ETV Bharat / city

ପାର୍ବଣ ଋତୁରେ ବଢିପାରେ ସଂକ୍ରମଣ, ସତର୍କ ରୁହନ୍ତୁ: DMET - ସିବିକେ ମହାନ୍ତି

ପାର୍ବଣ ସମୟରେ ସଂକ୍ରମଣ ଅଧିକ ବଢିପାରେ । ଏଣୁ ଭିଡ଼କୁ ନ ଯିବାକୁ ରାଜ୍ୟବାସୀଙ୍କୁ ସତର୍କ କଲେ ଡିଏମଇଟି । ଅଧିକ ପଢନ୍ତୁ...

ପାର୍ବଣ ଋତୁରେ ଭିଡ଼ ଯୋଗୁଁ ସଂକ୍ରମଣ ବଢ଼ିପାରେ, ସତର୍କ ରହିବାକୁ Dmetଙ୍କ ପରାମର୍ଶ

author img

By

Published : Sep 30, 2021, 2:54 PM IST

ଭୁବନେଶ୍ବର: କୋରୋନା ସ୍ଥିତିକୁ ନେଇ DMET ସିବିକେ ମହାନ୍ତିଙ୍କ ସୂଚନା । ପାର୍ବଣ ସମୟରେ ଭିଡ଼ ଯୋଗୁଁ ସଂକ୍ରମଣ ବଢ଼ିପାରେ । ସଂକ୍ରମଣ ହ୍ରାସ ପାଇଁ ସଚେତନ ଆବଶ୍ୟକ ଓ କୋଭିଡ୍ ନିୟମ ପାଳନ କରିବା ଉଚିତ । ବିଭିନ୍ନ ଉତ୍ସବ, ପାର୍ବଣକୁ ଯାଇ ଅଯଥା ଭିଡ଼ କରନ୍ତୁ ନାହିଁ । ଲକ୍ଷଣ ଥିଲେ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ ଓ ଟେଷ୍ଟିଂର ସୁବିଧା କରାଯିବ ବୋଲି କହିଛନ୍ତି ଡିଏମଇଟି ।

ପାର୍ବଣ ଋତୁରେ ଭିଡ଼ ଯୋଗୁଁ ସଂକ୍ରମଣ ବଢ଼ିପାରେ, ସତର୍କ ରହିବାକୁ Dmetଙ୍କ ପରାମର୍ଶ

ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ଆମର ନୈତିକ କାମ ଆମେ ତାକୁ କେମିତି ପ୍ରତିରୋଧ କରିବା ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରିବା । ମୁଖ୍ୟତଃ ସାମାଜିକ ଦୂରତା, ଭିଡକୁ ନ ଯିବାକୁ ଡିଏମଇଟି ବାରଣ କରିଛନ୍ତି । ରାଜନୈତିକ ଉତ୍ସବ ଓ ପାର୍ବଣକୁ ଯାଇ ଅଯଥା ଭିଡ଼ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପାର୍ବଣ ପାଇଁ ଟେଷ୍ଟ ଷ୍ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ମଧ୍ୟ ବଢ଼ାଯାଉଛି ।

ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି ସେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ । ସେମାନଙ୍କ ପାଇଁ ଟେଷ୍ଟର ସୁବିଧା କରାଯିବ। ଏହାସହ ଟିକା ସମସ୍ତେ ନେବା ଆବଶ୍ୟକ । ଏମିତି କି ପ୍ରଥମ ଡୋଜ ଟିକା ନେଲା ପରେ ଦ୍ବିତୀୟ ଡୋଜ ଟିକା ନେବା ନିଶ୍ଚୟ ନେବା ଆବଶ୍ୟକ ରହିଛି । ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କଣ୍ଟେନମେଣ୍ଟ ଜୋନ ମଧ୍ୟ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଡିଏମଇଟି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.