ETV Bharat / city

ରେଲୱେ ବୋର୍ଡ PACର ସଦସ୍ୟ ଭାବେ ମନୋନୀତ ହେଲେ ଦିଲୀପ

ରେଲୱେ ବୋର୍ଡ ପିଏସିର ସଦସ୍ୟ ଭାବେ ଓଡିଶାରୁ ମନୋନୀତ ହେଲେ ଦିଲୀପ ମଲ୍ଲିକ । ଅଧିକ ପଢନ୍ତୁ...

author img

By

Published : Jul 20, 2021, 11:20 AM IST

ଓଡିଶାରୁ ରେଲୱେ ବୋର୍ଡ ପିଏସିର ସଦସ୍ୟ ଭାବେ ମନୋନୀତ ହେଲେ ଦିଲୀପ ମଲ୍ଲିକ

ଭୁବନେଶ୍ବର: ରେଲୱେ ବୋର୍ଡ ପିଏସିର ସଦସ୍ୟ ଭାବେ ଓଡିଶାରୁ ମନୋନୀତ ହୋଇଛନ୍ତି ଦିଲୀପ ମଲ୍ଲିକ । ରେଲୱେ ବୋର୍ଡ ପାସେଞ୍ଜର ଆମେନିଟିଜ୍ କମିଟି (ପିଏସି)ର ସର୍ବଭାରତୀୟ ସ୍ତରରେ ସଦସ୍ୟ ଭାବେ ଭାଜପା ନେତା ଦିଲୀପ କୁମାର ମଲ୍ଲିକଙ୍କୁ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଛି । ଓଡିଶାରୁ ଏକମାତ୍ର ସଦସ୍ୟ ଭାବେ ମନୋନୀତ ହୋଇଥିବା ଶ୍ରୀ ମଲ୍ଲିକ ଏହି କମିଟିରେ ଆଗାମୀ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବେ ।

ଏହି ପିଏସି କମିଟିର ଚେୟାରମ୍ୟାନ ପିକେ କ୍ରିଷ୍ଣଦାସ ରହିଛନ୍ତି । ଯାତ୍ରୀ ସୁବିଧା ପାଇଁ ଦାୟିତ୍ୱର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି । ରେଲୱେର ଏକ ଗୁରୁତ୍ୱପୂର୍ଣ୍ଣ କମିଟିକୁ ମନୋନୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପ୍ରଦେଶ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଶ୍ରୀ ମଲ୍ଲିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.