ETV Bharat / city

ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ - ବଢୁଛି ମୃତ୍ୟୁ

ଆଜି(ସୋମବାର) ରାଜ୍ୟରେ ଆଉ ୬୮ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୭୪୨୬କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ
ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ
author img

By

Published : Aug 23, 2021, 9:08 AM IST

ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉନାହିଁ କୋରୋନା ମୃତ୍ୟୁ । ଦିନକୁ ଦିନ ଗଡିଚାଲିଛି ମୁଣ୍ଡ । ଆଜି(ସୋମବାର) ରାଜ୍ୟରେ ଆଉ ୬୮ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୭୪୨୬କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୭ ଜଣ ଥିବା ବେଳେ ଜଗତସିଂହପୁରରୁ ୧୫, ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, ଯାଜପୁରରୁ ୬, କେନ୍ଦ୍ରାପଡ଼ାରୁ ୪, ବାଲେଶ୍ୱରରୁ ୩ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଏହାବାଦ ପୁରୀରୁ ୨ ଏବଂ ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରେ ଆଜିର ମୃତକଙ୍କୁ ମିଶାଇ ୬୧୮ଜଣ ରୋଗୀ ଜୀବନ ହାରିଲେଣି ।

ଆଜି ୭୬୧ଟି ନୂଆ କେସ୍ ଆସିବା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 1ହଜାର 698 ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ୧୦୧ ଜଣ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୯ ଲକ୍ଷ ୫୮ ହଜାର ୩୦୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮ ଲକ୍ଷରୁ ଅଧିକ ଚିକିତ୍ସାଧୀନ ଅଛନ୍ତି । ଦୈନିକ ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ମହାମାରୀ ସହିତ ମୁକାବିଲା କରିବାକୁ ହେଲେ ସଚେତନତା ଓ ସତର୍କତା ହିଁ ଅସ୍ତ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.