ETV Bharat / city

ମନ୍ତ୍ରୀଙ୍କ ଟ୍ବିଟ ପରେ ସୀମାକୁ ମିଳିଲା ରାସନ, ପାଠପଢା ବ୍ୟବସ୍ଥା କଲା ପ୍ରଶାସନ - orphan minor Sema

ରାସନ ବଣ୍ଟନରେ ହେଉଥିବା ଅନିୟମିତତା ବନ୍ଦ କରିବାକୁ ଯାଇ ଜିଲ୍ଲା ପ୍ରଶାସନ ଜଣେ ଗରିବ ଝିଅର ରାସନ ବନ୍ଦ କରିବା ଦୁର୍ଭାଗ୍ୟଜନକ । କିନ୍ତୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଝିଅଟିକୁ ମିଳିଲା ରାସନ, ଆଜି ସ୍କୁଲ ଯାଇ ପଢା ଆରମ୍ଭ କରିଛି ସୀମା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 30, 2019, 8:18 PM IST

କେନ୍ଦୁଝର: ଜିଲ୍ଲାର ସଦର ବ୍ଲକ ମହାଦେଇଯୋଡା ପଞ୍ଚାୟତ ସଲରାପେଣ୍ଠ ଗ୍ରାମର ସୀମା ମୁଣ୍ଡାଙ୍କ ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କ ହୋଇ ନଥିବାରୁ ପଞ୍ଚାୟତ ତାଙ୍କ ଚାଉଳ ବନ୍ଦ କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ବାପାମା’ ଛେଉଣ୍ଡ ଏହି ଆଦିବାସୀ ନିରୀହ ଝିଅଟି ନିରୁପାୟ ହୋଇ ଶେଷରେ ପାଠପଢା ବନ୍ଦ କରି ଜଙ୍ଗଳରୁ କାଠ ସଂଗ୍ରହ କରି ବଞ୍ଚିବା ପାଇଁ ସଂଘର୍ଷ କଲା । ଏହି ଅଭାବନୀୟ ଘଟଣା ଗଣମାଧ୍ୟମରେ ପ୍ରସାରଣ ହେବାପରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ତୁରନ୍ତ ନିରୀହ ଝିଅଟିକୁ ଚାଉଳ ଯୋଗାଇ ଦେବାସହ ପଦକ୍ଷେପ ନେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ସହ ସୀମା ମୁଣ୍ଡାର ନିକଟସ୍ଥ କୁସୁମିତା ଆଶ୍ରମ ସ୍କୁଲରେ ତାର ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ପାଠପଢା ବ୍ୟବସ୍ଥା କରାଇଛନ୍ତି । ସୀମା ମଧ୍ୟ ଆଜି ସ୍କୁଲ ଯାଇ ପାଠ ପଢା ଆରମ୍ଭ କରିଛି ।

ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦୁଝର ଗସ୍ତ କରି ଝିଅଟିକୁ ସାକ୍ଷାତ କରିବା ସହ ଭଲମନ୍ଦ ବୁଝିଛନ୍ତି । ଏହାସହ ପ୍ରତିମାସ ଯେମିତି ଚାଉଳ ପାଇବାରେ ସମସ୍ୟା ନହୁଏ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

hgfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.