ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ କମୁନାହିଁ ମୃତ୍ୟୁ । ଦିନକୁ ଦିନ ରାଜ୍ୟରେ ଗଡି ଚାଲିଛି ମୁଣ୍ଡ । ଆଜି(ରବିବାର) ୬୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ମିଳିଛି । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୭୩୫୮କୁ ବୃଦ୍ଧି ହୋଇଛି ।
ଆଜିର ମୃତକଙ୍କ ମଧ୍ୟରୁ କଟକ ଓ ଜଗତସିଂହପୁରରୁ ସର୍ବାଧିକ ୧୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳରୁ ୧୧, ଅନୁଗୋଳ ଓ କେନ୍ଦ୍ରାପଡାରୁ ୮ଜଣ ଲେଖାଏଁ ରୋଗୀ, ଯାଜପୁରରୁ ୫, ବାଲେଶ୍ବର, ଭଦ୍ରକ ଓ ଖୋର୍ଦ୍ଧାକୁ ୩ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହପରି ନବରଙ୍ଗପରୁ ଓ ନୟାଗଡକୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଆଜି ୮୫୩ ନୂଆ ମାମଲା ଆସିଛି । ସଂକ୍ରମିତଙ୍କ ମଧ୍ୟରୁ ୧୦୦ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି ଯାହା ଚିନ୍ତାର ବିଷୟ ହୋଇଛି । ଦୈନିକ ସଂକ୍ରମଣ କମିଥିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ରିପୋର୍ଟ ଅନୁସାରେ ଦିନକୁ ୬୦ଜଣରୁ ଅଧିକ ଜଣଙ୍କ ଜୀବନ ଯାଉଛି । ସଂକ୍ରମଣ କମିଲେ ବି ବିପଦ ଏବେ ବି ଟଳି ନାହିଁ । ମହାମାରୀର ମୁକାବିଲା କରିବାକୁ ହେଲେ ସଚେତନତା ଓ ସତର୍କତାକୁ ହିଁ ମୁଖ୍ୟ ଚାବି କରିବାକୁ ପଡିବ ।
ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ