ETV Bharat / city

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ କରିବାକୁ ଆଜାଦ ସଂଗଠନର ଦାବି

author img

By

Published : Aug 27, 2020, 7:13 PM IST

ଆମ ଜନତା ଅଧିକାର(ଆଜାଦ) ସଂଗଠନ ପକ୍ଷରୁ ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ପାଇଁ ଭୁବନେଶ୍ବର ଜୟଦେବ ଭବନ ସମ୍ମୁଖରେ ଧାରଣା ଦିଆଯାଇଛି।

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ କରିବାକୁ ଦାବି
ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ କରିବାକୁ ଦାବି

ଭୁବନେଶ୍ବର: ଆସନ୍ତା ମାସରେ ନିଟ୍ ଓ ଜେଇଇ ପରୀକ୍ଷା ହେବାକୁ ଥିବା ବେଳେ ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ଏହାକୁ ବିରୋଧ କରୁଛନ୍ତି । କୋରୋନା ପରି ସ୍ଥିତିରେ ଛାତ୍ରଛାତ୍ରୀ କିପରି ପରୀକ୍ଷା ଦେବେ ସେଥିପ୍ରତି ଧ୍ୟାନ ଦେଇ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରାଯାଉଛି । ତେବେ ଏହି କ୍ରମରେ ଆମ ଜନତା ଅଧିକାର(ଆଜାଦ) ସଂଗଠନ ପକ୍ଷରୁ ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ପାଇଁ ଭୁବନେଶ୍ବର ଜୟଦେବ ଭବନ ସମ୍ମୁଖରେ ଧାରଣା ଦିଆଯାଇଛି।

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ କରିବାକୁ ଦାବି

ଦେଶରେ କୋରୋନା ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ତାଙ୍କ ସହିତ ଆସୁଥିବା ଅଭିଭାବକ ମାନଙ୍କ ଜୀବନପ୍ରତି ବିପଦ ରହିଛି । ଏଥିସହ ସେମାନଙ୍କର ଗମନାଗମନ ଓ ରହିବା ବ୍ୟବସ୍ଥାରେ ମଧ୍ୟ ବହୁ ସମସ୍ୟା ଦେଖା ଦେବ l ବର୍ତ୍ତମାନ ଟ୍ରେନ, ବସ ଓ ଗମନା ଗମନର ସବୁ ବ୍ୟବସ୍ଥା ଏକ ପ୍ରକାର ଠପ ହୋଇପଡିଛି l ସେପଟେ ଓଡିଶାରେ ମାତ୍ର 7ଟି ସହରରେ ପରୀକ୍ଷା କେନ୍ଦ୍ର ଅଛି l ଦୂରଦୂରାନ୍ତରୁ ପିଲାମାନେ ଏହି ପରୀକ୍ଷା ଦେବେ l କୋରୋନା କାଳରେ ରୋଜଗାର ଠିକ ନଥିବା ବେଳେ ଅଭିଭାବକ ମାନେ ସ୍ବତନ୍ତ୍ର ଗାଡି ଭଡା କରି ହଜାର ହଜାର ଟଙ୍କା କୋଉଠୁ ଆଣିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି l

ଅନ୍ୟପକ୍ଷରେ ଗୋଟିଏ ପରୀକ୍ଷା କେନ୍ଦ୍ରରେ ପାଞ୍ଚ ହଜାର ପିଲା ଓ ସେମାନଙ୍କରର ଅଭିଭାବକ ଏବଂ ଗାଡି ଡ୍ରାଇଭରଙ୍କୁ ମିଶାଇ ଅନ୍ୟୁନ ଦଶ ହଜାର ଲୋକ ଏକତ୍ରିତ ହେବାର ସମ୍ଭାବନା ରହିଛି । ଏପରି କ୍ଷେତ୍ରରେ ପରୀକ୍ଷା କରିବା ଏକ ପ୍ରକାର କୋରୋନାକୁ ନିମନ୍ତ୍ରଣ କରି ଲକ୍ଷ ଲକ୍ଷ ମେଧାବୀ ପିଲା ଓ ଅଭିଭାବକଙ୍କ ଜୀବନକୁ ବିପଦ ମୁହଁରେ ଠେଲିବା ସହ ସମାନ ବୋଲି ସଂଗଠନ କହିଛି l ସେପଟେ ବହୁ ଜିଲ୍ଲା ଏବେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛି । ତେଣୁ ଏହି ସମୟରେ କେନ୍ଦ୍ର ସରକାରଙ୍କ ଏପରି ଅପରିପକ୍ବ ନିଷ୍ପତ୍ତିକୁ ସଂଗଠନ ଦୃଢ଼ ବିରୋଧ କରିବା ସହ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ।

ଏହି ନିଷ୍ପତ୍ତିକୁ ବିରୋଧ କରି ଓଡିଶା ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ତେବେ କେନ୍ଦ୍ର ସରକାର ତୁରନ୍ତ ପରୀକ୍ଷା ବାତିଲ କରନ୍ତୁ l ନଚେତ ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର, ସାମାଜିକ ଦୂରତ୍ବ ପାଇଁ ପର୍ଯ୍ୟାପ୍ତ ବନ୍ଦୋବସ୍ତ ସହ ପିଲାମାନଙ୍କୁ ଗମନାଗମନ ପାଇଁ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରି ପୁନର୍ବାର ଏକ ତାରିଖ ଘୋଷଣା କରିବା ପାଇଁ ସଂଗଠନ ଦାବି କରିଛି । ତେବେ ସଂଗଠନ ପକ୍ଷରୁ ସାମାଜିକ ଦୂରତ୍ବ ଅବଲମ୍ବନ କରି ନିରବ ଧାରଣାର ଆୟୋଜନ କରାଯାଇଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.