ETV Bharat / city

ଆଉ କିଛିଦିନ ପ୍ଲେ ସ୍କୁଲ୍ ଖୋଲିନଥିଲେ ଭଲ ହୋଇଥାନ୍ତା: ଡାକ୍ତର - ପ୍ଲେ ସ୍କୁଲ୍ ଖୋଲିବା ଖବର

ଖୋଲିବ ପ୍ଲେ ସ୍କୁଲ, ଦ୍ବନ୍ଦ୍ବରେ ଅଭିଭାବକ । ଆଉ କିଛିଦିନ ପ୍ଲେ ସ୍କୁଲ୍ ଖୋଲିନଥିଲେ ଭଲ ହୋଇଥାନ୍ତା କହିଲେ ଡାକ୍ତର । ଅଧିକ ପଢନ୍ତୁ

ଆଉ କିଛିଦିନ ପ୍ଲେ ସ୍କୁଲ୍ ଖୋଲିନଥିଲେ ଭଲ ହୋଇଥାନ୍ତା: ଡାକ୍ତର

author img

By

Published : Feb 9, 2022, 8:46 PM IST

ଭୁବନେଶ୍ବର: ଖୋଲିବ ପ୍ଲେ ସ୍କୁଲ । ପାଠ ପଢିବେ କୁନି ପିଲା । ଆସନ୍ତା ୧୪ ତାରିଖରୁ ରାଜ୍ୟର ଘରୋଇ ପ୍ଲେ ସ୍କୁଲଗୁଡିକୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । କୋଭିଡ କଟକଣା ମଧ୍ୟରେ ପରିଚାଳନା କରାଇବାକୁ ନିର୍ଦ୍ଦେଶ । କିନ୍ତୁ ଚିନ୍ତାରେ ପଡିଛନ୍ତି ଅଭିଭାବକ ।

ଆଉ କିଛିଦିନ ପ୍ଲେ ସ୍କୁଲ୍ ଖୋଲିନଥିଲେ ଭଲ ହୋଇଥାନ୍ତା: ଡାକ୍ତର

କୋଭିଡକୁ ନେଇ ଭୟଭୀତ ଥିବାବେଳେ ବିନା ଭ୍ୟାକ୍ସିନରେ ପିଲାଙ୍କୁ କେମିତି ସ୍କୁଲ ଛାଡିବେ ସେନେଇ ଦ୍ୱନ୍ଦ୍ୱରେ ଥିବା ଅଭିଭାବକ କହିଛନ୍ତି । କୁନି କୁନି ପିଲାମାନଙ୍କୁ କିପରି ସେମାନଙ୍କ ଭାଷାରେ ସଚେତନ କରି ପୁଣି ସ୍କୁଲ ବ୍ୟବସ୍ଥା ସହ ଜଡିତ କରିହେବ ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା । କେବଳ ଶିକ୍ଷା ନୁହେଁ ପିଲାଙ୍କ ସ୍ୱାସ୍ଥ୍ୟ ଚିନ୍ତାରେ ମଧ୍ୟ କର୍ତ୍ତୃପକ୍ଷ । ତେଣୁ ଖେଳ କୁଦରେ ପିଲାଙ୍କୁ ସାନିଟାଇଜେସନ ଶିଖାଇବା, ଖାଇବା ପୂର୍ବରୁ ହାତ ଧୋଇବା ଶିଖାଇବା ପାଇଁ ଏବେ ପ୍ରସ୍ତୁତ ହେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସେହିଭଳି ପ୍ରତି ୪ ଜଣରେ ଜଣେ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନିୟୋଜିତ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି ।

ତେବେ ପିଲାଙ୍କର ଯେଉଁଭଳି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବାପାଇଁ ପ୍ରସ୍ତୁତ ହେଲେଣି ସ୍କୁଲ କର୍ତ୍ତୃପକ୍ଷ । ସେପଟେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଉ କିଛିଦିନ ସ୍କୁଲ ନ ଖୋଲିଥିଲେ ଭଲ ହୋଇଥାନ୍ତା । କେଉଁ ପିଲା ପାଖରେ କି ପ୍ରକାର ରୋଗ ରହିଛି ତାହା କେହି ଜାଣି ନଥାନ୍ତି । ଏଣୁ ବାହାରେ ମିଶିବା, ମାସ୍କ ନ ପିନ୍ଧିବା ଦ୍ୱାରା ରୋଗ ଘାତକ ହୋଇପାରେ ବୋଲି ପୋଲିସ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.