ଭୁବନେଶ୍ବର: ପୁରୀ ଜିଲ୍ଲାର କାକଟପୁର ବାଉରିଆକଣ ନିକଟ ଦେବୀ ନଦୀ କୂଳରେ ଭାସୁଛି ଏକ ନାବାଳିକାର ମୃତଦେହ। ବୟସ ପାଖାପାଖି ୧୫ ହେବ। ମୃତକଙ୍କ ଘର ବାଉରିଆକଣ । ସେ ସପ୍ତମ ଶ୍ରେଣୀରେ ପଢୁଥିଲେ। ବୁଧବାର ସନ୍ଧ୍ୟାରୁ ନିଖୋଜ ଥିଲେ ଏହି ନାବାଳିକା। ଆଜି ସକାଳୁ ତାଙ୍କ ମୃତଦେହ ନଦୀରୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ଖେଳି ଯାଇଛି ।
ଘଟଣା ସମ୍ପର୍କରେ ଖବର ପାଇବା ପାରେ ପୋଲିସ ପହଞ୍ଚି ଅନୁଧ୍ୟାନ କରିଛି। ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରୁଛି। ମୋବାଇଲ କଲକୁ ଆଧାର କରି ପଦକ୍ଷେପ ନେଇଛି ପୋଲିସ। ଘଟଣା ପଛରେ ପ୍ରେମ ସମ୍ପର୍କ ଥିବା ଅନୁମାନ କରାଯାଉଛି। ସେପଟେ ପରିବାର ଲୋକେ ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି ଏବଂ ଶେଷରେ ନଦୀରେ ମୃତ ଦେହକୁ ଫୋପାଡ଼ି ଦିଆଯାଇଛି ବୋଲି କହିଛନ୍ତି ପରିବାର ଲୋକେ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିବା ସହ ଏ ମାମଲରେ ଅଧିକ ତଦନ୍ତ ଚଳାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ