ଭୁବନେଶ୍ବର: ରାଜଧାନୀରେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା, ଏବେ ବି ସସପେନ୍ସରେ ଆତ୍ମହତ୍ୟାର କାରଣ । ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା ଧର୍ମେନ୍ଦ୍ରଙ୍କ ମୃତଦେହ । ପୋଷ୍ଟମର୍ଟମ ନିକଟରେ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ନିର୍ବାଚନୀ ମଣ୍ଡଳୀର ବିଧାୟକ ସମୀର ରଞ୍ଜନ ଦାସ ଉପସ୍ଥିତ ଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ଉଦ୍ଧାର କରାଯାଇଥିଲା । ସେ ଆତ୍ମହତ୍ୟା କରିବା ପୂର୍ବରୁ ଫେସବୁକ ପୋଷ୍ଟରେ ଦୁଇଟି ଫୋନରେ ସବୁ ଭିଡିଓ ରହିଛି, ତାକୁ ଲୋକ ଲୋଚନକୁ ଆଣିବା ନେଇ ଲେଖିଥିଲେ। ତେବେ ଦୁଇଟି ଫୋନ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ଆତ୍ମହତ୍ୟାର କାରଣ କଣ ହୋଇପାରେ ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ୨ଟି ଫୋନ ମିଳିବା ପରେ ସସ୍ପେନ୍ସ ଉପରୁ ପରଦା ହଟିବ । ଅନ୍ୟ ପଟେ ପାରିବାରିକ ବିବାଦକୁ ନେଇ ଏପରି ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଫରେନସିକ ଟିମ ଘଟଣାସ୍ଥଳରେ ଛାନଭିନ୍ନ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ-ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ସସପେନ୍ସ ବଢାଇଲା ଫେସବୁକ ପୋଷ୍ଟ
ଗତ ୧୫ ଦିନ ପୂର୍ବରୁ ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାରରେ ପତ୍ନୀ ଓ ପୁଅ ଉପରେ ରାଗିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ, ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ପରିବାର ତାଙ୍କୁ ଏକାକି କେଉଁଆଡେ ଛାଡୁ ନଥିଲେ । ଗତକାଲି(ଶୁକ୍ରବାର) ନିଜ ସ୍ତ୍ରୀ ଓ ପୁଅକୁ ମାରିବି ନଚେତ୍ ସେ ମରିବେ କହି ନିଜ ପୁତୁରାକୁ ଘରୁ ଅନ୍ୟତ୍ର ପଠାଇ ଦେଇଥିଲେ । ଘରେ ଏକାକି ଥିବା ବେଳେ ଏପରି ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ସାହୁ । ନିଜ ଘର ମୁଖ୍ୟ ଫାଟକ ସାମ୍ନାରେ ଥିବା ସ୍ଫଟିକରେ ଗାମୁଛା ଲଗାଇ ସେ ଝୁଲି ପଡିଥିଲେ । ଧର୍ମେନ୍ଦରଙ୍କ ଶ୍ବଶୁର କହିଛନ୍ତି ଯେ, ‘‘ଏକା କେବଳ ନିଶାର କାମ, ପୂର୍ବରୁ ପୁଅ ଓ ପତ୍ନୀଙ୍କ ସହ ଝଗଡା କରୁଥିଲା, ମୃତ୍ୟୁ ପୂର୍ବରୁ ମଧ୍ୟ ସେ ଉଭୟଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ’’
ଅନ୍ୟପେଟ ନିର୍ବାଚନରେ ବହୁତ ଟଙ୍କା ଖର୍ଚ୍ଚ କରି ଥିବାରୁ ପାଖାପାଖି ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ କରଜ କରିଥିଲେ ଧର୍ମେନ୍ଦ୍ର । ଭୁବନେଶ୍ୱର ୧ନମ୍ବର ହାଟରେ ମଧ୍ୟ ଏକ ବ୍ୟବସାୟ ଥିଲା । ତେବେ କରଜ ସୁଝିବାକୁ ପତ୍ନୀଙ୍କ ନାରେ ଥିବା ଜମି ବିକ୍ରି ପାଇଁ ମଧ୍ୟ ସେ ଚିନ୍ତିତ ରହୁଥିଲେ, ୧୮ଦିନ ତଳେ ସେ ପଟିଆରେ ଓଡିଏମ ସ୍କୁଲ ପାଖେ ସେକ ଜମିକୁ ବିକ୍ରି କରିଥିଲେ । ଯାହାକୁ ନେଇ କରଜ ସୁଝିବାକୁ ସେ ଚାହୁଁଥିଲେ। ତେବେ ବିକ୍ରି ଟଙ୍କାରେ କିଛି କରଜ ସୁଝିଥିବା ମଧ୍ୟ ଜଣାପଡିଛି ।