ETV Bharat / city

Dhamnagar By-Poll: କାହା ପଲ୍ଲା ଭାରି ବିଜେଡି, ବିଜେପି ନା କଂଗ୍ରେସ ? - କିଏ ହେବେ ଧାମନଗରର ପରବର୍ତ୍ତୀ ବିଧାୟକ

ନଭେମ୍ବର 3 ତାରିଖରେ ଧାମନଗର ଉପ ନିର୍ବାଚନ । ବିଜେପି ଦଖଲରେ ଥିବା ଏହି ଆସନ ଏବେ କାହା ହାତକୁ ଯିବ ? କିଏ ହେବେ ଧାମନଗରର ପରବର୍ତ୍ତୀ ବିଧାୟକ । ବିଷ୍ଣୁଙ୍କ ଉତ୍ତରାଧିକାରୀ ଭାବେ କାହାକୁ ବାଛିବେ ଧାମନଗରବାସୀ ? ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ, ଏବେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଦେଇଛନ୍ତି ରଣନୀତି ପ୍ରସ୍ତୁତି । ଅଧିକ ପଢନ୍ତୁ

Dhamnagar by Poll: କାହା ପଲ୍ଲା ଭାରି ବିଜେଡି, ବିଜେପି ନା କଂଗ୍ରେସ?

author img

By

Published : Oct 4, 2022, 9:52 PM IST

ଭୁବନେଶ୍ବର: ନଭେମ୍ବର 3 ତାରିଖରେ ଧାମନଗର ଉପ ନିର୍ବାଚନ । ବିଜେପି ଦଖଲରେ ଥିବା ଏହି ଆସନ ଏବେ କାହା ହାତକୁ ଯିବ ? କିଏ ହେବେ ଧାମନଗରର ପରବର୍ତ୍ତୀ ବିଧାୟକ । ବିଷ୍ଣୁଙ୍କ ଉତ୍ତରାଧିକାରୀ ଭାବେ କାହାକୁ ବାଛିବେ ଧାମନଗରବାସୀ ? ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ, ଏବେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଦେଇଛନ୍ତି ରଣନୀତି ପ୍ରସ୍ତୁତି । ଯେହେତୁ ବିଧାୟକ ବିଷ୍ଣୁ ସେଠୀ ବିଜେପିର ଜଣେ ତୁଙ୍ଗ ନେତା ଥିଲେ, ତେଣୁ ଏହି ଆସନକୁ ବିଜେପି ହାତ ଛଡା କରିବାକୁ ଚାହିଁବନାହିଁ ।

Dhamnagar by Poll: କାହା ପଲ୍ଲା ଭାରି ବିଜେଡି, ବିଜେପି ନା କଂଗ୍ରେସ?

କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ମତରେ ଏହି ଆସନରେ ବିଜୟ ଲାଭ କରିବା ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହେବ । ପୂର୍ବରୁ ବିଜେପି ବାଲେଶ୍ବର ଉପ ନିର୍ବାଚନରେ ମଦନ ମୋହନ ଦତ୍ତଙ୍କ ନିଧନ ପରେ ତାଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରି ମଧ୍ୟ ଆସନ ବଞ୍ଚାଇ ପାରିନଥିଲା । ଧାମନଗର ଉପନିର୍ବାଚନ ଫଳାଫଳ 2024ରେ ବିଜେପିର ପ୍ରଦର୍ଶନ କିଭଳି ହେବ ସଂକେତ ମିଳିବ । ଯଦି ବିଜେପି ବିଜୟୀ ହୁଏ ଏହାର ପ୍ରଭାବ ଦେଖିବାକୁ ମିଳିବ 2024ରେ । ତେଣୁ ଏହି ଉପ ନିର୍ବାଚନ ବିଜେପି ପାଇଁ ଏକ ବଡ ଆହ୍ବାନ ହୋଇଛି ।

ଅନ୍ୟପକ୍ଷରେ 2019 ପରେ ରାଜ୍ୟରେ ହୋଇଥିବା ଉପ ନିର୍ବାଚନକୁ ଯଦି ଦେଖାଯାଏ ବିଜେଡିର ତୃଣମୂଳ ସ୍ତରରେ ନିର୍ବାଚନ ପରିଚାଳନା ସଫଳ ହୋଇଆସୁଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ ।

2019 ପରେ କେମିତି ଥିଲା ଉପ-ନିର୍ବାଚନ ଫଳାଫଳ?

ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ, ପରେ ତିର୍ତ୍ତୋଲ ଆସନରେ ତାଙ୍କ ପୁଅ ବିଜୟ ଶଙ୍କର ଦାସ ବିଜେଡିରୁ ଲଢି ବିଜେପିର ରାଜକିଶୋର ବେହେରାଙ୍କୁ 41 ହଜାର 703 ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସେହିପରି ବାଲେଶ୍ବର ଉପ ନିର୍ବାଚନରେ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ଏହି ଆସନରୁ ବିଜେଡିର ସ୍ବରୁପ ଦାସ ମାନସ କୁମାର ଦତ୍ତଙ୍କୁ 13 ହଜାର 351 ଖଣ୍ଡ ଭୋଟରେ ହରାଇଥିଲେ । ପିପିଲି ଉପ ନିର୍ବାଚନ-ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ପୁଅ ରୁଦ୍ର ମହାରଥୀ ଏହି ଆସନରେ ଲଢି ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ 20 ହଜାର 916 ଖଣ୍ଡ ଭୋଟରେ ହରାଇଥିଲେ । ସେହିଭଳି ବ୍ରଜରାଜ ନଗର ଉପ ନିର୍ବାଚନରେ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ତାଙ୍କ ପତ୍ନୀ ଅଳକା ମହାନ୍ତି କଂଗ୍ରେସର କିଶୋର ଚନ୍ଦ୍ର ପଟେଲଙ୍କୁ 65000 ହଜାର ଭୋଟରେ ପରାସ୍ତ କରିଥିଲେ ।

ଉପ-ନିର୍ବାଚନର ଗଣିତ କହୁଛି ବିଜେଡି ସବୁଠି ବିଜୟ ଲାଭ କରିଛି । ବିଜେପି ନିଜ ଆସନ ମଧ୍ୟ ବଞ୍ଚାଇ ପାରିନାହିଁ । ତେଣୁ ଧାମନଗରରେ ସମାନ ପ୍ରତିଫଳନ ରହିବ ବୋଲି ଆଶା ରଖିଛି ବିଜେଡି । କିନ୍ତୁ ବିଜେପିର ଦମ୍ଭୋକ୍ତି ଏହି ଆସନ ବିଜେପି ହାତକୁ ଯିବ ।

ଏପରିକି ବିଜେପୁରରେ ରୀତା ସାହୁ ଜିତିବା ଏବଂ ପାଟକୁରାରେ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ନିର୍ବାଚନ ବିଳମ୍ବିତ ହେବା ସତ୍ତ୍ୱେ ସାବିତ୍ରୀ ଅଗ୍ରଓ୍ବାଲ ଜିତିବାର ମଧ୍ୟ ନଜିର ରହିଛି । ତେଣୁ ବିଜେପି ପାଇଁ ଏହି ନିର୍ବାଚନ ଅଗ୍ନିପରୀକ୍ଷା ହୋଇଥିବା ବେଳେ ବିଜେଡି ତାର ପାରମ୍ପରିକ ରଣନୀତି ଆପଣାଇ ଧାମନଗର ଆସନ ଅକ୍ତିଆର କରିବାକୁ ରଣନୀତି ପ୍ରସ୍ତୁତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.