ଭୁବନେଶ୍ବର: ରାଜ୍ୟରେ ମୁଖଗହ୍ଵର ଜନିତ ରୋଗ ବଢ଼ିବାରେ ଲାଗିଛି । ଦାନ୍ତ ସମସ୍ୟା ହେଉ ବା କର୍କଟ ଏସବୁ ଚିକିତ୍ସା ପାଇଁ ନାହାନ୍ତି ଡାକ୍ତର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧମେନ୍ଦ୍ର ପ୍ରଧାନ ଚିଠି ଲେଖିବା ସହ ଦାନ୍ତ ଡାକ୍ତର ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି ।
ଯଦିଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦାନ୍ତ ଡାକ୍ତର ଅଛନ୍ତି କିନ୍ତୁ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦାନ୍ତ ଡାକ୍ତର ନିଯୁକ୍ତି ପାଇଁ ସରକାର ପଦକ୍ଷେପ ନେଉନାହାନ୍ତି, ଯାହାକି ଅନେକ ସମୟରେ ଚିକିତ୍ସାରେ ସମସ୍ୟା ସୃଷ୍ଟି କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ତେଣୁ ତୁରନ୍ତ ରାଜ୍ୟରେ ଦାନ୍ତ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଅନ୍ୟପକ୍ଷରେ ଦେଶରେ ମୁଖଗହ୍ଵର ଜନିତ ରୋଗରେ 5 ବର୍ଷର 50 ପ୍ରତିଶତ ପିଲା, 5 ରୁ 12 ବର୍ଷ 52.5 ପ୍ରତିଶତ, 12 ରୁ 15 ବର୍ଷ 61.4 ପ୍ରତିଶତ, 35 ରୁ 44 ବର୍ଷ 79.2 ପ୍ରତିଶତ ଏବଂ 65 ରୁ 74 ବର୍ଷ 84.7 ପ୍ରତିଶତ ଲୋକ ଆକ୍ରାନ୍ତ ହେଉଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ