ETV Bharat / city

ରାଜଧାନୀରେ ଅପରାଧିଙ୍କ ନୂଆ ଟ୍ରିକ, ଟେନସନରେ କମିଶନରେଟ ପୋଲିସ - bhubaneswar news

ରାଜଧାନୀରେ ନକଲି ବନ୍ଧୁକରେ ହେଉଛି ଅସଲି ଆତଙ୍କ । କମିଶନରେଟ ପୋଲିସ ପାଇଁ ଏହା ଏବେ ସାଜିଛି ଚିନ୍ତାର କାରଣ । ଅଧିକ ପଢନ୍ତୁ

ରାଜଧାନୀରେ ଅପରାଧିଙ୍କ ନୂଆ ଟ୍ରିକ, ଟେନସନରେ କମିଶନରେଟ ପୋଲିସ

author img

By

Published : Nov 14, 2021, 8:33 PM IST

ଭୁବନେଶ୍ବର: ଆତଙ୍କର ଚକ୍ରବ୍ୟୁହରେ ରାଜଧାନୀ ଭୁବନେଶ୍ଵର। ଆତଙ୍କ ଅସଲି ହେଲେ ବନ୍ଧୁକ ନକଲି। କେଉଁଠି ଦାଦାବଟି ତ କେଉଁଠି ଭାଇଗିରି।ଆଉ କେଉଁଠି ଅପରାଧ ଜଗତରେ ପାଦ ଦେବାକୁ ଆପଣାଉଥିଲେ ନୁଆ ଟ୍ରିକ। ଏଥର କିନ୍ତୁ ଅସଲି ଆତଙ୍କ ହେଲେ ନକଲି ବନ୍ଧୁକରେ। ଏଭଳି କିଛି ଟ୍ରିକ ଆପଣେଇ ଭୁବନେଶ୍ଵରରେ ଆତଙ୍କ ସୃଷ୍ଟି କରିଛନ୍ତି ଦୁବୃର୍ତ୍ତ । ବିଗତ ଦିନରେ ସେଭଳି କିଛି ଆତଙ୍କ ମଚାଇଥିବା ରକ୍ତ ଚରିତ୍ର ଗ୍ୟାଙ୍ଗକୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ ଜାଣିବାକୁ ପାଇଛି ପୋଲିସ।

ରାଜଧାନୀରେ ଅପରାଧିଙ୍କ ନୂଆ ଟ୍ରିକ, ଟେନସନରେ କମିଶନରେଟ ପୋଲିସ

କିଭଳି ନକଲି ବନ୍ଧୁକରେ ଆତଙ୍କର ଖୋଳ ବିଛାଇଥିଲେ ଏହି ଗ୍ୟାଙ୍ଗ। ନକଲି ବନ୍ଧୁକର ଭିଡିଓ କରି ମାର୍କେଟରେ ଭାଇରାଲ କରୁଥିଲେ । ଆଉ ଆତଙ୍କ ସୃଷ୍ଟି କରି ଭାଇଗିରି ଦେଖାଉଥିଲେ। ଯାହାର‌ ସୁରାକ ଆଧାରରେ ନୟାପଲ୍ଲୀ ପୋଲିସ କିଛି ମାରଣାସ୍ତ୍ର ସହ ୨ଟି ନକଲି ଖେଳଣା ବନ୍ଧୁକ ଜବତ କରିଛି ପୋଲିସ। କେବଳ ଏହି ଘଟଣା ନୁଆ ନୁହେଁ । ଏଭଳି ଘଟଣା ଚଳିତ ମାସ ଭିତରେ ଅନେକ‌ ଘଟିଛି । ନଜର ପକାନ୍ତୁ ୧୦ ନଭେମ୍ବର ଚନ୍ଦ୍ରଶେଖରପୁର ଥାନା ପଟିଆ ଶ୍ରୀବିହାର ଅଞ୍ଚଳରେ। ଏକ ଗ୍ରୋସରୀ ଦୋକାନରୁ ଖେଳନା ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିଲା ଦୁବୃର୍ତ୍ତ । ବନ୍ଧୁକକୁ କକ କରିବା ଫାୟାରି କରିବାର ଅଭିନୟ ବେଳେ ଜଣେ ୧୨ବର୍ଷର ବାଳକ ଦେଖିଦେଇଥିଲା । ନକଲି ବନ୍ଧୁକ ବୋଲି ଜଣାପଡିବା ପରେ ଅଭିଯୁକ୍ତକୁ ମାଡି ବସିଥିଲେ ଲୋକ । ପରେ ଅଭିଯୁକ୍ତକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏହାସହ ନକଲି ବନ୍ଧୁକ ମଧ୍ୟ ଜବତ କରିଥିଲା ।

ସେହିପରି ୧ ନଭେମ୍ବର ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଲୁଟ ପାଇଁ ମା ଓ ଝିଅଙ୍କୁ ଆକ୍ରମଣ ଘଟଣା। ନକଲି ବନ୍ଧୁକ ଧରି ଭୟଭିତ କରାଇ ଲୁଟ ପାଇଁ ଉଦ୍ୟମ ବେଳେ ଧରାପଡି ଯାଇଥିଲା ଅଭିଯୁକ୍ତ। କିପରି ନକଲି ବନ୍ଧୁକ ସହ ଛୁରି ଆକ୍ରମଣ କରି ରଚିଥିଲା ଆତଙ୍କ। ଏହି ଘଟଣାରେ ଦୁଇଜଣ ଗିରଫ ସହ ନକଲି ବନ୍ଧୁକକୁ ଜବତ କରିଥିଲା ପୋଲିସ । ଅନ୍ୟପଟେ ୩୧ଅଗଷ୍ଟ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଞ୍ଚଳର ଅଟଳା ଏସବିଆଇ ବ୍ରାଞ୍ଚରୁ ନକଲି ବନ୍ଧୁକରେ ଭୟଭିତ କରାଇ ୮ଲକ୍ଷ ଟଙ୍କା ଲୁଟ ହୋଇଥିଲା । ଲୁଟ କରି ଫେରାର ହେଉଥିବା ବେଳେ ଲୋକଙ୍କ ହାତରେ ଧରା ପଡିଥିଲା ଅଭିଯୁକ୍ତ । ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନକଲି ବନ୍ଧୁକ ଜବତ କରିଥିଲା ପୋଲିସ।

୧ ଜୁଲାଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ନକଲି ବନ୍ଧୁକ ଦେଖାଇ ମଦ ଦୋକାନରୁ ଲୁଟପାଟ କରିଥିଲେ ଦୁଇ ଅଭିଯୁକ୍ତ। ଘଟଣାରେ ୨ଜଣକୁ ଗିରଫ ସହ ଗୋଟିଏ ଅସଲି ଓ ଗୋଟିଏ ନକଲି ବନ୍ଧୁ ଜବତ ହୋଇଥିଲା । ୧୮ ଏପ୍ରିଲ ଖଣ୍ଡଗିରି ଥାନା ସପୁର ଅଞ୍ଚଳରେ ଏକ ଏଟିଏମ ସାମ୍ନାରେ ନକଲି ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିଲା ଏଟିଏମର ସିକ୍ୟୁରିର୍ଟି ଗାର୍ଡ। ଏହି କେସରେ ଜଣଙ୍କୁ ଗିରଫ କରିବା ସହ ନକଲି ବନ୍ଧୁକ ଜବତ କରିଥିଲା ପୋଲିସ। ୨୧ଫେଵୃଆରି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ନକଲି ବନ୍ଧୁକ ଦେଖାଇ ସ୍ନାଚିଂ ଓ ଆତଙ୍କ ମଚାଇଥିବା ଏକ ୪ଜଣିଆ ଗ୍ୟାଙ୍ଗକୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ନକଲି ବନ୍ଧୁକ, ସୁନା ଗହଣା ଓ ମୋବାଇଲ ଜବତ କରିଥିଲା ପୋଲିସ।

ଏହିଭଳି ଢଙ୍ଗରେ ରାଜଧାନୀରେ ନକଲି ବନ୍ଧୁକ ଦେଖାଇ ଲୁଟପାଟ ଠାରୁ ଆରମ୍ଭ କରି ଦାଦାବଟି ଓ ଭାଇଗିରି ରଚୁଛନ୍ତି ଆତଙ୍କକାରୀ । ଏନେଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁଥିଲେ ବି ସାବାଡ ହେଉ ନାହାଁନ୍ତି ଦୁବୃର୍ତ୍ତ । ତଥାପି ଏହି ଟ୍ରେଣ୍ଡ ରାଜଧାନୀରେ ଦିନକୁ ଦିନ ଦେଖିବାକୁ ମିଳୁଛି। ଏନେଇ ଭୁବନେଶ୍ଵର ଡିସିପି ପ୍ରତିକ୍ରିୟା ରଖିଛନ୍ତି । ଆଇନରେ ପ୍ରାବଧାନ ରହିଛି ଯେ ଯେଉଁମାନେ ଏଭଳି କରୁଛନ୍ତି । ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ହେଉଛି। ହେଲେ ଏଭଳି ନକଲି ବନ୍ଧୁକ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ କି କାର୍ଯାନୁଷ୍ଠାନ ନିଆଯିବ । ସେ ନେଇ କୈଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ। ନକଲି ବନ୍ଧୁକର ଆତଙ୍କ ଏବେ ପୋଲିସ ପାଇଁ ଟେନସନ ବଢାଇ ଦେଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.