ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲରେ ଚଢାଉ । ସ୍ବାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢାଉ କରାଯାଇଛି । ହସ୍ପିଟାଲରେ ନିମ୍ନ ମାନର ଔଷଧ ଦିଆଯାଉଥିବା ନେଇ ଅଭିଯୋଗ ପାଇବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ୩ ଜଣ ଅଧିକାରୀ କଳିଙ୍ଗ ହସ୍ପିଟାଲ ଉପରେ ଅଚାନକ୍ ଚଢାଉ କରିଥିଲେ ।
ଏହି ଚଢାଉ ସମୟରେ ରୋଗୀଙ୍କୁ ଦିଆଯାଉଥିବା ନିମ୍ନମାନର ଔଷଧ ଜବତ ହୋଇଛି । ଏହାସହ ୬ଟି ଏଭଳି ସାମଗ୍ରୀ ଜବତ କରାଯାଇଛି ଯାହାର ଟେଷ୍ଟ ରିପୋର୍ଟ ନଆସିବା ପର୍ଯ୍ୟନ୍ତ, ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ବ୍ୟବହାର କରିପାରିବେ ନାହିଁ ।
କିଛିଦିନ ପୂର୍ବରୁ ବିଧାୟକଙ୍କୁ ଦୁର୍ବ୍ୟବହାର କରି ଚର୍ଚ୍ଚାକୁ ଆସିଥିଲା କଳିଙ୍ଗ ହସ୍ପିଟାଲ । ଏବେ ହସ୍ପିଟାଲରେ ରୋଗୀଙ୍କୁ ନିମ୍ନମାନର ଔଷଧ ଦିଆଯାଉଥିବା ଅଭିଯୋଗ ଆସିବାରୁ ସ୍ବାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ଚଢାଉ କରିଥିଲା । ତେବେ ପର୍ଯ୍ୟାୟକ୍ରମେ ଅନ୍ୟ ପ୍ରାଇଭେଟ ହସ୍ପିଟାଲ ଗୁଡିକରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ