ETV Bharat / city

ଛାତ୍ର ଠାରୁ ଲାଞ୍ଚ ନେଇ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ ଗିରଫ

author img

By

Published : Aug 23, 2022, 1:53 PM IST

ଛାତ୍ରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ । ଅଧିକ ପଢନ୍ତୁ

ଛାତ୍ର ଠାରୁ ଲାଞ୍ଚ ନେଇ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ ଗିରଫ
ଛାତ୍ର ଠାରୁ ଲାଞ୍ଚ ନେଇ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ ଗିରଫ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ(Dhenkanal Law College)ର ମୁଖ୍ୟ କିରାଣୀ । ଛାତ୍ରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଏହି ଲାଞ୍ଚୁଆ କିରାଣୀ ହେଉଛନ୍ତି ଉତ୍ତମ ରାଉତ । ସେ ଆଟେଣ୍ଡାନ୍ସ ସାର୍ଟିଫିକେଟ ବାବଦକୁ ଜଣେ ଛାତ୍ରଙ୍କ ଠାରୁ ୮,୫୦୦ ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ତାଙ୍କୁ କାବୁ କରି ରାସାୟନିକ ପ୍ରଲେପ ଦିଆ ୮,୫୦୦ ଟଙ୍କା ଜବତ କରିବା ସହ ଗିରଫ କରିଛି । ଭିଜିଲାନ୍ସ ପକ୍ଷରୁ ଦୁଇଟି ଟିମ୍ ପୃଥକ ଭାବେ ଲ' କଲେଜର ଉତ୍ତମଙ୍କ ଚ୍ୟାମ୍ବର ଓ ଢେଙ୍କାନାଳ ଷ୍ଟେସନ ବଜାର ସ୍ଥିତ ଘରେ ଯାଞ୍ଚ କରୁଛନ୍ତି ।

ଆଇନ ମହାବିଦ୍ୟାଳୟର ମାସୁଦ ହୁସେନ ନାମକ ଜଣେ ଆଇନ ଛାତ୍ର ବ୍ୟାକ ପେପର ଫର୍ମ ପୂରଣ ପାଇଁ ଆବଶ୍ୟକ ଆଟେଣ୍ଡାନ୍ସ ସାର୍ଟିଫିକେଟ ଆବେଦନ କରିଥିଲେ । ଏଥିପାଇଁ କଲେଜର ମୁଖ୍ୟ କିରାଣୀ ଉତ୍ତମ ରାଉତ ୧୦ ହଜାର ଟଙ୍କା ଦାବି କରିଥିଲେ । ପରେ ୮ ହଜାର ୫ଶହ ଟଙ୍କାରେ ମୂଳଚାଲ ଛିଣ୍ଡିଥିଲା । ଏ ସମ୍ପର୍କରେ ମାସୁଦ ହୁସେନ ଅନୁଗୁଳ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଫଳରେ ଆଜି କଟକ ଭିଜିଲାନ୍ସ ଟିମ୍‌ଙ୍କ ସହାୟତାରେ ଅନୁଗୁଳ ଭିଜିଲାନ୍ସର ଏକ ଟିମ୍ ଏହି ଟଙ୍କା ଲାଞ୍ଚ ନେବାବେଳେ ଉତ୍ତମଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.