ETV Bharat / city

ଝାରସୁଗୁଡ଼ାରେ ସୁଧୁରିବ ପାନୀୟ ଜଳ ସମସ୍ୟା, ବର୍ଷକ ମଧ୍ୟରେ ସରିବ କାର୍ଯ୍ୟ - ଝାରସୁଗୁଡ଼ା

ଝାରସୁଗୁଡ଼ା ସହର ଓ ଆଖପାଖ ଅଞ୍ଚଳରେ ଦୂର ହେବ ପାନୀୟ ଜଳ ସମସ୍ୟା । 24 ଘଣ୍ଟା ପାଣି ପାଇବେ ଅଞ୍ଚଳବାସୀ । ଆସନ୍ତା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସମସ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଅଧିକ ପଢନ୍ତୁ...

ଝାରସୁଗୁଡ଼ାରେ ସୁଧୁରିବ ପାନୀୟ ଜଳ ସମସ୍ୟା, ବର୍ଷକ ମଧ୍ୟରେ ସରିବ କାର୍ଯ୍ୟ

author img

By

Published : Mar 26, 2021, 4:42 PM IST

ଭୁବନେଶ୍ବର: ଝାରସୁଗୁଡ଼ା ସହର ଓ ଆଖପାଖ ଅଞ୍ଚଳରେ ଦୂର ହେବ ପାନୀୟ ଜଳ ସମସ୍ୟା । 24 ଘଣ୍ଟା ପାଣି ପାଇବେ ଅଞ୍ଚଳବାସୀ । ଆସନ୍ତା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସମସ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଏନେଇ ଆଜି(ଶନିବାର) ଝାରସୁଗୁଡାର ଡ୍ରେନେଜ, ସ୍ବଚ୍ଛ ଓ ପାନୀୟ ଜଳ ବ୍ୟବସ୍ଥାର ସୁପରିଚାଳନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଛି । ପଞ୍ଚାୟତିରାଜ, ପାନୀୟ ଜଳ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।

ଝାରସୁଗୁଡ଼ାରେ ସୁଧୁରିବ ପାନୀୟ ଜଳ ସମସ୍ୟା, ବର୍ଷକ ମଧ୍ୟରେ ସରିବ କାର୍ଯ୍ୟ
ଝାରସୁଗୁଡ଼ାରେ ସୁଧୁରିବ ପାନୀୟ ଜଳ ସମସ୍ୟା, ବର୍ଷକ ମଧ୍ୟରେ ସରିବ କାର୍ଯ୍ୟ

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଝାରସୁଗୁଡ଼ା ସହରର ବର୍ଦ୍ଧିତ ରୂପ ରେଖ ଓ ଆଗାମୀ ଭବିଷ୍ୟତକୁ ଆଖି ଆଗରେ ରଖି ସହରରେ ପାନୀୟ ଜଳ ଯୋଗାଣ ୨୦୨୨ ମାର୍ଚ୍ଚ ସୁଦ୍ଧା ସାରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାଦ୍ଵାରା ସହରର ଜନସାଧାରଣ ୨୪ ଘଣ୍ଟା ଉନ୍ନତମାନର ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ । ସେହିପରି ଡ୍ରେନେଜ ବ୍ୟବସ୍ଥା, ସ୍ବରେଜ ଓ ସେପ୍ଟେଜ ଯୋଜନା ସହ ଝାରସୁଗୁଡ଼ା ସହର ପାଇଁ ଏକ ପରିବର୍ତ୍ତିତ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସହରର ବର୍ଦ୍ଧିତ ନବ କଳେବର ଦୃଷ୍ଟିରୁ ସିଟି ମାଷ୍ଟର ପ୍ଲାନରେ ପରିବର୍ତ୍ତନର ଆବଶ୍ୟକତା ହେଇଛି । ସେହିପରି ଡ୍ରେନେଜ ବ୍ୟବସ୍ଥା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ବର୍ଜ୍ୟ ଜଳକୁ ଟ୍ରିଟମେଣ୍ଟ କରି ନିଷ୍କାସନ ବ୍ୟବସ୍ଥା କରିବା ଦିଗରେ ବୈଠକରେ ଆଲୋଚନା ହୋଇଥିଲା । ଝାରସୁଗୁଡ଼ା ସହରର ପାନୀୟ ଜଳ ଯୋଗାଣ ପାଇଁ କିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବରାଦ କରାଯାଇଛି । ସେହିପରି ବେଲପାହାଡ଼ ଓ ବ୍ରଜରାଜନଗର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି ।

ଏହାସହ ଝାରସୁଗୁଡ଼ାର ଶିଳ୍ପାଞ୍ଚଳ, ବିମାନ ବନ୍ଦର, ସହରର ପରିବର୍ତ୍ତିତ ରୂପରେଖ ଓ ଜନସଂଖ୍ୟାକୁ ଆଖି ଆଗରେ ରଖି ସହରକୁ କିପରି ସରସ ସୁନ୍ଦର କରାଯାଇପାରିବ ବୈଠକରେ ଆଲୋଚନା କରାଯାଇଛି । ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ପୌର ପରିଷଦର ନିର୍ବାହି ଅଧିକାରୀ ଯୋଗେନ୍ଦ୍ର ମାଝି, ମୁଖ୍ୟଯନ୍ତ୍ରୀ ପାନୀୟ ଜଳ ଯୋଗାଣ, ଡ୍ରେନେଜ ଓ ସ୍ବରେଜ ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.