ETV Bharat / city

ପ୍ରଥମ ଦିନର ବିଦ୍ୟାଳୟ ଉପସ୍ଥାପନ ଉତ୍ସାହଜନକ: ଦେବଗଡରେ ସର୍ବାଧିକ - ବିଦ୍ୟାଳୟ ଖୋଲିବା ପରେ ଦେବଗଡ ଜିଲ୍ଲାରେ ସର୍ବାଧିକ ଉପସ୍ଥାନ

ବିଦ୍ୟାଳୟ ଖୋଲିବା ପରେ ଦେବଗଡ ଜିଲ୍ଲାରେ ପ୍ରଥମ ଦିନର ସର୍ବାଧିକ ଉପସ୍ଥାନ ରହିଛି । ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ଶିକ୍ଷାନୁଷ୍ଠାନ ଖୋଲିଛି । ଅଧିକ ପଢନ୍ତୁ

deogarh district has the highest attendance
ପ୍ରଥମ ଦିନର ବିଦ୍ୟାଳୟ ଉପସ୍ଥାପନ ଉତ୍ସାହଜନକ: ଦେବଗଡରେ ସର୍ବାଧିକ
author img

By

Published : Feb 7, 2022, 9:53 PM IST

ଭୁବନେଶ୍ବର: ବିଦ୍ୟାଳୟ ଖୋଲିବା ପରେ ଦେବଗଡ ଜିଲ୍ଲାରେ ପ୍ରଥମ ଦିନର ସର୍ବାଧିକ ଉପସ୍ଥାନ ରହିଛି । ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ଶିକ୍ଷାନୁଷ୍ଠାନ ଖୋଲିଛି । ସେହିପରି ସମସ୍ତ ବିଦ୍ୟାଳୟରେ ଶତ ପ୍ରତିଶତ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଦ୍ଵିତୀୟ ଡୋଜ୍ ଟିକା ଦିଆଯାଇଛି ।

ତେବେ ୩୭ ହଜାର ୫୩୩ଟି ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉପଜାତି ପରିଚାଳିତ ବିଦ୍ୟାଳୟ ଏବଂ ଅଣ ଅନୁଦାନ ପ୍ରାପ୍ତ ଵେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ୨୪ ଲକ୍ଷ ୪୫ ହଜାର ୪ଶହ ୦୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ପ୍ରଥମ ଦିବସରେ ୧୪ଲକ୍ଷ ୪୨ ହଜାର ୭ଶହ ୯୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଯୋଗଦେଇଛନ୍ତି । ଦେବଗଡ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ସର୍ବାଧିକ ୮୫ ପ୍ରତିଶତ ବିଦ୍ୟାର୍ଥୀ ଉପସ୍ଥାନ ଦେଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସର୍ବାଧିକ ୯୧ ପ୍ରତିଶତ ରହିଥିଲା ।

deogarh district has the highest attendance
ପ୍ରଥମ ଦିନର ବିଦ୍ୟାଳୟ ଉପସ୍ଥାପନ ଉତ୍ସାହଜନକ: ଦେବଗଡରେ ସର୍ବାଧିକ

ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଜଚ୍ଚ ପ୍ରାଥମିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୭ ପ୍ରତିଶତ ହୋଇଥିଲା । ଉଚ୍ଚ ମାଧ୍ୟମିକ କ୍ଷେତ୍ରରେ ଦେବଗଡ ସହିତ ବାଲେଶ୍ଵର, ବଲାଙ୍ଗୀର, ଝାରସୁଗୁଡା, କେନ୍ଦ୍ରାପଡା, କେଉଁଝର ଏବଂ ସମ୍ବଲପୁର ଆଦି ଜିଲ୍ଲାରେ ଉପସ୍ଥାନ ହାର ବହୁତ ଭଲ ରହିଛି । ମାଧ୍ୟମିକ ସ୍ତରରେ ଅନୁଗୋଳ, କେନ୍ଦ୍ରାପଡା, କେଉଁଝର, କଟକ, ଗଞ୍ଜାମ, ରାୟଗଡା ଏବଂ ବରଗଡ ଜିଲ୍ଲା ଉପସ୍ଥାନ ଉତ୍ସାହଜନକ ରହିଛି ।

ସେହିଭଳି ପ୍ରାଥମିକ ସ୍ତରରେ ଅଷ୍ଟମ ଶ୍ରେଣୀରେ କେନ୍ଦ୍ରାପଡା ଜିଲ୍ଲା ସହିତ ଅନୁଗୋଳ, ବଲାଙ୍ଗୀର, କଟକ, ଦେବଗଡ, କେଉଁଝର ଜିଲ୍ଲା ପିଲାଙ୍କ ଉପସ୍ଥାନ ହାର ବହୁତ ଭଲ ରହିଛି । ଏଥିସହ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ଉପସ୍ଥାନ ମଧ୍ୟ ଖୁବ୍ ଭଲ ରହିଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଭଲ ରହିଛି ।

ଏହା ବି ପଢନ୍ତୁ: ଖୋଲିଲା ସ୍କୁଲ, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁରସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ ଆଜି ଉପସ୍ଥାନ ୬୦ ପ୍ରତିଶତ ରହିଥିବା ବେଳେ ହିଞ୍ଜିଳିକାଟୁର କରା ସରକାରୀ ବିଦ୍ୟାଳୟ, କୁକୁଡାହାଣ୍ଡିର ହୁଗୁଳାପୋଟା କୃଷକ ବିଦ୍ୟାଳୟ ଓ ରଙ୍ଗେଇଲୁଣ୍ଡା ବ୍ଲକ୍ କଲୋନିସ୍ଥିତ ପିଓପିଏସ୍( ଅଷ୍ଟମ ଶ୍ରେଣୀ)ରେ ବିଦ୍ୟାର୍ଥୀଙ୍କ ଉପସ୍ଥାନ ଉତ୍ସାହଜନକ ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଦ୍ୟାଳୟରେ ପଢୁଥିବା ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କୁ ଟିକା ଦିଆଯାଇ ସାରିଥିବା ବେଳେ ଅବଶିଷ୍ଟ ୪୫ ପ୍ରତିଶତଙ୍କୁ ଖୁବଶୀଘ୍ର ଟିକା ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ।

ବିଦ୍ୟାଳୟଗୁଡିକ ଖୋଲିବା ପୂର୍ବରୁ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କ ଦ୍ଵାରା ସାନିଟାଇଜେସନ୍ କରାଯାଇଥିଲା । ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଶିକ୍ଷକମାନଙ୍କୁ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ଏବଂ ମାସ୍କ ପରିଧାନ ପରି ଉପଯୁକ୍ତ କୋଭିଡ ମାର୍ଗଦର୍ଶିକାର କଡା ଅନୁପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଶିକ୍ଷକ ଏବଂ ନିରୀକ୍ଷଣ ଅଧିକାରୀଙ୍କୁ ମଧ୍ୟ ତ୍ଵରିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଦ୍ୟାର୍ଥୀ ଏବଂ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ଜନିତ ସମସ୍ୟା ସମ୍ବନ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଖୋଲାଯିବା ପରେ କୌଣସି ସମସ୍ୟା ଉପୁଜିଲେ ଏହାକୁ ତଦାରଖ କରିବାକୁ ଓସେପା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ସେଲ୍‌ ଖୋଲାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.