ଭୁବନେଶ୍ବର: ମାଲିକାଣି ଫୋନ ପେରୁ ଲୁଚାଇ ଟଙ୍କା ଟ୍ରାନ୍ସଫର । ୩୦ ଥରରେ ୧୦ ଲକ୍ଷ ନେଇ ଧରାପଡିଲା ଡ୍ରାଇଭର । ତେବେ କମିସନରେଟ ପୋଲିସ ହାତରେ ଚତୁର ଡ୍ରାଇଭର ଆଜି ଗିରଫ ହୋଇଛି ।
ଡାକ୍ତରାଣୀ ଥିବା ମାଲିକାଣିଙ୍କ ଟଙ୍କା କରୁଥିଲା ନିଜ ଆକାଉଣ୍ଟକୁ ଟ୍ରାନସଫର । ତାହା ପୁଣି ଏମିତି ସେମିତି ଢଙ୍ଗରେ ନୁହେ ଡିଜିଟାଲ ମୋଡରେ । ମାଲିକାଣିଙ୍କ ଫୋନରେ ଇନଷ୍ଟଲ କରିଥିଲା ଫୋନ ପେ ।
ସେହିପରି ନିଜେ ନିଜେ ପାସୱାର୍ଡ ସେଟ କରି ନିଜ ନମ୍ବରକୁ କରୁଥିଲା ଟଙ୍କା ଟ୍ରାନସଫର । ପ୍ରଥମେ ୧୦ ହଜାର ପରେ ପଚାଶ ହଜାର । ଆଉ ଧରାନପଡିବାରୁ ଅଭ୍ୟାସ ହୋଇଗଲା ପରେ ୫୦ ହଜାର ଲେଖାଏଁ ନିଜ ପତ୍ନୀ ଓ ମା ଓ ସାଙ୍ଗ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର କରି ନେଇଥିଲେ । ଏହା ପରେ ଡିଲିଟ୍ କରି ଦେଉଥିଲା ଆସୁଥିବା ମେସେଜ ।
ଅନ୍ୟପଟେ ଡାକ୍ତରାଣି ଜାଣି ପାରୁ ନଥିଲେ ଏପରି ଢଙ୍ଗରେ ଠକି ଚାଲିଥିଲା ଠକ ଡ୍ରାଇଭର । ତାହା ପୁଣି ଥରେ କି ଦୁଇଥର ନୁହେଁ, ୩୦ ଥରରେ ୧୦ ଲକ୍ଷ ଲୁଟିଛନ୍ତି । ତେବେ ମାଲିକାଣି ମେଡ଼ିକାଲରେ ପଡିଥିବା ବେଳେ ମାଲିକାଣିର ଅଜାଣତରେ ଟଙ୍କା ନେଇ ଯାଇଥିଲା ଏହି ଡ୍ରାଇଭର । ଏନେଇ ଚନ୍ଦ୍ରଶେଖରପୁର ଥାନ ଅଞ୍ଚଳର ମାଲିକାଣି ତଥା ଡକ୍ଟର ଗୋରି ଦାସଙ୍କ ସନ୍ଦେହ ହୋଇଥିଲା ।
ଅପରପକ୍ଷେ ଡାକ୍ତରଙ୍କ ଭାଇ ଏନେଇ କମିସନରେଟ ପୋଲିସ ନିକଟରେ ଅଭିଯୋଗ ପରେ ତଦନ୍ତ କରି ସାଇଵର ଥାନା ପୋଲିସ ମନୋଜ ମହାନା ଡ୍ରାଇଭରକୁ ଗିରଫ କରିଛି । ଅଭିଯୁକ୍ତ ଡ୍ରାଇଭର ଜଣକ ଡାକ୍ତରାଣିଙ୍କ ଘରେ ୧ବର୍ଷ ଧରି କାମ କରି ଆସୁଥିଲା । ଅଭିଯୁକ୍ତ ଗିରଫ ପରେ ପାସବୁକ, ଏଟିଏମ ଓ ସିମକାର୍ଡ ଜବତ କରିଛି ପୋଲିସ । ଏଥିସହ ଠକେଇ ଟଙ୍କାରେ ଭଲ ପ୍ୟାଣ୍ଟ ସାର୍ଟ କିଣି ଘର ତିଆରି କରୁଥିଲା ଡ୍ରଇଭର ବୋଲି ପୋଲି ସୂଚନା ଦେଇଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ