ETV Bharat / city

ଓଡିଶା ଆସିଲା କୋରୋନା ଭ୍ୟାକ୍ସିନ ସରଞ୍ଜାମ, ବ୍ରିଟେନ ଫେରନ୍ତାଙ୍କୁ ନ ଲୁଚିବାକୁ ଅପିଲ୍

author img

By

Published : Dec 29, 2020, 12:17 PM IST

Updated : Dec 29, 2020, 3:55 PM IST

ଭ୍ୟାକସିନ ପାଇଁ 21 ଲକ୍ଷ ସିରିଞ୍ଜ ସହ ଭ୍ୟାକସିନ ରଖିବା ପାଇଁ 26ଟି ILR ମଙ୍ଗଳବାର ରାଜ୍ୟକୁ ଆସିଛି । ଅଧିକ ପଢନ୍ତୁ...

କୋରୋନା ଭ୍ୟାକସିନ୍ ସରଞ୍ଜାମ
କୋରୋନା ଭ୍ୟାକସିନ୍ ସରଞ୍ଜାମ

ଭୁବନେଶ୍ବର: ଓଡ଼ିଶା ଆସିଲା କୋରୋନା ଭ୍ୟାକସିନ୍ ସରଞ୍ଜାମ । ଭ୍ୟାକସିନ ପାଇଁ 21 ଲକ୍ଷ ସିରିଞ୍ଜ ସହ ଭ୍ୟାକସିନ ରଖିବା ପାଇଁ 26ଟି ILR (ICE LINED REFRIGERATOR) ମଧ୍ୟ ମଙ୍ଗଳବାର ରାଜ୍ୟକୁ ଆସିଛି । ଆଗକୁ ଆହୁରି 339 ILR ଆସିବା ସହ ରାଜ୍ୟରେ ଭ୍ୟାକସିନ ଦେବା ପାଇଁ ଡାଟାବେଶ ବଢିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସେହିପରି ବର୍ତ୍ତମାନ 3 ଲକ୍ଷ 26 ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଭ୍ୟାକସିନ ଦେବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି । ଏପଟେ ଆଜି ପତ୍ତା ମିଳୁ ନଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ଦେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ନିବେଦନ କରିଛନ୍ତି । ବହୁ ବ୍ରିଟେନ ଫେରନ୍ତାଙ୍କ ଫୋନ ନମ୍ବର ଭୁଲ ଅଛି । ୧୮ ଟି ଜିଲ୍ଲାର ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ବରରେ ରହିଛନ୍ତି । ସେମାନଙ୍କୁ ଖୋଜିବାକୁ ବିଏମସି ଟିମ୍ ମଙ୍ଗଳବାର ଯାଇଛନ୍ତି। ଏହାସହ ସେମାନଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ସୂଚନା ଦେଇଛନ୍ତି ସେ ।

ତେଣୁ ଏନେଇ ଭୟଭୀତ ନହେବା ପାଇଁ ନିବେଦନ କରାଯାଇଛି, ଏହାସହ ଆମେ କେବଳ ସେମାନଙ୍କ ଜେନମ ସିକ୍ୟୁଏନ୍ସ ଦେଖିବା ସହ ସେମାନଙ୍କ ଏକାଡେମିକ ରିସର୍ଚ୍ଚ କରିବାକୁ ଖୋଜୁଛୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। । ଏହାସହ 62 ବ୍ରିଟେନ ଫେରନ୍ତା ଅଛନ୍ତି ନା ଅଧିକ ସେ ନେଇ ମଧ୍ୟ ଠିକ୍ ସେ କୌଣସି ନିର୍ଦ୍ଧିଷ୍ଟ ସୂଚନା ନଥିବା କହିବା ସହ ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ସଙ୍କେତ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅଲଗା ଯୋଜନା କରାଯିବାର ନାହିଁ ବୋଲି ସେ କହିଛନ୍ତି ।

6 ବ୍ରିଟେନ ଫେରନ୍ତାଙ୍କ ନିକଟରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି, ରିପୋର୍ଟ ଆମ ପାଖକୁ ଆସିବ ନାହିଁ। କେନ୍ଦ୍ର ସରକାର ଅବଗତ କରିବେ। ହେଲେ ଆମେ ନୂଆ ଷ୍ଟ୍ରେନ ନେଇ କେନ୍ଦ୍ରର SOP ପାଳନ କରୁଛୁ। ଯେଉଁ 8 ରୁ 10 ଦେଶରେ ନୂଆ ଷ୍ଟ୍ରେନ ଦେଖାଯାଇଛି । ସେଠାରେ ମୃତ୍ୟୁ ସଂଖ୍ୟା ବିଶେଷ ନାହିଁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Dec 29, 2020, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.