ETV Bharat / city

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭ, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

author img

By

Published : Sep 27, 2021, 10:22 PM IST

ଆୟୁଷ୍ମାନ ଭାରତ ଡ଼ିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

Dharmendra
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭ

ଭୁବନେଶ୍ବର: ଆଜି ଆୟୁଷ୍ମାନ ଭାରତ ଡ଼ିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସାମଗ୍ରିକ ଏବଂ ସମାବେଶୀ ସ୍ୱାସ୍ଥ୍ୟ ମଡ଼େଲ ତଥା ଗରିବ ଏବଂ ମଧ୍ୟବିତ ବର୍ଗର ଲୋକଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ୟାକୁ ଦୂର କରିବା ଦିଗରେ ଆଜି ଆୟୁଷ୍ମାନ ଭାରତ ଡ଼ିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆୟୁଷ୍ମାନ ଭାରତ- ଡ଼ିଜିଟାଲ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଦେଶରେ ଥିବା ହସ୍ପିଟାଲ ମଧ୍ୟରେ ଲୋକଙ୍କୁ ଡ଼ିଜିଟାଲ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ସଂଯୋଗ ସ୍ଥାପନ କରିବ । ଦେଶର ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତ ଏବଂ ସୁଗମ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଆଜି ନିଆଯାଇଥିବା ପଦକ୍ଷେପ ଦ୍ୱାରା ଦେଶର ନାଗରିକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରେକର୍ଡ ଡିଜିଟାଲରେ ସୁରକ୍ଷିତ ରହିବ । ସମସ୍ତେ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତରୁ ଉନ୍ନତମାନର ସ୍ୱାସ୍ଥ୍ୟସେବାର ଲାଭ ପାଇପାରିବେ ।

ଏହି ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ କେବଳ ଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଦକ୍ଷତା, କାର୍ଯ୍ୟକାରିତା ଏବଂ ସ୍ୱଚ୍ଛତାକୁ ଉନ୍ନତ କରିବ ନାହିଁ ବରଂ ଆର୍ଥିକ ସଂକଟରୁ ମଧ୍ୟ ଲୋକଙ୍କୁ ରକ୍ଷା କରିବାରେ ସହାୟକ ହେବ । ଆୟୁଷ୍ମାନ ଯୋଜନା ଦେଶରେ ଗରିବ ଲୋକଙ୍କ ଚିକିତ୍ସା ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଛି ।

ବର୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୨ କୋଟିରୁ ଅଧିକ ଲୋକମାନେ ମାଗଣା ଚିକିତ୍ସାରେ ଉପକୃତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ହିତାଧିକାରୀ ରହିଛନ୍ତି ।

ଏହାବ୍ୟତିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଗୁରୁତ୍ୱ ଦେଉଛନ୍ତି। ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆରୋଗ୍ୟ କେନ୍ଦ୍ର ଗୁଡିକର ନେଟୱାର୍କକୁ ସୁଦୃଢ କରାଯାଉଛି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.