ETV Bharat / city

ଆଶ୍ବସ୍ତି: ଖସିଲା କୋରୋନା ଦୈନିକ ମୃତ୍ୟୁସଂଖ୍ୟା, ଦିନକରେ 6 ମୃତ - ମୃତ୍ୟୁ ରିପୋର୍ଟ

ଆଜି(ଗୁରୁବାର) ରାଜ୍ୟରେ ୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ରାଜ୍ୟରେ ମୋଟ କୋରୋନାଜନିତ ମୃତକଙ୍କ ସଂଖ୍ୟା ୮୦୨୮କୁ ବୃଦ୍ଧି । ଅଧିକ ପଢନ୍ତୁ....

ସାମାନ୍ୟ ଆଶ୍ବସ୍ତି,ଆଜି ୬ଜଣଙ୍କ ଜୀବନ ନେଇଛି ମହାମାରୀ

author img

By

Published : Sep 2, 2021, 10:46 AM IST

ଭୁବନେଶ୍ବର: କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଏ ଧାରାରେ ବ୍ରେକ ଲାଗିଛି । ଆଜି(ଗୁରୁବାର) ରାଜ୍ୟରେ ୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ଆଜିର ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪ଜଣ, କଟକ ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ କୋରୋନାଜନିତ ମୃତକଙ୍କ ସଂଖ୍ୟା ୮୦୨୮କୁ ବୃଦ୍ଧି ହୋଇଛି । ଦୈନିକ ଚିହ୍ନଟ ମୃତ୍ୟୁ ଧାରାରେ ବ୍ରେକ ଲାଗିଛି ।

୨୪ ଘଣ୍ଟାରେ ୭୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବର୍ଗର ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୨୨୩କୁ ବୃଦ୍ଧି ପାଇଛି । ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ଏ ନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.