ETV Bharat / city

ମାର୍ଚ୍ଚ 31 ସୁଦ୍ଧା ଶିକ୍ଷାନୁଷ୍ଠାନ ଗୁଡିକୁ ମିଳିବ ଜମିପଟ୍ଟା

author img

By

Published : Mar 13, 2022, 9:22 AM IST

ମାର୍ଚ୍ଚ 31 ଭିତରେ ଶିକ୍ଷାନୁଷ୍ଠାନଙ୍କୁ ମିଳିବ ଜମିପଟ୍ଟା । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଡିଭିଜନ ସ୍ତରୀୟ ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ACS । ଅଧିକ ପଢନ୍ତୁ

ମାର୍ଚ୍ଚ 31 ସୁଦ୍ଧା ସମସ୍ତ  ଶିକ୍ଷାନୁଷ୍ଠାନ ଗୁଡିକୁ ମିଳିବ ଜମି ପଟ୍ଟା

ଭୁବନେଶ୍ବର: ମାର୍ଚ୍ଚ 31 ଭିତରେ ଶିକ୍ଷାନୁଷ୍ଠାନଙ୍କୁ ମିଳିବ ଜମି ପଟ୍ଟା । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଡିଭିଜନ ସ୍ତରୀୟ ସମୀକ୍ଷା ବୈଠକରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ACS ସତ୍ୟବ୍ରତ ସାହୁ । ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଡିଭିଜନ ସ୍ତରୀୟ ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଆବେଦନ କରୁଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ ଓ ଶିକ୍ଷାନୁଷ୍ଠାନମାନଙ୍କର ପଟ୍ଟା ଆବେଦନଠାରୁ ପଟ୍ଟା ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ACS ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜମି ପଟ୍ଟା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲା ପାଇଁ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରିଛନ୍ତି ACS । ପ୍ରତ୍ୟେକ ସପ୍ତାହରେ ହେଉଥିବା ଆଭ୍ୟନ୍ତରୀଣ ବରିଷ୍ଠ ଅଧିକାରୀଙ୍କ ସମୀକ୍ଷା ବୈଠକରେ ଜମି ପଟ୍ଟା ଅଭିଯାନକୁ ସଫଳ କରିବାପାଇଁ ସମସ୍ତ ବରିଷ୍ଠ ଅଧିକାରୀ ଓ ରାଜସ୍ବ ଡିଭିଜନର ଆୟୁକ୍ତ ମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ସମସ୍ତ ନୋଡାଲ ଅଫିସରମାନେ ବିଭିନ୍ନ ଜିଲ୍ଲାରେ ସମସ୍ତ ଶିକ୍ଷା ଓ ରାଜସ୍ବ ବିଭାଗର କ୍ଷେତ୍ରାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଜମି ପଟ୍ଟା ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି ।

ମୋଟ 10,901 ଶିକ୍ଷାନୁଷ୍ଠାନ ଜମି ପଟ୍ଟା ପାଇଁ ରାଜସ୍ବ କ୍ଷେତ୍ରାଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି । ଏହା ମଧ୍ୟରୁ 8,660 ଆବେଦନ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । 5,000 ଜମି ପଟ୍ଟା ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ବଣ୍ଟନ ସରିଛି । ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ 1,052 ଜମି ପଟ୍ଟା ବଣ୍ଟନ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ 670, ବୌଦ୍ଧ ଜିଲ୍ଲାରେ 463 ଓ ରାୟଗଡା ଜିଲ୍ଲାରେ 254 ପଟ୍ଟା ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ବଣ୍ଟନ କରାଯାଇଛି ।

ଜମି ପଟ୍ଟା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ମାର୍ଚ୍ଚ 31 ମଧ୍ୟରେ ସମସ୍ତ ଆବେଦନ କରିଥିବା ଶିକ୍ଷାନୁଷ୍ଠାନଙ୍କୁ ଜମି ପଟ୍ଟା ବାଣ୍ଟିବା ନେଇ ରାଜସ୍ବ କ୍ଷେତ୍ରାଧିକାରୀଙ୍କୁ ACS ତାଗିଦ କରିଛନ୍ତି । ସେହି ଅନୁସାରେ ସମସ୍ତ ରାଜସ୍ବ ଆୟୁକ୍ତ ଓ ନୋଡାଲ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.