ETV Bharat / city

Odisha Corona Death; ଆଜି ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ - କୋଭିଡ

ଲଗାତାର କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟା ୫ ତଳେ ରହୁଥିବା ବେଳେ ଆଜି ରାଜ୍ୟରେ ୬ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ...

Odisha Corona Death; ଆଜି ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

author img

By

Published : Oct 11, 2021, 11:20 AM IST

ଭୁବନେଶ୍ବର: ରାଜ୍ୟରେ ପୁଣି ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଗୋଟେ ପଟେ ସଂକ୍ରମଣ କମୁଛି ବଢୁଛି ତ ଗୋଟେପଟେ ମୃତ୍ୟୁସଂଖ୍ୟା । ଦିନେ ବଢିଲେ ଦିନେ କମୁଛି ମୃତ୍ୟୁସଂଖ୍ୟା । ରବିବାର ରାଜ୍ୟରେ ୭ ଜଣଙ୍କ ଜୀବନ ଯାଇଥିବାବେଳେ ଆଜି(ସୋମବାର) ଆଉ ୬ଜଣଙ୍କ ଜୀବନ ନେଇଛି ମହାମାରୀ ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, କଟକ ଓ କେନ୍ଦ୍ରପଡାରୁ ଦୁଇ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୧୮କୁ ବୃଦ୍ଧି ପାଇଥିବା ବେଳେ କଟକରେ ୮୪୫ ଓ କେନ୍ଦ୍ରାପଡାରେ ୨୫୦ ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୨୫୫ରେ ପହଞ୍ଚିଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୮ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୯ ଜଣ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୧୧୪କୁ ବୃଦ୍ଧି ପାଇଛି । କିଛିଦିନ ହେବ ସଂକ୍ରମଣ କମିଥିଲେ ମଧ୍ୟ ପୁଣି ବଢିଛି । ମୃତ୍ୟୁସଂଖ୍ୟା ବି ବଢିଲାଣି । ଆଗକୁ ତୃତୀୟ ଲହର ବିପଦ ସଙ୍କେତ ଦେଖିବାକୁ ମିଳିଲାଣି । ଏପଟେ ସ୍ମାର୍ଟ ସିଟିକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍‌ । ଶୀତଋତୁ ଥିବାରୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.