ଭୁବନେଶ୍ବର: ଚାଷୀଙ୍କ ଆୟକୁ ବୃଦ୍ଧି କରିବା ନେଇ କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ICRISATର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ ତାଳଚେରର ବଲଣ୍ଡା ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ପତିତ ଜମିର ପୁନଃଉଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ଓ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।
ଏଥି ସହ ସ୍ଥାନୀୟ ଅଞ୍ଚଳରେ ଚାଷ ଏବଂ ଚାଷ ସାମଗ୍ରୀର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଜଙ୍ଗଲଜାତ ଦ୍ରବ୍ୟର ବିକାଶ, ବଜାର ସଂଯୋଗୀକରଣ, ଚାଷୀ ଭାଇଙ୍କ ଜୀବିକାକୁ ଉନ୍ନତ କରିବା ତଥା କୃଷି ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷୀ ମାନଙ୍କୁ କୁଶଳୀ କରିବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ଆଲୋଚନା କରାଯାଇଛି ।