ETV Bharat / city

ଧଉଳି ମର୍ଡର ପଛରେ ଯୋଜନାବଦ୍ଧ ହତ୍ଯା ! ଅନୈତିକ ସମ୍ପର୍କରୁ ଯାଇଥାଇପାରେ ମୁଣ୍ଡ

ଧଉଳି ଥାନା ସରଦେଇପୁର ଡାକବଙ୍ଗଳା ନିକଟ ଦୟାନଦୀ ପଠାରେ ଅଜଣା ଯୁବକଙ୍କ ମୃତଦେହ ଠାବ କରାଯାଇଛି । ଯୁବକ ଜଣଙ୍କ ଜିନ୍ସ ପାଣ୍ଟ ଓ ଚେକ ସାର୍ଟ ପିନ୍ଧିଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

author img

By

Published : May 11, 2021, 7:23 AM IST

ଧଉଳି ମର୍ଡର ପଛରେ ଯୋଜନାବଦ୍ଧ ହତ୍ଯା
ଧଉଳି ମର୍ଡର ପଛରେ ଯୋଜନାବଦ୍ଧ ହତ୍ଯା

ଭୁବନେଶ୍ବର: ଧଉଳି ଥାନା ସରଦେଇପୁର ଡାକବଙ୍ଗଳା ନିକଟ ଦୟାନଦୀ ପଠାରେ ଅଜଣା ଯୁବକଙ୍କ ମୃତଦେହ ଠାବ କରାଯାଇଛି । ଯୁବକ ଜଣଙ୍କ ଜିନ୍ସ ପାଣ୍ଟ ଓ ଚେକ ସାର୍ଟ ପିନ୍ଧିଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଏସପି ବିଷ୍ଣୁ ଚରଣ ପାତ୍ର । ରାତିରେ ବର୍ଷା ପୂର୍ବରୁ ମୃତଦେହ ଫିଙ୍ଗାଯାଇଛି କାରଣ ସେଠାରେ କୌଣସି ଗୋଟିଏ ବି ପାଦଚିହ୍ନ ନାହିଁ । ବର୍ଷା ପାଣିରେ ବାଲି ଧୋଇଯିବାରୁ କିଛି ଜଣାପଡୁନି ।

ଧଉଳି ମର୍ଡର ପଛରେ ଯୋଜନାବଦ୍ଧ ହତ୍ଯା

ଘଟଣାସ୍ଥଳରେ ଏକ ପରିତ୍ୟକ୍ତ ସ୍ଥାନରୁ ଗାଡି ଚାବି ମିଳିଛି ହେଲେ ଚାବି ମିଳିଥିବା ସ୍ଥାନରେ କୌଣସି ପାଦ ଚିହ୍ନ ନାହିଁ। ଗାଡିଠୁ ମୃତଦେହ ମିଳିଥିବା ସ୍ଥାନ ପର୍ଯ୍ୟନ୍ତ କୌଣସି ପାଦଚିହ୍ନର ବି ସୁରାକ ମିଳିନି। ବର୍ଷା ପାଇଁ ସେସବୁ ଧୋଇଯାଇଥିବା ସନ୍ଦେହ ହେଉଛି ତେବେ ମୃତକଙ୍କ ଭାଇ କହିବାନୁସାରେ ମୃତକ ହେଲେ ଜଗନ୍ନାଥ ମହାରଣା, ଘର ଗଞ୍ଜାମ କୋଦଳା। ସେଠାରେ ଜଗନ୍ନାଥ ପାଇପ ମିସ୍ତ୍ରି ଓ ଟାଇଲ କାମ ମଧ୍ୟ କରୁଥିଲେ । ତେବେ ଲକ୍ଷ୍ମୀସାଗରର ଜଣେ ମାଲିକ ପାଖରେ ସେ କାମ କରୁଥିଲେ । ମାଲିକଙ୍କ ସ୍କୁଟି ଓ ହେଲମେଟ ମଧ୍ୟ ବ୍ୟବହାର କରୁଥିଲେ, ଯାହାକି ଘଟଣାସ୍ଥଳରୁ ମିଳିଛି ।

ମାଲିକଙ୍କ କହିବାନୁସାରେ ପୂର୍ବରୁ ସେ ଅନେକ ଜାଗାରେ କାମ କରି ତାଙ୍କ ପାଖରେ ପହଞ୍ଚିଥିଲା। ତେବେ ସେ ମୋବାଇଲରେ ଅନେକ ସମୟରେ କଥାବାର୍ତ୍ତା ହୁଅନ୍ତି । ମୋବାଇଲ ଲାଷ୍ଟ ଲୋକୋସନ୍ ଅନୁସାରେ, ମୃତଦେହ ମିଳିଥିବା ସ୍ଥାନରେ କେଉଁଠି ଗୋଟେ ମୋବାଇଲ ଫୋପଡାଯାଇଥିବାର ସନ୍ଦେହ କରାଯାଉଛି । ତେବେ ତମାମ ଦିଗକୁ ଦେଖିଲେ ପୋଲିସ ମୋବାଇଲର କଲ ଡିଟେଲ କହିବ ହତ୍ୟାକାରୀର ସୁରାକ।

ତେବେ ତାଙ୍କୁ ଅନ୍ୟତ୍ର ହତ୍ୟା କରି ସେଠାରେ ଆଣି ଫିଙ୍ଗିଦେଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରାଯାଉଛି। ପ୍ରେମ କାରବାର ନଚେତ ଅନୈତିକ ସମ୍ପର୍କରୁ ଶତୃତା ବୋଲି ପୋଲିସ ସନ୍ଦେହ ଘେରକୁ ନେଇ ସରଦେଇପୁର ଡାକବଙ୍ଗଳା ହତ୍ୟାକାଣ୍ଡର ଗୁମର ଖୋଜୁଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ପରେ ଜଣାପଡିବ ମୃତଦେହ ମିଳିବାର କେତେ ସମୟ ପୁର୍ବରୁ ହୋଇଛି ହତ୍ୟାକାଣ୍ଡ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.