ETV Bharat / city

ପ୍ରିୟଙ୍କାଙ୍କ ସଫଳ କିଡନୀ ପ୍ରତ୍ୟାରୋପଣ କରିଥିବା ଡାକ୍ତରଙ୍କୁ ସମ୍ୱର୍ଦ୍ଧନା - ଡାକ୍ତରଙ୍କୁ ସମ୍ବୋଧନା

ରାଜ୍ୟରେ ପ୍ରଥମ ଥର କିଡନୀ ପ୍ରତ୍ୟାରୋପଣ କରିଥିବା ଏସସିବି ମେଡିକାଲ ଓ ଆପୋଲୋ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଏହା ମାଇଲ ଖୁଣ୍ଟି ବୋଲି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

priyanka's kidney transplant
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 10, 2020, 11:44 PM IST

ଭୁବନେଶ୍ବର: ପି.ପ୍ରିୟଙ୍କା ରାଣୀ ପାତ୍ରଙ୍କ ଦୁଇ କିଡନୀକୁ ସଫଳ ରୂପେ ପ୍ରତ୍ୟାରୋପଣ କରାଯାଇଛି । ଫଳରେ ଦୁଇ ଜଣଙ୍କ ଜୀବନ ରକ୍ଷା ହୋଇପାରିଛି । ରାଜ୍ୟରେ ପ୍ରଥମ ଥର କିଡନୀ ପ୍ରତ୍ୟାରୋପଣ କରିଥିବା ଏସସିବି ମେଡିକାଲ ଓ ଆପୋଲୋ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଏହା ମାଇଲ ଖୁଣ୍ଟି ବୋଲି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏକ୍ଷେତ୍ରରେ ଡାକ୍ତରଙ୍କ ଦକ୍ଷତାକୁ ଉଚ୍ଚ ପ୍ରସଂଶା ମଧ୍ୟ କରାଯାଇଛି । ଆଗାମୀ ଦିନରେ ଅଙ୍ଗ ପ୍ରତ୍ୟାରୋପଣ କରିବା ପାଇଁ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ କହିଛନ୍ତି । ସୂଚନାନୁଯାୟୀ, ମୃତ୍ୟୁ ପରେ ଅଙ୍ଗ ଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର " ସୁରଜ ସମ୍ମାନ " ଘୋଷଣା କରିଛନ୍ତି ।

ଏହି ଅବସରରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ଡାକ୍ତର ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 5T ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ ଯେ, ମୃତ ବ୍ୟକ୍ତିଙ୍କ ଅଙ୍ଗ ଦାନ ଏକ ମହତ ଦାନ । ଏହା ଦ୍ଵାରା ଅନ୍ୟ ମାନଙ୍କ ଜୀବନ ରକ୍ଷା ଯେପରି ହୋଇପାରିବ ସେଥିପାଇଁ ଆବଶ୍ୟକ ପଡିଲେ ବିମାନ ସୁବିଧା ଯୋଗାଇ ଦିଆଯିବ । ଏହି ଅବସରରେ ସ୍ଵାସ୍ଥ୍ୟ ସଚିବ, ଏସସିବି ମେଡିକାଲର ଡାକ୍ତର ଚିତ୍ତରଞ୍ଜନ କର ଓ ଆପୋଲୋ ହସ୍ପିଟାଲର ସମୀରନ୍ ଦାସ ଅଧିକାରୀ ମୃତବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ ଓ ପ୍ରତ୍ୟାରୋପଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଗତ୪ତାରିଖରେ ଦିନ ମସ୍ତିଷ୍କ ମୃତ୍ୟୁ ଘଟିଥିବା ପି.ପ୍ରୟଙ୍କା ରାଣୀ ପାତ୍ର ଙ୍କ ଦୁଇଟି କିଡନୀ କୁ ସଫଳତା ର ସହ ପ୍ରତ୍ୟାରୋପଣ କରି ଦୁଇଜଣଙ୍କ ଜୀବନ ରକ୍ଷା କରିଥିବା ଏସସିବି ମେଡିକାଲ କଲେଜ କଟକ ଏବଂ ଆପୋଲ ହସପିଟାଲ ଭୁବନେଶ୍ୱର ର ଡାକ୍ତର ମାନଙ୍କୁ ଆଜି ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ,ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ,ଏହା ପ୍ରଥମ କାଡ ଭାରିକ୍ କିଡନୀ ପ୍ରତ୍ୟାରୋପଣ କୁ ରାଜ୍ୟ ରେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ,Body:ଡାକ୍ତର ମାନଙ୍କ ର ଦକ୍ଷତା ର ଉଛ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଅଙ୍ଗ ପ୍ରତ୍ୟାରୋପଣ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ଏଦିଗରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ ।

Conclusion:ସୂଚନା ଅନୁଯାୟୀ ମୃତ୍ୟୁ ପରେ ଅଙ୍ଗ ଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର " ସୁରଜ ସମ୍ମାନ " ଘୋଷଣା କରିଛନ୍ତି ।ଏହି ଅବସରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବଦାସ ମଧ୍ୟ ଡାକ୍ତର ମାନଙ୍କୁ ଶୁଭେଛା ଜଣାଇଥିଲେ ।୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ କହିଥିଲେ ଯେ ମୃତ ବ୍ୟକ୍ତି ଙ୍କ ର ଅଙ୍ଗ ଦାନ ଏକ ମହତ ଦାନ ।ଏହା ଦ୍ଵାରା ଅନ୍ୟ ମାନଙ୍କ ଜୀବନ ରକ୍ଷା ଯେପରି ହୋଇପାରିବ ,ସେଥିପାଇଁ ଆବଶ୍ୟକ ପଡିଲେ ହେଲିକପ୍ଟର ସୁବିଧା ଯୋଗାଇ ଦିଆଯିବ ।ଏହିଅବସରେ ସ୍ଵାସ୍ଥ୍ୟ ସଚିବ ,ଏସିବି ମେଡିକାଲ ର ଡାକ୍ତର ଚିତରଞ୍ଜନ କର ଓ ଆପୋଲ ହସପିଟାଲର ସମୀରନ୍ ଦାସ ଅଧିକାରୀ ମୃତବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ ଓ ପ୍ରତ୍ୟାରୋପଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.