ETV Bharat / city

ଆଉ ୬୪ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ - କୋଭିଡ

ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୪ ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା 6565କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୦ଜଣଙ୍କ ଜୀବନ ନେଇଛି ମହାମାରୀ । ଅଧିକ ପଢନ୍ତୁ...

ଆଉ ୬୪ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ
ଆଉ ୬୪ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ
author img

By

Published : Aug 10, 2021, 10:14 AM IST

ଭୁବନେଶ୍ବର: ରାଜ୍ୟରେ ଖସୁଛି ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା । ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୪ ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା 6565କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୦ଜଣଙ୍କ ଜୀବନ ନେଇଛି ମହାମାରୀ ।

ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୦ ଜଣ ଆଖି ବୁଜିଥିବାବେଳେ ସୁନ୍ଦରଗଡ଼ରୁ ୮, ବାଲେଶ୍ବରରୁ ୬, କନ୍ଧମାଳରୁ ୪, କଟକ, ଯାଜପୁର, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଅନୁଗୋଳ, ଦେବଗଡ଼ ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀ ଆଖି ବୁଜିଛନ୍ତି ।

ଆଜି ୧୦୪୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୧ ହଜାର ୩୯୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ ହଜାର ୯୮୮ ଜଣ ଚିକିତ୍ସାଧୀନ ଅଛନ୍ତି । ସଂକ୍ରମଣ କମିଲେ ବି ବିପଦ ଟଳି ନାହିଁ । ମହାମାରୀକୁ ମୁକାବିଲା କରିବାକୁ ହେଲେ ଅଧିକରୁ ଅଧିକରୁ ଅଧିକ ସତର୍କ ରହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.