ETV Bharat / city

ଉପାନ୍ତ ଅଞ୍ଚଳରେ ପାଠ ପଢାଇବେ ‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’ ଛାତ୍ରଛାତ୍ରୀ - diploma elementary education student

ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା । ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଗୁଡ଼ିକରେ ଘରକୁ ଘର ବୁଲି ପାଠ ପଢାଇବେ ‘‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’’ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଉପାନ୍ତ ଅଞ୍ଚଳରେ ପାଠ ପଢାଇବେ ‘‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’’ ଛାତ୍ରଛାତ୍ରୀ

author img

By

Published : Jul 7, 2021, 8:27 PM IST

ଭୁବନେଶ୍ବର: ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା । ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଗୁଡ଼ିକରେ ଘରକୁ ଘର ବୁଲି ପାଠ ପଢାଇବେ ‘‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’’ ଛାତ୍ରଛାତ୍ରୀ ।

ଉପାନ୍ତ ଅଞ୍ଚଳରେ ପାଠ ପଢାଇବେ ‘‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’’ ଛାତ୍ରଛାତ୍ରୀ

ଇଣ୍ଟର୍ନସିପ୍ ପ୍ରୋଗ୍ରାମ ମାଧ୍ୟମରେ ସେମାନେ ପାଠ ପଢାଇବେ । ସିବିଟି ମାଧ୍ୟମରେ 10 ହଜାର ‘‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’’ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ, ଯେଉଁମାନେ 10000 ଗାଁରେ ପାଠ ପଢାଇବେ । ଏଥିରେ ଜଣେ ଲେଖାଏଁ ଛାତ୍ର 10 ଜଣ ପିଲାଙ୍କୁ ପାଠ ପଢାଇବେ । ଏହି ସମସ୍ତ ‘‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’’ ଛାତ୍ରଛାତ୍ରୀଙ୍କୁ ସେହି ଅଞ୍ଚଳରେ ଥିବା ଟିଚର୍ ଏଜୁକେଟର୍ ସେମାନଙ୍କୁ ଗାଇଡ୍ କରିବେ । ଆଉ ବାକି ପିଲାଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯିବ ସେନେଇ ସମୀକ୍ଷା ଚାଲିଛି । ଏହା ବ୍ୟତୀତ ମଧୂ ଆପ୍, ୟୁଟ୍ୟବ୍, ରେଡିଓ ଦ୍ଵାରା ମଧ୍ୟ ପାଠ ପଢ଼ାଯାଉଛି ।

ଏହାଛଡ଼ା ରାଜ୍ୟରେ ଖାଲି ଥିବା ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ପଦବୀ ପୂରଣ ହେବ । 4558 ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏଥିପାଇଁ ଓଏସଏସଟିଇଟି ପରୀକ୍ଷା ହେବାକୁ ଯାଉଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯୁକ୍ତ ଦୁଇ ଫଳାଫଳ ଜୁଲାଇ 31 ମଧ୍ୟରେ ପ୍ରକାଶ କରିବାର ବ୍ୟବସ୍ଥା କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.