୁହେଁ ଠକିଥିଲେ ଅସଲି RAW ଅଫିସର

ଓଡିଶାରେ ପ୍ରୋଜେକ୍ଟ ଦେବା ଆଳରେ ଶିଳ୍ପପତିଙ୍କୁ ଠକେଇ ମାମଲାରେ EOW ଦ୍ବାରା ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡ ନକଲି ନୁହେଁ ଅସଲି RAW ଅଫିସର । ଅଧିକ ପଢନ୍ତୁ

ଶିଳ୍ପପତିଙ୍କୁ ଠକେଇ ପଛରେ ଅସଲି RAW ଅଫିସର
ଶିଳ୍ପପତିଙ୍କୁ ଠକେଇ ପଛରେ ଅସଲି RAW ଅଫିସର
author img

By

Published : Dec 22, 2021, 1:26 PM IST

Updated : Dec 22, 2021, 1:52 PM IST

ଭୁବନେଶ୍ବର: ଓଡିଶାରେ ପ୍ରୋଜେକ୍ଟ ଦେବା ଆଳରେ ଶିଳ୍ପପତିଙ୍କୁ ଠକେଇ ମାମଲାରେ EOW ଦ୍ବାରା ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡ ନକଲି ନୁହେଁ ଅସଲି RAW ଅଫିସର । ଏନେଇ ଦିଲ୍ଲୀ ଦ୍ବାରକା କୋର୍ଟରେ ଗତ ୧୯ ତାରିଖରେ ଦାଖଲ କରିଥିବା ID କାର୍ଡରୁ ସ୍ପଷ୍ଟ ହୋଇଛି । ଆସନ୍ତା ୨୪ ରେ ତାଙ୍କୁ SDJM ଭୁବନେଶ୍ୱର ହାଜର ହେବାକୁ ଦିଲ୍ଲୀ ଦ୍ବାରକା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ହାଜର ପୂର୍ବରୁ ଓଡିଶା କ୍ରାଇମବ୍ରାଞ୍ଚ EOWର ତଦନ୍ତକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିବା ସହ ନିଜର ସେଲ୍ ଫୋନ ଡିଟେଲ ଦେବାକୁ ସର୍ତ୍ତ ଆଧାରରେ ଗତ ୧୯ ତାରିଖରେ ଟ୍ରାନଜିଟ ବେଲ ଦେଇଥିଲେ ଦିଲ୍ଲୀ ଦ୍ବାରିକା SDM କୋର୍ଟ ।

ଶିଳ୍ପପତିଙ୍କୁ ଠକେଇ ପଛରେ ଅସଲି RAW ଅଫିସର
ଶିଳ୍ପପତିଙ୍କୁ ଠକେଇ ପଛରେ ଅସଲି RAW ଅଫିସର

ସୂଚନା ଅନୁସାରେ, ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲର ମାଲିକ ରିକାବ ଚାନ୍ଦ ଓରଫ ମୁକେଶ EOWରେ ଏକ ଠକେଇ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ ବେଳେ ଜଣାପଡିଥିଲା ଯେ, ରାଜେଶ ଗେହଲଟ ନାମକ ଜଣେ ଠକ ନିଜକୁ RAW ଅଫିସର କହି ଓଡି଼ଶାରେ କିଛି IASଙ୍କ ସହ ଭଲ ସମ୍ପର୍କ ଥିବା କହିଥିଲେ । ଏହାପରେ ଠକ ସୂର୍ଯ୍ୟମଣି ତ୍ରିପାଠୀଙ୍କୁ ଓଡି଼ଶାର ଜଣେ IAS (ଯିଏକି PWDର ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଛନ୍ତି) ଓ ଅନ୍ୟଜଣେ PWDର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅମିତ କୁମାରଙ୍କ ସହ ପରିଚୟ କରାଇଥିଲେ । ତାଙ୍କୁ ଦିଲ୍ଲୀର ଓଡି଼ଶା ନିବାସରେ ପରିଚିତ କରାଇବା ସହ ପ୍ରଧାନମନ୍ତ୍ରୀ ଯୋଜନାରେ ଓଡିଶାରେ ଏକ ପ୍ରୋଜେକ୍ଟ କରାଇ ଦେବାକୁ କହିଥିଲେ ।

ପରେ ସେହି ଠକ ନକଲି IAS ସୂର୍ଯ୍ୟମଣି ତ୍ରିପାଠୀ ଓଡି଼ଶାର PWDର ମୁଖ୍ୟ ଅଫିସ ଭୁବନେଶ୍ଵର ନିର୍ମାଣ ସୌଧକୁ ଡକାଇ ଗୋଟିଏ ୩୨ କୋଟି ଟଙ୍କାର ପାଣି ପାଇପ ପ୍ରୋଜେକ୍ଟ ଓ ୪୭ କୋଟି ଟଙ୍କାର ବ୍ରିଜ ରଙ୍ଗ କାମ ଭଳି ନକଲି ପ୍ରୋଜେକ୍ଟ କାମ ଦେଇଥିଲେ । ଏହି କାମ ଓଡି଼ଶାର ୩୧୪ଟି ବ୍ଲକର ପାଣି ପାଇପ କାମ ସହ ବିଭିନ୍ନ ବ୍ରିଜରେ ରଙ୍ଗ କାମ ବୋଲି କହିଥିଲେ । ଏନେଇ ଓଡି଼ଶା ବିଧାନସଭା ଭବନ ଟ୍ରେଜେରୀରେ ଜଣେ ମହିଳାଙ୍କ ଜରିଆରେ ୨୫ ଲକ୍ଷର ପ୍ରୋଜେକ୍ଟ ଟ୍ରେଜରି ଡିପୋଜିଟ ନେଇଥିଲେ।

ପରେ ସମ୍ପୃକ୍ତ ଶିଳ୍ପପତି ପ୍ରୋଜେକ୍ଟ ପାଇବା ସୁନିଶ୍ଚିତ ହେବା ପରେ ଓ୍ବାର୍କ ଅର୍ଡର ପାଇଁ ବିଭିନ୍ନ ପର୍ଯ୍ୟାୟରେ ୧ କୋଟି ୧୭ ଲକ୍ଷ ୨ ଜଣଙ୍କୁ ଦେଇଥିଲେ । ନକଲି IAS ସୂର୍ଯ୍ୟମଣି ପରେ ୧ କୋଟି ୧୭ଲକ୍ଷ ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ଓ୍ବାର୍କ ଅର୍ଡର PWD ର IAS ଷ୍ଟାମ୍ପ ଓ ଲେଟର ପ୍ୟାଡରେ ଦେଇଥିଲେ । ହେଲେ ପରେ ସେ ସବୁ ଓ୍ବାର୍କ ଅର୍ଡର ଓ ପ୍ରୋଜେକ୍ଟ ଫେକ ଥିଲା । ଟଙ୍କା ନେବା ପରେ ସେ ଆଉ ଧରାଛୁଆଁ ଦେଇନଥିଲେ । ଆଉ ଏହି ବଡ଼ ଠକେଇ ପାଇଁ ତାଙ୍କୁ ସହଯୋଗ କରିଥିଲେ ନକଲି PWD ଆସିଷ୍ଟାଣ୍ଟ ଇଞ୍ଜିନିୟର ଅମିତ କୁମାର ।

ଏହା ମଧ୍ୟ ପଢନ୍ତୁ:- ପ୍ରୋଜେକ୍ଟ ଦେବା ଆଳରେ ଶିଳ୍ପପତିଙ୍କୁ ୧ କୋଟି ଠକେଇ, EOW ପଞ୍ଝାରେ ନକଲି RAW ଅଫିସର

ସେପଟେ ରିକାବ RTIର ତଥ୍ୟ ଆଧାରରେ ସେ ନକଲି IAS ବୋଲି ଜାଣିବାକୁ ପାଇଥିଲେ । ଏହାପରେ EOWରେ ଅଭିଯୋଗ ପରେ ଏହି ଠକେଇ ରାକେଟର‌ ଚେର ପାଇଥିଲା EOW । ନକଲି IAS ସୂର୍ଯ୍ୟମଣି ତ୍ରିପାଠୀ ଏବଂ ନକଲି PWD ଇଞ୍ଜିନିୟର ଅମିତ କୁମାରକୁ ଗତ ଅକ୍ଟୋବର ୩୦ରେ ଗିରଫ ପରେ ଏହା ପଛର ମାଷ୍ଟର ମାଇଣ୍ଡ ଠକ ରାଜେଶ ଗେହଲଟ ସମ୍ପର୍କରେ ଜଣାପଡିଥିଲା । ଯାହାକୁ ଗିରଫ ପାଇଁ EOW ଠକ ନକଲିର ଅଫିସର‌ ବୋଲାଉଥିବା ରାଜେଶ ଗେହଲଟକୁ ଟ୍ରାକ କରୁଥିଲା । ତେବେ ଗତ ୧୯ ତାରିଖରେ ତାକୁ ଦିଲ୍ଲୀର ଦ୍ବାରକାରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଦିଲ୍ଲୀର ଦ୍ବାରକା କୋର୍ଟରେ ରାଜେଶ ଅସଲି RAW ଅଫିସର ବୋଲି ଆଇ କାର୍ଡ ଡିପୋଜିଟ୍‌ କରିଥିଲେ । ତାଙ୍କୁ ଆସନ୍ତା ୨୪ରେ SDJM ଭୁବନେଶ୍ୱରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ।

ଅନ୍ୟପଟେ ଏହି ଘଟଣାରେ ଜଣେ ରହସ୍ୟମୟୀ ଯୁବତୀ, ଯିଏକି ବିଧାନସଭାରେ ଟ୍ରେଜେରୀ ଡିପୋଜିଟ ପାଇଁ ୨୫ ଲକ୍ଷ ନେଇଥିଲେ ସେହି ଲେଡି ଅଫିସର ମଧ୍ୟ ନକଲି ହୋଇଥିବା ସନ୍ଦେହ କରାଯାଉଛି । ଯାହାକୁ ଖୋଜୁଛି EOW ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 22, 2021, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.