ETV Bharat / city

୨୪ ଘଣ୍ଟା ମିଳିବ ବିଶୁଦ୍ଧ ପିଇବା ପାଣି

author img

By

Published : Oct 25, 2019, 10:34 PM IST

ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ ଯୋଗେ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ୟୁନିସେଫ ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ ହୋଇଛି ।

୨୪ ଘଣ୍ଟା ମିଳିବ ବିଶୁଦ୍ଧ ପିଇବା ପାଣି

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ମିଳିବ 24 ଘଣ୍ଟିଆ ପିଇବା ପାଣି । ଏଥିପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ୟୁନିସେଫ ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରର ୫ଟି ଅଞ୍ଚଳ ଓ ପୁରୀର ଦୁଇଟି ଅଞ୍ଚଳରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ । ମାର୍ଚ୍ଚ ମାସ ୨୦୨୦ ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୨୪ ଘଣ୍ଟା ମିଳିବ ବିଶୁଦ୍ଧ ପିଇବା ପାଣି

ତେବେ Drink from tap Mission କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ସେମାନଙ୍କୁ ଏକ ସ୍ଵତନ୍ତ୍ର ତାଲିମ ମଧ୍ୟ ଦିଆଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସବୁ ଘରକୁ ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଣକୁ ସରକାର ପ୍ରାଥମିକତା ଦେଇଛନ୍ତି । ବିଶୁଦ୍ଧ ପାନୀୟ ଜଳ ହିଁ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ସହାୟକ ହେବ । ଏହା ସହ ୟୁନିସେଫର ସହଯୋଗ ଆମର ଏହି ଲକ୍ଷ୍ୟ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟ ପାଇଁ ୟୁନିସେଫ ସମ୍ପୂର୍ଣ୍ଣ ଭାବରେ ବୈଷୟିକ ସହାୟତା ପ୍ରଦାନ କରିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି ଯୋଜନାରେ ପୁରୀ ଓ ଭୁବନେଶ୍ବର ୨୨ ହଜାର ପରିବାରର ୧ଲକ୍ଷ ୨୦ ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ୨୦୨୦ ମାର୍ଚ୍ଚ ସୁଦ୍ଧା ଯୋଗାଇ ଦିଆଯିବ ଏବଂ ପରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ସମ୍ପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟ ବାସୀଙ୍କୁ ୨୪ ଘଣ୍ଟା ପାଇପ ଯୋଗେ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଯୋଜନା କରିଛନ୍ତି ।ଏନେଇ ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ୟୁନିସେଫ ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ ହୋଇଛି ।ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ର ୫ଟି ଅଞ୍ଚଳ ଓ ପୁରୀ ର ଦୁଇଟି ଅଞ୍ଚଳ ରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ ।ମାର୍ଚ୍ଚ ମାସ ୨୦୨୦ ସୁଦ୍ଧା ଏହାକୁ ଶେଶ କରିବା କୁ ଲକ୍ଷ ରଖାଯାଇଛି ।

ତପନ କୁମାର ଦାସ

Body:Drink from tap mission କାର୍ଯ୍ୟକ୍ରମ ରେ ହିତାଧିକାରୀଙ୍କୁ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ।ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନିୟୋଜିତ କରାଯିବ ।ଏଥିପାଇଁ ସେମାନଙ୍କୁ ଏକ ସ୍ଵତନ୍ତ୍ର ତାଲିମ ମଧ୍ୟ ଦିଆଯିବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ଘରକୁ ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଣ କୁ ସରକାର ପ୍ରାଥମିକତା ଦେଇଛନ୍ତି । ବୁଶୁଦ୍ଧ ପାନୀୟ ଜଳ ହିଁ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ସହାୟକ ହେବ ।Conclusion:ଏହା ସହ ୟୁନିସେଫ ର ସହଯୋଗ ଆମର ଏହି ଲକ୍ଷ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସୂଚନା ଅନୁସାରେ ଏହି କାର୍ଯ୍ୟ ପାଇଁ ୟୁନିସେଫ ସମ୍ପୂର୍ଣ୍ଣ ଭାବରେ ବୈଷୟିକ ସହାୟତା ପ୍ରଦାନ କରିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।ଏହି ଯୋଜନା ରେ ପୁରୀ ଓ ଭୁବନେଶ୍ୱର ର୨୨ହଜାର ପରିବାର ର ୧ଲକ୍ଷ ୨୦ ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ୨୦୨୦ ମାର୍ଚ୍ଚ ସୁଦ୍ଧା ଯୋଗାଇ ଦିଆଯିବ ।ଏବଂ ପରେ ରାଜ୍ୟର ଅନ୍ୟ ଅଞ୍ଚଳ କୁ ସମ୍ପ୍ରସାରଣ କରାଯିବ ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଶାସନ ସଚିବ ,ଉନ୍ନୟନ କମିଶନର ଉପସ୍ଥିତ ଥିଲେ ଏବଂ unicef ପ୍ରତିନିଧି ଉପସ୍ଥିତ ରହିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.