ETV Bharat / city

ଜଙ୍ଗଲ ଛାଡି ରାଜଧାନୀ ମଲରେ ଡାଇନୋସର - esplanacde

ଏସପ୍ଲାନେଡ ମଲ ଭିତରେ ବୁଲୁଛି ଡାଇନୋସର । ଦେଖିବାକୁ ମିଳୁଛି ଲୋକଙ୍କ ଭିଡ । ଦୁଇଟି ଡାଇନୋସର ସ୍ବତନ୍ତ୍ର ପ୍ଲାଷ୍ଟିକରେ ତିଆରି କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 8, 2019, 11:52 PM IST

Updated : Jun 9, 2019, 9:58 AM IST

ଭୁବନେଶ୍ବର: ରାଜଧାନୀର ମଲ ଭିତରେ ବୁଲୁଛି ଡାଇନୋସର । ଦେଖିଲେ ଲୋକଙ୍କୁ ଗୋଡାଉଛି । ବଡ ଦାନ୍ତ ବଡ ଲାଞ୍ଜ ସହ ଗର୍ଜନ କରୁଛି । ମଲ ଭିତରେ ଲୋକଙ୍କୁ ଦେଖିଲେ ଗୋଡେଇ ଆସୁଛି । କିନ୍ତୁ କୌଣସି କ୍ଷତି ନ ପହଞ୍ଚାଇ ଲୋକଙ୍କୁ ଯୋଗାଉଛି ମନୋରଞ୍ଜନର ଖୋରାକ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ଏମିତି ଡାଇନୋସର ଦେଖିବାକୁ ମିଳିଛି ରସୁଲଗଡସ୍ଥିତ ଏସପ୍ଲାନେଡ ମଲରେ । ମଲ ପକ୍ଷରୁ ତିଆରି ହୋଇଛି ତିନୋଟି ଡାଇନୋସର । ଗୋଟିଏ ମଲର ବାହାରେ ଥିବା ବେଳେ ଅନ୍ୟ ଦୁଇଟି ଭିତରେ ବୁଲିବା ଭଳି ବ୍ୟବସ୍ଥା କରାଯାଇଛି ।

ଦୁଇଟି ଡାଇନୋସର ସ୍ବତନ୍ତ୍ର ପ୍ଲାଷ୍ଟିକରେ ତିଆରି କରାଯାଇଛି । ଏଥିରେ ଖଞ୍ଜାଯାଇଛି ମେସିନ । ନିଜେ ନିଜେ ଚଲାବୁଲା କରୁଛନ୍ତି ଏହି ଡାଇନୋସର । ଯାହାକୁ ଦେଖିବା ନେଇ ମଲରେ ଜମୁଛି ଲୋକଙ୍କ ଭିଡ । ବିଶେଷ କରି ଛୋଟ ପିଲା ଏହାର ଭରପୁର ମଜା ନେଉଛନ୍ତି।

ଭୁବନେଶ୍ବରରୁ ତାପସ କୁମାର ପରିଡା , ଇଟିଭି ଭାରତ

ରାଜଧାନୀର ମଲ ଭିତରେ ଡାଇନୋସର,
ଦେଖିଲେ ଲୋକଙ୍କ ପଛରେ ଗୋଡାଉଛି 
ବିଶାଳକାୟ ଚେହେରା। ବଡ ବଡ ଦାନ୍ତ । ବଡ ଲାଂଜ ସହ ବିଶାଳ ଗର୍ଜନ। ମଲ ଭିତରେ ଲୋକଂକୁ ଦେଖିଲେ ଗୋଡାଇ ଆସୁଛି। କିନ୍ତୁ କୌଣସି କ୍ଷତି ନ ପହଂଚାଇ ଲୋକଙ୍କୁ ଏଣ୍ଟରଟେନମେଣ୍ଟ କରୁଛି। ଏମିତି ଡାଇନୋସର ଦେଖିବାକୁ ମିଳିଛି ରାଜଧାନୀର ସବୁଠୁ ବଡ ମଲ ରସୁଲଗଡସ୍ଥିତ ଏସ୍ପାଲେନଡ ମଲରେ। ଯେଉଁ ମଲ ତରଫରୁ ହୋଇଛି ତିନୋଟି ଡାଇନୋସର। ଗୋଟିଏ ମଲର ବାହାରେ ଥିବା ବେଳେ ଅନ୍ଯଟି ମଲ ଭିତରେ  ଏବଂ ଆଉ ଗୋଟିଏ ମଲ ଭିତରେ ବୁଲିବା ଭଳି ବ୍ଯବସ୍ଥା କରାଯାଇଛି। ଦୁଇଟି ଡାଇନୋସର ସ୍ବତନ୍ତ୍ର ପ୍ଲାଷ୍ଟିକ ଜାତିୟ ଦ୍ରବ୍ଯରେ ତିଆରି କରାଯାଇଛି । ଏପରିକି ମେସିନ ଖଂଜାଯାଇଛି ଯେ ଦୁଇଟି ଡାଇନୋସର ଗୋଟିଏ ସ୍ଥାନରେ ସ୍ଥିର ରହିଲେ ମଧ୍ଯ ଆଖି ମିଟି ମିଟି କରୁଛି ,ମୁଣ୍ଡ ହଲାଇଉଛି ତା ସହ ନିଜର ାଗ ତଖା ଛୋଟ ଗୋଡ ହଲାଉଥିବା ବେଳେ ଲାଂଜ ମଧ୍ଯ ହଲାଉଛି। ଯାହାକୁ ନେଇ ମଲ ଭିତରେ ଓବାହାରେ ଏକ ସୁବ୍ଯବସ୍ଥିତ ଢଙ୍ଗରେ ସଜାଯାଇଛି। ସତେ ଯେପରି ଫିଲ୍ମରେ ଅଣ୍ଡାରୁ ଫୁଟାଇ ଜଙ୍ଗଲ  ଭିତରେ ଯେପରି ଡାଇନୋସର ବିଚରଣ କରୁଥାଏ ସେପରି ଦେଖିବାକୁ ମିଳିଛି। ଯାହାକୁ ଦେଖିବା ନେଇ ମଲକୁ ଅଧିକାଁଶ ଲୋକଂକ ଭିଡ ଜମୁଛି । ବିଶେଷ କରି ଛୋଟ ପିଲା ଏହାର ବେସ ଭରପୁର ମଜା ନେଉଛନ୍ତି। ଏପରିକି ଫଟୋ ଉଠାଇବା ସହ ସେଲଫି ମଧ୍ଯ ନେଉଛନ୍ତି। ତେବେ ସବୁଠୁ ଆଶ୍ଚର୍ଯର କଥା ସବୁଠୁ ଛୋଟ ଡାଇନୋସର ଯେକି କପଡା ଓ ପ୍ଲାଷ୍ଟିକରେ ନିର୍ମିତ ହୋଇଛି ତା ମଧ୍ଯରେ ଜଣେ ଲୋକ ପଶି ଚାରିଆଡେ ବୁଲି ବୁଲି ଲୋକଙ୍କୁ ଏଣ୍ଟରଟେନମେଣ୍ଟ କରୁଛି। ଯାହା ଏକ ସତେ ଯେପରି ଜିବନ୍ତ ଡାଇନୋସର ଯାହାକି ୮ମିଲିୟନ ବର୍ଷ ପୁପ୍ବେ ଆଫ୍ରିକିୟ ଅଂଚଳରେ ଦେଖିବାକୁ ମିଳିଥିଲା ସେପରି ଦୃଷ୍ଯ ଟିଭି ଓ ଫିଲ୍ମ ଅପେକ୍ଷା ମଲରେ ଅଧିକ ଏଣ୍ଟରଟେନମେଣ୍ଟ କରୁଛନ୍ତି ସାଧାରଣ ଲୋକ ଓ ଛୋଟପିଲା।
ବାଇଟ-ବନଶ୍ରୀ ରଣଜୋସ୍ନା(ସ୍ତ୍ରୀ ଲୋକ),ରାଜଧାନୀବାସି
ବାଇଟ-ତନ୍ମୟ ଅଗ୍ରୱାଲ(ଛୋଟ ପିଲା)
ବାଇଟ-ପ୍ରିତି(ଝିଅ)

ମୋଜୋରେ ଭିଜୁଆଲ ବାଇଟ
Last Updated : Jun 9, 2019, 9:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.