ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ମନମାନୀ: ଡ୍ୟୁଟି ସରିଯିବାରୁ ଦେଖିଲେନି ରୋଗୀ

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ମନମୁଖୀ ରୋଗୀସେବା ଅଭିଯୋଗ । ଡ୍ୟୁଟି ସରିଯିବାରୁ ରୋଗୀଙ୍କୁ ଦେଖିଲେ ନାହିଁ ଡାକ୍ତର। ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ବି ଡାକ୍ତର ନଦେଖିବାରୁ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି।

author img

By

Published : Dec 9, 2019, 11:49 PM IST

capital hospital
କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ମନମୁଖୀ: ଡ୍ୟୁଟି ସରିଯିବାରୁ ରୋଗୀଙ୍କୁ ଦେଖିଲେନି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ମନମୁଖୀ ରୋଗୀ ସେବା ଅଭିଯୋଗ। ଡ୍ୟୁଟି ସରିଯିବାରୁ ରୋଗୀଙ୍କୁ ଦେଖିଲେ ନାହିଁ ଡାକ୍ତର। ଘଣ୍ଟାଘଣ୍ଟା ଧରି ଅପେକ୍ଷା ପରେ ବି ଡାକ୍ତର ନଦେଖିବାରୁ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି।

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ମନମୁଖୀ: ଡ୍ୟୁଟି ସରିଯିବାରୁ ରୋଗୀଙ୍କୁ ଦେଖିଲେନି

ରାଜ୍ୟ ସରକାର ‘ମୋ ସରକାର’ ଯୋଜନା କରିଥିବାବେଳେ କ୍ୟାପିଟାଲ ହସ୍ପିଟାଲର ଏପରି ଚିତ୍ର ଯୋଜନାକୁ ପରିହାସ କରୁଥିବାର ମନେ ହେଉଛି । ସୂଚନା ଅନୁଯାୟୀ, ପୁରୀର 65 ବର୍ଷୀୟା ବାସନ୍ତୀ ସୁନ୍ଦରାୟ ଦୁଇଦିନ ତଳେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ସେହିଦିନ ସେ ଧାଡିରେ ଛିଡା ହୋଇଥିଲେ ବି ଡାକ୍ତରଙ୍କ ସହ ଦେଖା ହୋଇପାରିନଥିଲା।

ଯେଉଁଥିପାଇଁ ସେ ସୋମବାର ପୁଣି ଆସିଥିଲେ । ହେଲେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇଥିବାବେଳେ ଆଜି ବି ଡ୍ୟୁଟି ସରିଯିବାରୁ ଡାକ୍ତର ଦେଖାଇ ପାରିନାହାଁନ୍ତି । ତେବେ ତାଙ୍କ ସହିତ ଅନ୍ୟ ରୋଗୀମାନେ ମଧ୍ୟ ଏପରି ଅସୁବିଧାର ସମ୍ମୁଖୀନ ହେବାରୁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଉତ୍ତେଜନା ଦେଖାଦେବାରୁ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ସେପଟେ ଏ ବାବଦରେ ବାସନ୍ତୀ ସୁନ୍ଦରାୟଙ୍କ ସମ୍ପର୍କୀୟ ହସ୍ପିଟାଲ ନିର୍ଦେଶକଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କ ମନମୁଖୀ ରୋଗୀ ସେବା।

କ୍ୟାପିଟାଲ ହସ୍ପିଟାକରେ ଗୋଟେ ପରେ ଗୋଟେ ଡାକ୍ତରଙ୍କ ଅବହେଳା ପଦାକୁ ଆସୁଛି। ଡ୍ୟୁଟି ସାରିଯିବାରୁ ରୋଗୀ ଙ୍କୁ ଦେଖିଲେନାହିଁ ଡାକ୍ତର। ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଥିବା ରୋଗୀ ଓ ସମାର୍କୀୟ ଚିକିତ୍ସା ରେ ଅବହେଳା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

Body:

ଯେପରି କ୍ୟାପିଟାଲ ହସ୍ପିଟାଲ କୁ ଶନି ଦଶା ପଡିଛି। ଗୋଟେ ପରେ ଗୋଟେ ରୋଗୀ ସେବା ରେ ଅବହେଳା ହେଉଛି। ରାଜ୍ୟ ସରକାର ଗାନ୍ଧିଜୟନ୍ତି ଠାରୁ ମୋ ସରକାର କାର୍ଯ୍ୟକ୍ରମ କରିଛନ୍ତି। ହେଲେ ଏଥିରେ କୌଣସି ରୋଗୀ ଉପକୃତ ନାହାନ୍ତି। ରାଜ୍ୟର ଅନ୍ୟ ମେଡିକାଲ ଅପେକ୍ଷା ଭୁବନେଶ୍ୱରର ମୁଖ୍ୟ କ୍ୟାପିଟାଲ ହସ୍ପିଟାଲ କୁ ରୋଗୀ ମାନେ ଭରସା ବିଶ୍ୱାସରେ ଆସୁଛନ୍ତି। ହେଲେ ଏଠାରୁ ଉତ୍ତମ ସେବା ପରିବର୍ତେ ଦୃବ୍ୟବହାର ସହ ସେବା ରେ ଅବହେଳା କରାଯାଉଛି। ଯାହା ରାଜ୍ୟ ସରକାରଙ୍କର 5 ଟି ମୋ ସରକାର କାର୍ଯ୍ୟକ୍ରମ କୁ ତାଚଲ୍ୟ କରୁଛି। ମୋ ସରକାର ଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ସମସ୍ତ ମେଡିକାଲ ରେ ଉତ୍ତମ ସେବା ଯୋଗାଇବା ସହ ରୋଗୀଙ୍କୁ ଉତ୍ତମ ବ୍ୟବହାର କରାଯିବ। ଯାହା କ୍ୟାପିଟାଲ ହସ୍ପିଟାଲରେ ନାହିଁ ବୋଲି ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପୁରୀ ରୁ ଅନେକ ଆଶା ନେଇ ଚିକିତ୍ସା ପାଇଁ ଆସିଛନ୍ତି ବାସନ୍ତୀ ସୁନ୍ଦରାୟ। ବୟସ 65 ବର୍ଷ। ଦୁଇ ଦିନ ତଳର କ୍ୟାପିଟାଲ ହସ୍ପିଟାଲ କୁ ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ନେଇ ଆସିଥିଲେ। ହେଲେ ସେହି ଦିନ ଦିନ ସାରା ଧାଡି ରେ ରହିଲେ ବି କୌଣସି ଡାକ୍ତରଙ୍କ ସହ ପରାମର୍ଶ ହୋଇପାରିଲା ନାହିଁ। ବାଧ୍ୟ ହୋଇ ଆଜି ଆସିଛନ୍ତି ପୁରୀ ରୁ । ଭଲ ଚିକିତ୍ସା କରାଯାଉଥିବା କ୍ୟାପିଟାଲ ହସ୍ପିଟାଲରେ ବାହାର ଲୋକଙ୍କଠୁ ଶୁଣି ଚିକିତ୍ସା ପାଇଁ ଆସିଛନ୍ତି। ହେଲେ ଏଠାରେ ଘଣ୍ଟା ଘଣ୍ଟା ଧାଡି ରେ ରହିଲା ଓଆର ଡିୟୁଟି ସମୟ ସାରିଗଲାଣି ବୋଲି ଡାକ୍ତର ରୋଗୀଙ୍କୁ ଦେଖୁନାହାନ୍ତି। ଚିଂହା ପରିଚୟ ରୋଗୀଙ୍କୁ ପ୍ରଥମେ ଦେଖୁଥିବା ବେଳେ ଧାଡିର ରେ ରହିଥିବା ରୋହୀଙ୍କ ନା କରୁଛନ୍ତି। ଏନେଇ ଦୀର୍ଘ ସମୟ ଧରି କ୍ୟାପିଟାଲ ହସ୍ପିଟାଲ ରେ ଅପ୍ରୀତିକର ସୃଷ୍ଟି ହୋଇଛି। ଯାହା ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଁଚି ଘଟଣାର ତର୍ଜମା କରିଥିଲା। ଏନେଇ ତୁରନ୍ତ ଜଣେ 65 ବର୍ଷ ର ରୋଗୀଙ୍କୁ ଡାକ୍ତର କିଭଳି ଅବହେଳା କରିଲେ। ଡ୍ୟୁଟି ସାରିଯାଇଛି କହି ତାଙ୍କ ଚ୍ୟାମ୍ବରରୁ ପଳାଇଗଲେ। ଏନେଇ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।
ଏହି ଘଟଣା କୁ ନେଇ ବାସନ୍ତୀ ସୁନ୍ଦରାୟ ଙ୍କ ସମ୍ପର୍କୀୟ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଙ୍କୁ ଭେଟିଛନ୍ତି। ଏଭଳି ଘଟଣାକୁ ନେଇ ଅଭିଯୋଗ କରିଛନ୍ତି। ହେଲେ ସମସ୍ତ ରୋଗୀଙ୍କୁ ଦେଖିବେ ଡାକ୍ତର। ଯଦି ଡ୍ୟୁଟି ସାରିଯିବା ପରେ କିଛି ରୋଗୀ ରହିଯାଉଛନ୍ତି ତେବେ ସେମାନଙ୍କୁ ଦେଖି ସରିବା ପରେ ଡ୍ୟୁଟି ଓଭର କରିବେ ଡାକ୍ତର । କିନ୍ତୁ ଅନ୍ୟପଟେ ହସ୍ପିଟାଲର ନିର୍ଦେଶକଙ୍କୁ ନିର୍ଦେଶ ପାଳନ କରୁନାହାନ୍ତି ଡାକ୍ତର ବାବୁମାନେ। ଡ୍ୟୁଟି ସରିଲେ ଚ୍ୟାମ୍ବର ଛାଡ଼ୁଛନ୍ତି। ଏଭଳି ଘଟଣା ନୂଆ ନୁହଁ ଏମିତି ଅନେକ ଥର ଘଟିଚଳୁଥିବା ବେଳେ ହସ୍ପିଟାଲର କତ୍ତୃପକ୍ଷ ଚୁପ ରହୁଛନ୍ତି।

Byte- ଅନୁସୂୟା ସୁନ୍ଦରାୟ, ବାସନ୍ତୀ ସୁନ୍ଦରାୟଙ୍କ ବୋହୁ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.