ETV Bharat / city

ଅଗଷ୍ଟରୁ ରାଜ୍ୟ ସରକାରଙ୍କ ପାଇଲଟ୍ ପ୍ରକଳ୍ପ ଦୀପା, ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧିକୁ ପ୍ରୋତ୍ସାହନ ଲକ୍ଷ୍ୟ - ଓଡିଶା ସରକାରଙ୍କ ପାଇଲଟ ପ୍ରୋଜେକ୍ଟ

ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧିକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ଓ ପୁଞ୍ଜିନିବେଶ ପ୍ରମୋସନ ଏଜେନ୍ସୀ(ଦୀପା) ସ୍ଥାପନ କରିବେ । ଅଧିକ ପଢନ୍ତୁ...

ଅଗଷ୍ଟରୁ ରାଜ୍ୟ ସରକାରଙ୍କ ପାଇଲଟ୍ ପ୍ରକଳ୍ପ ଦୀପା, ଗ୍ରାମାଞ୍ଚଳରେ ଅର୍ଥନୀତିକକୁ ପ୍ରୋତ୍ସାହନ କରିବ

author img

By

Published : Jun 29, 2021, 8:18 AM IST

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ସୃଷ୍ଟି ହେବ ନୂଆ ନିଯୁକ୍ତି ସୁଯୋଗ । ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧିକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ଓ ପୁଞ୍ଜିନିବେଶ ପ୍ରମୋସନ ଏଜେନ୍ସୀ(ଦୀପା) ସ୍ଥାପନ କରିବେ । ପାଇଲଟ୍ ପ୍ରୋଜେକ୍ଟ ଦୀପା ଆସନ୍ତା ଅଗଷ୍ଟ ମାସରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ 3 ଟି ଜିଲ୍ଲାରେ ଦୀପା ସ୍ଥାପନ ହେବ ।

ଗଞ୍ଜାମ, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ପ୍ରଥମେ ଏହି ପ୍ରକଳ୍ପ ଆରମ୍ଭ ହେବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କିଛି ମାସ ପୂର୍ବରୁ ଏହି ପ୍ରକଳ୍ପ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଶିଳ୍ପ ବିଭାଗ ଏନେଇ ଏକ ଖସଡ଼ା ପ୍ରସ୍ତୁତ କରିଥିଲା । ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଜିଲ୍ଲାସ୍ତରରେ ଇପିକଲ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏହି ସେବା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳମାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦୀପା କାର୍ଯ୍ୟ କରିବ । ୩ ଜଣ ପ୍ରଫେସନାଲଙ୍କ ଦ୍ୱାରା ଏହି ପ୍ରକଳ୍ପ ପରିଚାଳିତ ହେବ । ୩ଟି ଜିଲ୍ଲାରେ ଅଗଷ୍ଟରୁ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଆରମ୍ଭ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଅନୁଗୋଳ, ବାଲେଶ୍ୱର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ରାୟଗଡ଼ା, ସମ୍ବଲପୁର ଓ ଅନ୍ୟାନ୍ୟ ଜିଲ୍ଲାକୁ ସମ୍ପ୍ରସାରିତ ହେବ । ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ଏହା ରାଜ୍ୟର ସବୁ ଜିଲ୍ଲାକୁ ସମ୍ପ୍ରସାରିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ଡିଆଇପିଏ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏମଏସଏମଇ ଉଦ୍ୟୋଗୀମାନଙ୍କୁ ଏହି ଏଜେନ୍ସୀ ମାଧ୍ୟମରେ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବିଶିଷ୍ଠ, ଇପିକଲର ଏମଡି ନୀତିନ ଭାନୁଦାସ ଜାୱଲେ, ଶିଳ୍ପ ବିଭାଗର ଅତିରିକ୍ତ ସଚିବ ସୁବେନ୍ଦ୍ର କୁମାର ନାୟକ, ଇପିକଲ ଓ ଏପିକଲର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.