ETV Bharat / city

ଡ୍ରାଇଭରଙ୍କ ସୁରକ୍ଷା ଲାଗି ନିର୍ମାଣ ହେବ ବିଶ୍ରାମଗାର ! - ବିଧାନସଭା ଖବର

ଡ୍ରାଇଭର ମାନଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ । ପ୍ରତି 100 କିଲୋମିଟର ମଧ୍ୟରେ ବିଶ୍ରାମଗାର, ଗାଡି ପାର୍କିଂ ଏବଂ ଶୌଚାଳୟର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ଯୋଜନା । ଏହା ସହ ସବୁ ଜିଲ୍ଲାରେ ନିର୍ମାଣ ହେବ ଟ୍ରକ ଟର୍ମିନାଲ । ଅଧିକ ପଢନ୍ତୁ

ବିଧାନସଭାରେ ଡ୍ରାଇଭରଙ୍କ ସୁରକ୍ଷା ଚିନ୍ତା !
ବିଧାନସଭାରେ ଡ୍ରାଇଭରଙ୍କ ସୁରକ୍ଷା ଚିନ୍ତା !
author img

By

Published : Jul 14, 2022, 8:11 PM IST

ଭୁବନେଶ୍ବର: ବିଧାନସଭାରେ ଡ୍ରାଇଭରଙ୍କ ସୁରକ୍ଷା ଚିନ୍ତା । ଡ୍ରାଇଭର ମାନଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ । ପ୍ରତି 100 କିଲୋମିଟର ମଧ୍ୟରେ ବିଶ୍ରାମଗାର, ଗାଡି ପାର୍କିଂ ଏବଂ ଶୌଚାଳୟର ସୁବିଧା ପାଇଁ ସରକାରଙ୍କ ଯୋଜନା ରହିଛି । ଏହା ସହ ସବୁ ଜିଲ୍ଲାରେ ନିର୍ମାଣ ହେବ ଟ୍ରକ ଟର୍ମିନାଲ । ଅନୁଗୁଳ, ବାଲେଶ୍ଵର, ଗଞ୍ଜାମ, ଯାଜପୁର, ଝାରସୁଗୁଡା ଏବଂ ସୁନ୍ଦରଗଡରେ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି ।

ବିଧାନସଭାରେ କଂଗ୍ରେସ ବିଧାୟକ ମହମ୍ମଦ ମୁକିମଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଡ୍ରାଇଭର ମାନଙ୍କର ସୁବିଧା ପାଇଁ ପ୍ରତି 100 କିମି ଭିତରେ ଏକ ବିଶ୍ରାମାଗାର ସହ ଗାଡି ପାର୍କିଂ ଏବଂ ଶୌଚାଳୟର ସୁବିଧା ପାଇଁ ସବୁ ଜିଲ୍ଲାରେ ଟ୍ରକ ଟର୍ମିନାଲ ନିର୍ମାଣ ନିମନ୍ତେ ଯୋଜନା କରାଯାଇଛି । ଏଥି ନିମନ୍ତେ ଅନୁଗୁଳ, ବାଲେଶ୍ବର, ଗଞ୍ଜାମ, ଯାଜପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ଜମି ଚିହ୍ନଟ ସରିଛି । ଡ୍ରାଇଭର ମାନଙ୍କ ଦୁର୍ଘଟଣାରେ ଚିକିତ୍ସା, ବୀମା ତଥା ଅନ୍ୟାନ୍ୟ ସୁବିଧା ନିମନ୍ତେ ପରିବହନ ବିଭାଗ ଓ Labour & ESI ଇଏସଆଇ ବିଭାଗଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ।

ଏହି କମିଟି ତାମିଲନାଡୁ, କେରଳ ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ପରିବହନ କର୍ମଚାରୀ ମାନଙ୍କ ମଙ୍ଗଳ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ଅନୁଧ୍ୟାନ କରିବ । ଆବଶ୍ୟକ ପଡ଼ିଲେ କମିଟି ଏହି ରାଜ୍ୟ ଗସ୍ତ କରି ଏକ ବିସ୍ତୃତ ରିପୋର୍ଟ ପରିବହନ ବିଭାଗକୁ ପ୍ରଦାନ କରିବ । ରିପୋର୍ଟ ଅନୁଧ୍ୟାନ ପରେ ସରକାର ନିଷ୍ପତ୍ତି ନେବେ ବୋଲି ବିଧାନସଭାରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.