ETV Bharat / city

ଔଷଧ ଦୋକାନୀଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ପ୍ରଦାନ ଦାବି - କୋରୋନା ଯୋଦ୍ଧା ମାନ୍ୟତା

ଔଷଧ ଦୋକାନୀଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ଦେବାକୁ ଦାବି । ଦାବି ପୂରଣ ନହେଲେ ଔଷଧ ଦୋକାନରେ ପଡିବ ତାଲା । ଦାବି କରିଛି ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ମହାସଂଘ । ଅଧିକ ପଢନ୍ତୁ ...

ଔଷଧ ଦୋକାନିକୁ କୋରୋନା ଯୋଦ୍ଧା ମାନ୍ୟତା ଦେବାକୁ ଦାବି

author img

By

Published : May 13, 2021, 3:57 PM IST

ଭୁବନେଶ୍ବର: ଔଷଧ ଦୋକାନୀଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ଦେବାକୁ ଦାବି । ଦାବି ପୂରଣ ନହେଲେ ଔଷଧ ଦୋକାନରେ ପଡିବ ତାଲା । କୋରୋନା ସମୟରେ ରାଜ୍ୟରେ ସମସ୍ତ ଔଷଧ ଦୋକାନ ଖୋଲା ରହିଥିବାବେଳେ ଏମାନଙ୍କୁ କୋରୋନା ଯୋଦ୍ଧା ଭାବରେ ମାନ୍ୟତା ଦେବାକୁ ଦାବି କରିଛି ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ମହାସଂଘ ।

ଔଷଧ ଦୋକାନିକୁ କୋରୋନା ଯୋଦ୍ଧା ମାନ୍ୟତା ଦେବାକୁ ଦାବି

କୋରୋନା ମହାମାରୀ ସମସ୍ତ ପାଇଁ ଏକ ଭୟଙ୍କର ମହାମାରୀ । ଏହି ସମୟରେ ସବୁଆଡେ ସମସ୍ତ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବାବେଳେ କେବଳ ଔଷଧ ଦୋକାନୀମାନେ 24 ଘଣ୍ଟିଆ ବ୍ୟବସାୟ କରୁଛନ୍ତି । ଅନେକ ପଜିଟିଭ ଲୋକଙ୍କ ସହ ସଂସ୍ପର୍ଶରେ ମଧ୍ୟ ଆସୁଛନ୍ତି । ଅନେକ ଔଷଧ ଦୋକାନୀ ମଧ୍ୟ ପଜିଟିଭ ହେଲେଣି । ଦୋକାନରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଭୟରେ ଆସୁନାହାଁନ୍ତି । ତେବେ ଏହି ସମୟରେ ଔଷଧ ବ୍ୟବସାୟୀଙ୍କ କୋରୋନା ଯୋଦ୍ଧା ଭାବେ ଦାବି କରିବା ସହ 7 ଦିନ ମଧ୍ୟରେ ସରକାରୀ ଦାବି ପୂରଣ ନକଲେ ଆଗାମୀ ଦିନରେ ସଂସ୍ଥା ଔଷଧ ଦୋକାନ ବନ୍ଦ କରାଯିବ ।

ରାଜ୍ୟରେ ପ୍ରାୟ 20 ହଜାର ଔଷଧ ଦୋକାନ ରହିଛି । ସଂଘର ସଭାପତି ପ୍ରଗତି ମହାନ୍ତି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତୁରନ୍ତ ସରକାର କେମିଷ୍ଟଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦିଅନ୍ତୁ । ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କରାଯାଉ । ସେପଟେ ପ୍ରଗତି ମହାନ୍ତି କହିଛନ୍ତି ଯେ ଗତ ବର୍ଷ 100ରୁ ଊର୍ଦ୍ଧ୍ବ ସଦସ୍ୟମାନେ କୋରୋନାରେ ଆକ୍ରାନ୍ତ ହେଇଛନ୍ତି । ଲାକଡାଉନ ଓ ସଟଡାଉନ ସମୟରେ ଔଷଧ ଯୋଗାଇବାରେ କୌଣସି ଅବହେଳା କରିନାହାଁନ୍ତି । ସଂକ୍ରମଣଙ୍କୁ ଡରିଯାଇ କୌଣସି ଅବହେଳା କରିନାହାଁନ୍ତି ।

ଗତ ବର୍ଷ ଠାରୁ କୋରୋନା ଯୋଦ୍ଧା ଭାବରେ ସଂଘ ଦାବି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦାବି ପୂରଣ ହେଲାନାହିଁ । ଯଦି ଆଗାମୀ 7 ରୁ 15 ଦିନ ମଧ୍ୟରେ ସରକାର ଦାବି ପୂରଣ ନ କରନ୍ତି, ତେବେ ରାଜ୍ୟର ସମସ୍ତ ଔଷଧ ଦୋକାନରେ ତାଲା ପଡିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.