ଭୁବନେଶ୍ବର: ବିମାନବନ୍ଦରଗୁଡିକରେ କଡାକଡି ହେଉନି କୋଭିଡ ନିୟମ । ସଠିକ ଭାବେ କୋଭିଡ ନିୟମ ପାଳନ ହେଉନଥିବାରକୁ ଉଦବେଗ ପ୍ରକାଶ କରିଛନ୍ତି ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶାଳୟ( ଡିଜିସିଏ) । ନିୟମ କଡାକଡି କରାଯିବ ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ଅଧ୍ୟକ୍ଷ ଓ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ ।
ଦେଶରେ କୋରୋନାର ଦ୍ବିତୀୟ ଲହରି ମାଡିବାରେ ଲାଗିଛି । କେତେକ ରାଜ୍ୟରେ ସ୍ଥିତି ସାଙ୍ଘାତିକ ହୋଇଛି । ଏପରି ସ୍ଥଳରେ ବିମାନବନ୍ଦରଗୁଡିକରେ କୋଭିଡ ନିୟମ ଠିକ ପାଳନ ହେଉ ନାହିଁ । ଯାତ୍ରୀଙ୍କ ଯାଞ୍ଚ ମଧ୍ୟ କରାଯାଉନାହିଁ । ଫଳରେ ଯାତ୍ରୀମାନେ ଅସୁରକ୍ଷିତ ଭାବେ ଯାତାୟତ କରୁଛି । ଆଉ ଏହା ଦ୍ବାରା ସଂକ୍ରମଣ ଆହୁରି ବଢିବାର ଆଶଙ୍କା ଦେଖାଦେଇଛି । କୋଭିଡ ନିୟମ ବିମାନବନ୍ଦରରେ ଢିଲା ନିୟମକୁ ପରିଲକ୍ଷିତ କରିବା ପରେ ଡିଜିସିଏ ଆଜି ଏଭଳି ତାଗିଦ କରିଛି ।
ସମସ୍ତ ବିମାନବନ୍ଦର ଅପରେଟରମାନଙ୍କୁ ମାସ୍କ ପିନ୍ଧିବା ଠାରୁ ଆରମ୍ଭ କରିଛି କୋଭିଡ ପ୍ରୋଟୋକଲଗୁଡିକୁ ନିଶ୍ଚିତ କରିବାକୁ କୁହାଯାଇଛି । ନାକ , ପାଟି ଆଚ୍ଛାଦନ କରିବା ସହିତ ବିମାନବନ୍ଦର ପରିସର ମଧ୍ୟରେ ସାମାଜିକ ଦୂରତା ନିୟମକୁ ବଜାୟ ରଖିବା ଜରୁରୀ । ସେହି ଅନୁଯାୟୀ, ସମସ୍ତ ବିମାନବନ୍ଦର ଅପରେଟରମାନେ ଏହି ଉଦ୍ଦେଶ୍ୟରେ ନୀରିକ୍ଷଣ ବୃଦ୍ଧି କରିପାରନ୍ତି । ଆଇନ ଅନୁଯାୟୀ ସ୍ପଟ୍ ଜୋରିମାନା ଆଦାୟ ଭଳି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ସ୍ଥାନୀୟ ପୋଲିସ୍ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଅନୁସନ୍ଧାନ କରାଯିବ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ବିକାଶ ଦାସ, ଇଟିଭି ଭାରତ