ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଲାକଡାଉନ, ସଟଡ଼ାଉନ ଘୋଷଣା କରିଛନ୍ତି । ଏହି ସମୟରେ ହାତ ବାନ୍ଧି ଘରେ ବସିରହିଛନ୍ତି ବସ୍ତିର ଦିନ ମଜୁରିଆ । ତେବେ ସେମାନଙ୍କ ପେଟକୁ ଖାଦ୍ୟ ପହଞ୍ଚାଇବା ପାଇଁ ଆଜି(ମଙ୍ଗଲବାର) ୟୁନିଟ-4 ସ୍ଥିତ 36 ନମ୍ବର ୱାର୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।
ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବସ୍ତି ଅଞ୍ଚଳରେରେ ପହଁଚି ବସ୍ତିବାସୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବାଣ୍ଟିଥିଲେ। ବସ୍ତିରେ ପ୍ରାୟ ଏକ ହଜାର ଲୋକ ବସବାସ କରୁଥିବା ବେଳେ ସେମାନଙ୍କୁ ଚାଉଳ, ଡାଲି, ତେଲ,ଲୁଣ, ଚୁଡା ଇତ୍ୟାଦି ଶୁଖିଲା ସାମଗ୍ରୀ ବଣ୍ଟା ଯାଇଥିଲା।
ଏହା ସହ ମାସ୍କ ମଧ୍ୟ ବଣ୍ଟା ଯାଇଥିଲା। କୋରୋନା ସମୟରେ ହାତ ବାନ୍ଧି ବସି ଥିବା ବସ୍ତି ବାସିନ୍ଦାଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବା ସହ କୋରୋନା ସହ କିପରି ମୁକାବିଲା କରି ପାରିବେ ଏ ନେଇ ବିଧାୟକ ଲୋକମାନଙ୍କୁ ସେଚେତନ କରାଇଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ସଙ୍ଖୁଆ, ଇଟିଭି ଭାରତ