ETV Bharat / city

ରାଜଧାନୀ ରାଜରାସ୍ତାରେ ଆଜିଠୁ ଗଡ଼ିଲା ଡେଙ୍ଗୁ ସଚେତନ ରଥ

author img

By

Published : Jun 29, 2022, 8:54 PM IST

ରାଜଧାନୀ ରାଜରାସ୍ତାରେ ଆଜିଠୁ ଗଡ଼ିଲା ଡେଙ୍ଗୁ ସଚେତନ ରଥ । ଆଉ ଏହି ରଥ ଆଜିଠାରୁ ୱାର୍ଡରୁ ୱାର୍ଡ ବୁଲି ଲୋକଙ୍କୁ କରିବ ସଚେତନ । ଅଧିକ ପଢନ୍ତୁ

ରାଜଧାନୀ ରାଜରାସ୍ତାରେ ଆଜିଠୁ ଗଡ଼ିଲା ଡେଙ୍ଗୁ ସଚେତନ ରଥ
ରାଜଧାନୀ ରାଜରାସ୍ତାରେ ଆଜିଠୁ ଗଡ଼ିଲା ଡେଙ୍ଗୁ ସଚେତନ ରଥ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଆଜିଠୁ ଗଡ଼ିଲା ଡେଙ୍ଗୁ ସଚେତନ ରଥ । ଆଉ ଏହି ରଥ ଆଜିଠାରୁ ୱାର୍ଡରୁ ୱାର୍ଡ ବୁଲି ଲୋକଙ୍କୁ କରିବ ସଚେତନ । ଖାଲି ସେତିକି ନୁହେଁ ଗାଡି ବୁଲିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ବି ଲୋକଙ୍କୁ କରାଯିବ ସଚେତନ। ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ, ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ହ୍ରାସ କରି ଏହାର ନିପାତ ପାଇଁ ଏଭଳି ପଦକ୍ଷେପ ନେଇଛି ବିଏମସି ।

ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି, ‘‘ସଚେତନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମେୟର ଓ କମିଶନର । ଅନ୍ୟପଟେ ପ୍ରତିକାର ଠୁ ଭଲ ସଚେତନତା ହୋଇଥିବା ବେଳେ ଏହା ଆମକୁ ରୋଗଠାରୁ ଦୂରେଇ ରଖେ । ଲୋକ ସଚେତନ ହେଲେ ଆମ ସହର ଡେଙ୍ଗୁ ମୁକ୍ତ ହୋଇପାରିବ । ଏହି ସଚେତନତାକୁ ଡୋର ଟୁ ଡୋର ପହଞ୍ଚାଇବା ପାଇଁ ଡେଙ୍ଗୁ ରଥ ବୁଲି ବସ୍ତିରେ ଲୋକଙ୍କୁ କରିବ ସଚେତନ । ତେବେ ମଶାରୀ ଟାଙ୍ଗି ଶୋଇବା ସହ ଖାଲି ସ୍ଥାନରେ ଟାୟାର ପଇଡ଼, ପ୍ଲାଷ୍ଟିକ ଓ ପତ୍ର ଖୋଲା ସ୍ଥାନରେ ପକାଇବା ଦ୍ବାରା ପାଣି ଜମି ରହୁଛି, ଯାହାଦ୍ବାରା ଡେଙ୍ଗୁ ମଶାର ବଂଶ ବିସ୍ତାର ହେଉଛି । ସେଥିପାଇଁ ତ ଏହି ରଥ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ଡେଙ୍ଗୁ ମୁକାବିଲା ପାଇଁ ସଚେତନ କରିବ ଅର୍ଥାତ, ପରିବେଶ ସଫା ରଖିବାକୁ ଉପଦେଶ ଦେବ। ସେଥିପାଇଁ କୁହାଯାଏ ଆମେ ରହିଲେ ସଚେତନ ଡେଙ୍ଗୁ ନେବ ନାହିଁ ଆମ ଜୀବନ ବୋଲି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.