ETV Bharat / city

ଶିଶୁ ସଂକ୍ରମଣ ଅଧିକ ଚିନ୍ତାଜନକ, ପରାମର୍ଶ ସହ ସତର୍କ କରାଇଲେ DMET

ଅଧିକ ଚିନ୍ତାଜନକ ହୋଇପାରେ ଶିଶୁ ସଂକ୍ରମଣ। ସତର୍କ ରହିବା ସହ ସୁରକ୍ଷା ସମ୍ପର୍କିତ ପରାମର୍ଶ ଦେଲେ DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ଶିଶୁ ସଂକ୍ରମଣ ଅଧିକ ଚିନ୍ତାଜନକ, ପରାମର୍ଶ ସହ ସତର୍କ କରାଇଲେ DMET
ଶିଶୁ ସଂକ୍ରମଣ ଅଧିକ ଚିନ୍ତାଜନକ, ପରାମର୍ଶ ସହ ସତର୍କ କରାଇଲେ DMET
author img

By

Published : Aug 16, 2021, 8:12 PM IST

ଭୁବନେଶ୍ବର: ଶିଶୁଙ୍କ ସଂକ୍ରମଣ ଚିନ୍ତାଜନକ, ଶିଶୁମାନଙ୍କୁ ସୁରକ୍ଷିତ ପରିବେଶରେ ରଖିବାକୁ ପଡିବ। ବିଶେଷ ଭାବେ ଜନ୍ମରୁ 18 ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା ଅଧିକ ରହୁଛି । ପିଲାମାନେ ସ୍କୁଲ ଯାଉଥିବାବେଳେ ସେମାନଙ୍କୁ ସୁରକ୍ଷିତ ପରିବେଶରେ ରଖିବା ନିହାତି ଆବଶ୍ୟକ ବୋଲି ମତ ଦେଇଛନ୍ତି DMET ଡାକ୍ତର ସିବିକେ ମହାନ୍ତି ।

ଶିଶୁ ସଂକ୍ରମଣ ଅଧିକ ଚିନ୍ତାଜନକ, ପରାମର୍ଶ ସହ ସତର୍କ କରାଇଲେ DMET

DMET କହିଛନ୍ତି ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଯଦି ସ୍କୁଲ କ୍ୟାମ୍ପସରେ ପିଲାଙ୍କର ସୁରକ୍ଷା ନିଆଯାଇପାରିବ, ତେବେ ସଂକ୍ରମଣ ମଧ୍ୟ ନିୟନ୍ତ୍ରଣରେ ରହିପାରିବ। ଏଥିପାଇଁ ପ୍ରଥମେ ଶିଶୁମାନଙ୍କୁ ସୁରକ୍ଷିତ ପରିବେଶରେ ସୁରକ୍ଷିତ ଭାବରେ ରଖିବାକୁ ପଡିବ। କୋରୋନାରୁ ରକ୍ଷା ପାଇବା କୋଭିଡ ଟିକା ବର୍ତ୍ତମାନ ଶିଶୁଙ୍କ ପାଇଁ ଆସିନାହିଁ । ତେଣୁ ଶିଶୁମାନେ କିଭଳି ସଂକ୍ରମଣର ଶିକାର ନହୁଅନ୍ତୁ, ସେ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ କର୍ମଚାରୀମାନେ ନଜର ରଖିବା ଆବଶ୍ୟକ ।

ସେହିପରି ଶିଶୁଙ୍କ ପରିବାର ମଧ୍ୟ ଏଦିଗରେ ଯଥେଷ୍ଟ ଯତ୍ନବାନ ହେବାର ଆବଶ୍ୟକ ରହିଛି । କୋଭିଡର appropriate behavior ପାଳନ କଲେ ଶିଶୁଙ୍କ ପ୍ରତି ମଧ୍ୟ କୋଭିଡ଼ର ସଂକ୍ରମଣ ଆଶଙ୍କା ହ୍ରାସ ପାଇବ । ସମ୍ଭାବ୍ୟ ତୃତୀୟ ଲହର କିଭଳି ଓ କେବେ କେବେ ଆସୁଛି ତାହା ମଧ୍ୟ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ବିଏମ ସରକାରୀ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ମିଶ୍ର କହିଛନ୍ତି ଯେ ସ୍କୁଲରେ ପିଲାଙ୍କୁ ପ୍ରବେଶ କରିବା ପୂର୍ବରୁ ଭଲ ଭାବରେ ସାନିଟାଇଜ କରାଯାଉଛି, ମାସ୍କ ବାଧ୍ୟତାମୂଳକ ରହିଛି ଏବଂ ସାମାଜିକ ଦୂରତା ମଧ୍ୟ ଅନୁପାଳନ କରାଯାଉଛି । ସେହିପରି ସ୍କୁଲରେ ରହିଥିବା ସମସ୍ତ କର୍ମଚାରୀ ଓ ଶିକ୍ଷକମାନେ ଡବଲ ଡୋଜ ଟିକା ନେଇ ସାରିଛନ୍ତି ।

ରାଜ୍ୟ ସରକାର ସୂଚନା ଅନୁଯାୟୀ, ରାଜ୍ୟରେ ଗତ 2ଦିନ ମଧ୍ୟରେ ଜନ୍ମରୁ 18 ବର୍ଷ ବୟସର 242 ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 9 ବର୍ଷ ବୟସରୁ 18 ବର୍ଷ ବୟସ ମଧ୍ୟରେ ଅଧିକ ଆକ୍ରାନ୍ତ ହେଉଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି କିଭଳି ଭାବେ ଯତ୍ନ ନିଆଯିବ, ସେମାନଙ୍କୁ ଠିକ ଭାବରେ ଚିକିତ୍ସା କରାଯିବ, ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.