ଭୁବନେଶ୍ବର: ଓମିକ୍ରନ (omicron) ଆଣିବ ଦେଶରେ ତୃତୀୟ ଲହର । ଆଜି ଏଭଳି କହିଛନ୍ତି DMET ଡାକ୍ତର ରମା ରମଣ ମହାନ୍ତି (Dr Rama Raman Mohanty) । ତୃତୀୟ ଲହରର ମୁକାବିଲା ପାଇଁ ସମସ୍ତେ ୩ ଲେୟାର ମାସ୍କ ପିନ୍ଧନ୍ତୁ । ଓଡିଶାରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟ ମୋଡରେ ରହିଛି ସ୍ବାସ୍ଥ୍ୟ ବିଭାଗ । ଏହା କହିଛନ୍ତି ଡିଏମଇଟି ।
ଡିଏମଇଟି କିହଛନ୍ତି ଓଡିଶାରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟ ମୋଡରେ ସ୍ବାସ୍ଥ୍ୟ ବିଭାଗ ରହିଛି । ଗୋଟିଏ ଲେୟାର ମାକ୍ସ ନ ପିନ୍ଧି ତିନି ଲେୟାର ମାକ୍ସ କିମ୍ବା ଏନ-95 ମାକ୍ସ ପିନ୍ଧିବା ପାଇଁ ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଓମିକ୍ରନ ୫ ଗୁଣ ଅଧିକ ଜୋରରେ ବ୍ୟାପୁଥିବାରୁ ଗହଳିକୁ ଏଡାଇବାରୁ କହିଛନ୍ତି ଡିଏମଇଟି ।
ସେହିପରି ବାହାଘର ଓ ଶେଷକୃତ୍ୟ ସମୟରେ କିଛି ନିୟମ କହୋଳ ହେବ । ଅନ୍ୟକ୍ଷେତ୍ରରେ ନିୟମ କଡାକଡି କରାଯିବ ବୋଲି କହିଛନ୍ତି । ଏହାବାଦ ଡିଏମଇଟି କହିଛନ୍ତି ଆଜି ( ଶୁକ୍ରବାର) ଆଉ ୪ ଟି ସାମ୍ପୂଲ ଜିନମ ସିକ୍ୟୁଏନିସଂ ପାଇଁ ଯାଇଛି । ଆଇସିୟୁ ଓ ବେଡ,ଭେଣ୍ଟିଲେଟର ସବୁ କୁ କାର୍ଯ୍ୟକ୍ଷମ ମୋଡରେ ରଖାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ