ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡ଼ିଆ ଭାଷାର ସୁରକ୍ଷା ନେଇ ପଡ଼ୋଶୀ ରାଜ୍ୟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କୁ ପୃଥକ ପୃଥକ ଚିଠି ଲେଖିଛନ୍ତି । ଏହାସହ ଓଡିଆ ଭାଷା ଓ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିବାକୁ ସେ ଅନୁରୋଧ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପତ୍ର ଲେଖି ଜାତୀୟ ଶିକ୍ଷା ନୀତି ୨୦୨୦ରେ ଥିବା ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ସହ ଝାଡଖଣ୍ଡରେ ଓଡ଼ିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଝାଡଖଣ୍ଡ ରାଜ୍ୟ ଗଠନ ହେବା ପରେ ଏହା ସୁନିଶ୍ଚିତ କରାଯାଇଥିଲା ଯେ ଓଡ଼ିଆ ଭାଷାଭାଷୀ କହୁଥିବା ଲୋକଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ । ବହୁ ସଂଗ୍ରାମ ପରେ ୨୦୧୧ ସେପ୍ଟେମ୍ବର ୧ ରେ ଝାଡଖଣ୍ଡ ସରକାର ଅନ୍ୟ ୫ଟି ଆଞ୍ଚଳିକ ଭାଷା ସହ ଓଡ଼ିଆ ଭାଷାକୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷା ଭାବେ ମାନ୍ୟତା ଦେଇଥିଲେ । ସେହିପରି ରାଞ୍ଚି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ରହିଛି ଏବଂ ସ୍ନାତକ, ସ୍ନାତକତୋର ପାଠ୍ୟକ୍ରମ ରହିଛି । ଏହା ସହ ଝାଡଖଣ୍ଡ ଲୋକସେବା ଆୟୋଗ ଏବଂ ଷ୍ଟାଫ୍ ସିଲେକ୍ସନ କମିଶନରେ ଓଡ଼ିଆକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ଗ୍ରହଣ କରାଯାଇଛି ।
-
ଝାଡ଼ଖଣ୍ଡରେ ଥିବା ଓଡ଼ିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ଓଡ଼ିଆ ଭାଷା ଶିକ୍ଷାକୁ ସହଯୋଗ ଏବଂ ସୁରକ୍ଷା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ @HemantSorenJMM ଜୀ ଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲି। pic.twitter.com/tGW9SmgzVq
— Dharmendra Pradhan (@dpradhanbjp) October 1, 2021 " class="align-text-top noRightClick twitterSection" data="
">ଝାଡ଼ଖଣ୍ଡରେ ଥିବା ଓଡ଼ିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ଓଡ଼ିଆ ଭାଷା ଶିକ୍ଷାକୁ ସହଯୋଗ ଏବଂ ସୁରକ୍ଷା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ @HemantSorenJMM ଜୀ ଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲି। pic.twitter.com/tGW9SmgzVq
— Dharmendra Pradhan (@dpradhanbjp) October 1, 2021ଝାଡ଼ଖଣ୍ଡରେ ଥିବା ଓଡ଼ିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ଓଡ଼ିଆ ଭାଷା ଶିକ୍ଷାକୁ ସହଯୋଗ ଏବଂ ସୁରକ୍ଷା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ @HemantSorenJMM ଜୀ ଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲି। pic.twitter.com/tGW9SmgzVq
— Dharmendra Pradhan (@dpradhanbjp) October 1, 2021
-
ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତ୍ତୀ ଗାଁରେ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷା ଆଧାରିତ ଶିକ୍ଷା ସହ ଜଡ଼ିତ ବିବାଦକୁ ସମାଧାନ କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ @ysjagan ଜୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କଲି । pic.twitter.com/AQjRbRJgwr
— Dharmendra Pradhan (@dpradhanbjp) October 1, 2021 " class="align-text-top noRightClick twitterSection" data="
">ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତ୍ତୀ ଗାଁରେ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷା ଆଧାରିତ ଶିକ୍ଷା ସହ ଜଡ଼ିତ ବିବାଦକୁ ସମାଧାନ କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ @ysjagan ଜୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କଲି । pic.twitter.com/AQjRbRJgwr
— Dharmendra Pradhan (@dpradhanbjp) October 1, 2021ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତ୍ତୀ ଗାଁରେ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷା ଆଧାରିତ ଶିକ୍ଷା ସହ ଜଡ଼ିତ ବିବାଦକୁ ସମାଧାନ କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ @ysjagan ଜୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କଲି । pic.twitter.com/AQjRbRJgwr
— Dharmendra Pradhan (@dpradhanbjp) October 1, 2021
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ