ଭୁବନେଶ୍ବର: ଗତ ଅଗଷ୍ଟ ୧୭ ତାରିଖରେ ବାହାରିନର ଏକ ଶ୍ରମିକ ଶିବିରରେ ଆତ୍ମହତ୍ୟା କରିଥିବା ଗଞ୍ଜାମ ଜିଲ୍ଲାର ଜିତୁ ସ୍ବାଇଁଙ୍କ ମୃତଦେହ ଓଡ଼ିଶା ଆସୁଛି । ଏୟାର ଇଣ୍ଡିଆ ବିମାନ ଯୋଗେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଅଗଷ୍ଟ ୨୬ ତାରିଖ ଦିନ ପହଞ୍ଚିବ । ଏନେଇ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ ସୂଚନା ଦେଇଛନ୍ତି ।
ଭିଟାମାଟିକୁ ଫେରୁଛି ବାହାରିନରେ ଆତ୍ମହତ୍ୟା କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ବାହାରିନରେ କୋମା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକ । ଏହି ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ଦୁଃଖଦ ଘଟଣା ଘଟିଥିଲା । ବାହାରିନର ସାମ୍ସ ଅଲମନାର ବ୍ଲାକସ୍ମିଥ କମ୍ପାନୀରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲାର କନ୍ଦିଗାଁର ୨୭ ବର୍ଷୀୟ ଯୁବକ ଜିତୁ ସ୍ୱାଇଁ ସଲ୍ମାବାଦ ଶ୍ରମିକ ଶିବିରରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି । କମ୍ପାନୀର ମାଲିକଙ୍କ ମୁତାବକ ଶ୍ରମିକ ଶିବିରରେ ରହୁଥିବା ୫ଜଣ ଶ୍ରମିକ କର୍ମକ୍ଷେତ୍ରକୁ ଯିବାପରେ ଜିତୁ ଆତ୍ମହତ୍ୟା କରିଛନ୍ତି ।
ଭିଟାମାଟିକୁ ଫେରୁଛି ବାହାରିନରେ ଆତ୍ମହତ୍ୟା କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆର୍ଥିକ ଅନଟନ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଜିତୁ ଗତ ୧୭ ତାରିଖରେ ଆତ୍ମହତ୍ୟା କରିଥିଲେ । ଏନେଇ ସୂଚନା ପାଇବା ପରେ ବାହାରିନରେ ଅବସ୍ଥାପିତ ଓଡ଼ିଆ ଅଧିକାରୀ ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡକ୍ଟର ଅରୁଣ କୁମାର ପ୍ରହରାଜ ଘଟଣାସ୍ଥଳରେ ପହଁଚିଥିଲେ । ମୃତଦେହ ବ୍ୟବଚ୍ଛେଦ ଠାରୁ ଆରମ୍ଭ କରି ତାଙ୍କ ମୃତଦେହ ଜନ୍ମମାଟିକୁ ପଠାଇବା ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ ତଦାରଖ କରିଛନ୍ତି ଡକ୍ଟର ପ୍ରହରାଜ । ଏଥିପାଇଁ ଓଡ଼ିଶାର ଅନେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ତଥା ପୀଡ଼ିତଙ୍କ ପରିବାର ପକ୍ଷରୁ ଡକ୍ଟର ପ୍ରହରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଭିଟାମାଟିକୁ ଫେରୁଛି ବାହାରିନରେ ଆତ୍ମହତ୍ୟା କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଜିତୁଙ୍କ ସମ୍ପର୍କୀୟ ଭାଇ ପ୍ରଭାତଙ୍କଠାରୁ ସୂଚନା ପାଇ କମ୍ପାନୀ କର୍ତ୍ତୃପକ୍ଷ, ପୋଲିସ, ଦୂତାବାସ ସହ ଯୋଗାଯୋଗ କରି ବିଧିବଦ୍ଧ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ । ଉପଯୁକ୍ତ ସମ୍ମାନ ସହିତ ମୃତଦେହକୁ ଭାରତକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଡକ୍ଟର ପ୍ରହରାଜ କହିଛନ୍ତି । ଆର୍ଥିକ ସମସ୍ୟା କାରଣରୁ ଭୀଷଣ ଭାବେ ମାନସିକ ଚାପଗ୍ରସ୍ତ ଥିବା ଜିତୁ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଭିଟାମାଟିକୁ ଫେରୁଛି ବାହାରିନରେ ଆତ୍ମହତ୍ୟା କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଜିତୁଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇ ଡ. ପ୍ରହରାଜ କହିଛନ୍ତି ଯେ, ଜିତୁଙ୍କ ପରିବାର ପ୍ରତି ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବା ପାଇଁ ଆମର ସଂଗ୍ରାମ ଜାରି ରହିବ । ତେବେ ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟ ଧରି ପରିସ୍ଥିତିକୁ ସାମ୍ନା କରିବାକୁ ଏବଂ କୌଣସି ସମସ୍ୟାରେ ଓଡ଼ିଆ ଭାଇ ଭଉଣୀ ମାନେ ଆମର ଦୃଷ୍ଟିକୁ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି ।
ଭିଟାମାଟିକୁ ଫେରୁଛି ବାହାରିନରେ ଆତ୍ମହତ୍ୟା କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ