ETV Bharat / city

ପୁରୀ ହାଜତ ମୃତ୍ୟୁ ଘଟଣା, ପୋଲିସ କର୍ମଚାରୀଙ୍କ ଦଣ୍ଡ ଦାବି - Death of youth in police station

ପୋଲିସର ଅମାନୁଷିକ ଅତ୍ୟାଚାରରେ ଯୁବକର ମୃତ୍ୟୁ । ଘଟଣାକୁ କେନ୍ଦ୍ର କରି ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ଦଣ୍ଡ ଦାବି କରିଛି । ଅଧିକ ଖବର ପଢନ୍ତୁ...

ପୋଲିସ ମାଡ଼ରେ ଯୁବକର ମୃତ୍ୟୁ, ପୋଲିସ କର୍ମଚାରୀଙ୍କୁ ଦଣ୍ଡ ଦାବି

author img

By

Published : Nov 20, 2020, 7:57 PM IST

ଭୁବନେଶ୍ବର: ପୁରୀ ସହରରେ ବାସେଳି ସାହି ଥାନାରେ କେ ରମେଶ ନମାକ 31 ବର୍ଷୀୟ ଯୁବକ ପୋଲିସ ମାଡରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଓ ଯେଉଁ ପୋଲିସ କର୍ମଚାରୀ ତାଙ୍କୁ ମାଡ ମାରିଛନ୍ତି ତାଙ୍କୁ ଦଣ୍ଡ ଦେବା ସହ ତୁରନ୍ତ ନିଲମ୍ବନ ଓ ଗିରଫ ପାଇଁ ବିଶ୍ବ ମାନବ ଅଧିକାର ସୁରକ୍ଷା ସଙ୍ଗଠନ ପକ୍ଷରୁ ଦାବି କରିଛନ୍ତି।

ପୋଲିସ ମାଡ଼ରେ ଯୁବକର ମୃତ୍ୟୁ, ପୋଲିସ କର୍ମଚାରୀଙ୍କୁ ଦଣ୍ଡ ଦାବି

ସଂଗଠନର ଜିଲ୍ଲା ସଭାପତି ଗୌରୀ ଶଙ୍କର ସିଂହାରି କହିଛନ୍ତି ଯେ, ଏଭଳି ଅମାନୁଷିକ ଘଟଣାକୁ ନିନ୍ଦା କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି । ଉକ୍ତ ଯୁବକକୁ ମାଡ ମାରିବା ସହ ଯୁବକର ମୃତ୍ୟୁ ଘଟିବା ପରେ ପୋଲିସ ଉକ୍ତ ଯୁବକକୁ ପୋଡିବା ସହ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଉଛି।

ସୂଚନା ଅନୁଯାୟୀ, ଘରେ ମାରଣାସ୍ତ୍ର ରଖିବା ଅଭିଯୋଗରେ ଗିରଫ ମୃତକ କେ ରମେଶ ଙ୍କୁ ତିନିଦିନ ହାଜତରେ ରଖିବା ପରେ ପୋଲିସ ତରଫରୁ ଅଦାଲତରେ ପେଶ କରାଯାଇନଥିଲା। ଯାହା ସମ୍ପୂର୍ଣ୍ଣ ରୂପେ ଆଇନ ବିରୋଧୀ। ପୋଲିସ ମାଡରେ ମରିଯିବା ପରେ କେ ରମେଶଙ୍କ ମୃତଦେହ ପୁରୀ ସଦର ଚିକିତ୍ସାଳୟାକୁ ଆଣି ଘଟଣାକୁ ଭୁଲ ତଥ୍ୟ ଦେଇ ଚାପିଦେବାକୁ ଉଦ୍ୟମ କରାଯାଉଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.