ETV Bharat / city

ରାଜ୍ୟରେ ବି ବଢୁଛି ମୃତ୍ୟୁସଂଖ୍ୟା; ଦିନକରେ ପୁଣି ଗଲା 22 ଜୀବନ - କୋରୋନା

ଆଜି(ସୋମବାର) ଗୋଟିଏ ଦିନରେ ରାଜ୍ୟରେ 22ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2 ହଜାର 335ଜଣ କୋରୋନାରେ ଆଖି ବୁଜି ସାରିଲେଣି ।ଅଧିକ ପଢନ୍ତୁ...

ପୁଣି ଗଲା 22 ଜୀବନ
ପୁଣି ଗଲା 22 ଜୀବନ
author img

By

Published : May 17, 2021, 11:12 AM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦନ ବଢୁଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ଆଜି(ସୋମବାର) ଗୋଟିଏ ଦିନରେ ରାଜ୍ୟରେ 22ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2 ହଜାର 335ଜଣ କୋରୋନାରେ ଆଖି ବୁଜି ସାରିଲେଣି ।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳରୁ ଜଣେ 55ବର୍ଷୀୟ ପୁରୁଷ, ଜଣେ 85ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 76ବର୍ଷୀୟ ବୃଦ୍ଧ, 45ବର୍ଷୀୟ ପୁରୁଷ ଓ 49 ବର୍ଷୀୟ ମହିଳାଙ୍କର ଜୀବନ ଯାଇଛି । ସେହିପରି ବୌଦ୍ଧରୁ ଜଣେ 44ବର୍ଷୀୟ ପୁରୁଷ, 74ବର୍ଷୀୟ ବୃଦ୍ଧା, 37ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରୁ 44ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

ସେହିପରି କୋରାପୁଟ ଜଣେ 52ବର୍ଷୀୟ ମହିଳା, ଜଣେ 30ବର୍ଷୀୟ ପୁରୁଷ ଓ ଜଣେ 77ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ନୂଆପଡାରୁ ଦୁଇଜଣ ପୁରୁଷ ଯଥାକ୍ରମେ 51 ଓ 55 ବର୍ଷୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 68ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ପୁରୀରୁ ଜଣେ 67ବର୍ଷୀୟ ବୃଦ୍ଧାଙ୍କର ଜୀବନ ନେଇଛି କୋରୋନା ।

ସେହିପରି ରାୟଗଡା ଜିଲ୍ଲାରୁ ଦୁଇଜଣ 65ବର୍ଷୀୟ ଓ 55ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ 60ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ଜଣେ 70ବର୍ଷୀୟ ବୃଦ୍ଧା,47ବର୍ଷୀୟ ଓ 42ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ଦିନକୁ ଦିନ ଭୟଙ୍କର ରୂପ ନେଉଛି ଦ୍ବିତୀୟ ଲହର । ନାଁ ସଂକ୍ରମଣ କମୁଛି ନାଁ ମୃତ୍ୟୁସଂଖ୍ୟା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.