ETV Bharat / city

OMICRON FEAR: ବାହାରୁ ଆସୁଥିବା ଯାତ୍ରୀଙ୍କୁ ରାଜ୍ୟରେ ନିୟମିତ କରାଯାଉଛି ତର୍ଜମା - ବାହାର ରାଷ୍ଟ୍ର ଯାତ୍ରୀଙ୍କ ଉପରେ ଓଡ଼ିଶା ସରକାରଙ୍କ ନଜର

କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ବଢିଛି ଚିନ୍ତା । ଏଥିଲାଗି ବାହାର ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କୁ ନିୟମିତ ତର୍ଜନା କରାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

OMICRON FEAR: ବାହାରୁ ଆସୁଥିବା ଯାତ୍ରୀଙ୍କୁ ନିୟମିତ କରାଯାଉଛି ତର୍ଜମା

author img

By

Published : Dec 5, 2021, 2:07 PM IST

ଭୁବନେଶ୍ବର: କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ(OMICRON)କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହାର ସଂକ୍ରମଣକୁ ରୋକିବା ପାଇଁ ନିୟମିତ ଭାବେ ବାହାର ରାଷ୍ଟ୍ରରୁ ଆସୁଥିବା ଲୋକଙ୍କୁ ତର୍ଜମା କରାଯାଉଛି । କେତେ ଲୋକ ରାଜ୍ୟକୁ ଆସୁଛନ୍ତି ଏ ସମ୍ପର୍କରେ ଜିଲ୍ଲାକଗୁଡିକୁ ଜଣା ହେଉଛି । ଏମାନଙ୍କୁ ଚିହ୍ନଟ କରି ସଂଗରୋଧରେ ରଖିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ(Director of Public Health Niranjan Mishra) ।

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରଖିବା ପରେ ଅଷ୍ଟମ ଦିନରେ ସେମାନଙ୍କର ଟେଷ୍ଟିଂ କରାଯିବ । ପଜିଟିଭ ବାହାରିଲେ, ଜିନୋମ ସିକ୍ବେନ୍ସିଂ(Genome Sequencing) ମଧ୍ୟ କରାଯିବ । ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏପର୍ଯ୍ୟନ୍ତ ଆମ ରାଜ୍ୟରେ କୌଣସି ଓମିକ୍ରନ(OMICRON) ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଅନ୍ୟ ରାଜ୍ୟରେ ଓମିକ୍ରନ ଥିବା ଜଣାପଡିଛି, ଆମକୁ ସତର୍କ ରହିବାକୁ ପଡ଼ିବ । ଯେଉଁମାନେ ଅନ୍ୟ ରାଷ୍ଟ୍ରରୁ ଆସୁଛନ୍ତି ଓ ଗାଁ ଗଣ୍ଡାରେ ପହଞ୍ଚିଛନ୍ତି, ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ(Health Department) କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାନ୍ତୁ ବୋଲି କହିଛନ୍ତି ନିରଞ୍ଜନ ।

ବାହାର ରାଷ୍ଟ୍ର(Returnees from different Countries)ରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରହିବାକୁ ସେ ନିବେଦନ କରିଛନ୍ତି । ଅତିକମରେ 7 ଦିନ ସଂଗରୋଧ ଓ ଆଉ 7 ଦିନ ନିଜସ୍ବ ଅବଜରଭେସନ(Self Observation)ରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି 14 ଦିନ ଭିତରେ କିଛି ଲକ୍ଷଣ ଦେଖାଗଲେ, ଟେଷ୍ଟ କରାନ୍ତୁ । ଟେଷ୍ଟ ପଜିଟିଭ ଆସିଲେ ଜିନୋମ ସିକ୍ବେନ୍ସିଂରେ ଜଣାପଡ଼ିବ ଓମିକ୍ରନ ଅଛି କି ନା ନାହିଁ । ବିଦେଶରୁ ରାଜ୍ୟକୁ କେତେ ଲୋକ ଆସୁଛନ୍ତି, ପ୍ରତିଦିନ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ ଅଣାଯାଉଛି ବୋଲି ସେ କହିଛନ୍ତି ।

ଓମିକ୍ରନର ସଂକ୍ରମଣ ହାର ଅଧିକ । ନଭେମ୍ବର 24 ପର ଠାରୁ ଅଳ୍ପ ଦିନ ଭିତରେ ଏହା 36 ରାଷ୍ଟ୍ରକୁ ବ୍ୟାପି ଗଲାଣି ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି । କିନ୍ତୁ ଯେଉଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଅଛି, ସେଠାରେ ଗୁରୁତର କିମ୍ବା ମୃତ୍ୟୁ ହେଉଥିବା ରୋଗୀଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ । WHO(World Health Organization) ବି କହୁଛି, ମୃତ୍ୟୁ ବା ଗୁରୁତର ହାର ବହୁତ କମ । ଟିକା(Vaccine) କାମ କରୁଛି ନା ନାହିଁ, ସେ ନେଇ ବି ତଥ୍ୟ ନାହିଁ । ଟିକା ନିର୍ମାତା ମଧ୍ୟ କହୁଛନ୍ତି, ଓମିକ୍ରନ ଉପରେ ଟିକା କାମ କରୁଛି । ତେଣୁ ଆତଙ୍କିତ ନ ହୋଇ ଟୀକାକରଣ ଜାରି ରଖିବା ଓ କୋଭିଡ଼ ଅନୁରୂପ ନିୟମ ମାନିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.