ETV Bharat / city

ମାଟ୍ରିକ ପାସ କଲେ ଦାନ ମାଝୀଙ୍କ ଝିଅ - ମାଟ୍ରିକ ପାସ କସେ ମାଝୀଙ୍କ ଝିଅ

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି । ସ୍କୁଲର ୬୨୯ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଧିକ ପଢନ୍ତୁ...

କିସରୁ ମାଟ୍ରିକ ପାସ କଲେ ଦାନ ମାଝୀଙ୍କ ଝିଅ
କିସରୁ ମାଟ୍ରିକ ପାସ କଲେ ଦାନ ମାଝୀଙ୍କ ଝିଅ
author img

By

Published : Jun 25, 2021, 9:53 PM IST

ଭୁବନେଶ୍ବର: କିସ୍‍ରୁ ମାଟ୍ରିକ୍‍ ପାସ କଲେ ଦାନ ମାଝୀଙ୍କ ଝିଅ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି । ସ୍କୁଲର ୬୨୯ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ରାଜ୍ୟ ଫଳାଫଳ ୯୭.୮୯ ପ୍ରତିଶତ ହୋଇଥିବା ବେଳେ କିସର ପାସ୍ ହାର ଶତ ପ୍ରତିଶତ ହୋଇଛି । ଚଳିତ ବର୍ଷ କିସ୍‌ର ମୋଟ ୧୯୦୦ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ଦେଇଥିଲେ । ଗଜପତି ଜିଲ୍ଲା ସଉରା ସମ୍ପ୍ରଦାୟର ମୋହନ ଚରଣ ରଇତ ସର୍ବାଧିକ ୫୪୦ ନମ୍ବର ରଖି କିସ୍‍ ଟପର ହୋଇଛନ୍ତି ।

ଚଳିତ ବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୫୭୩ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ କୃତକାର୍ଯ୍ୟ ହୋଇଛନ୍ତି ।

ସେ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସରେ ରହି ପାଠ ପଢୁଛନ୍ତି । ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅର୍ନ୍ତଗତ ମେଲଘର ଗାଆଁର ଦାନ ନିଜ ପତ୍ନୀଙ୍କ ମୃତଦେହକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ଚର୍ଚ୍ଚାକୁ ଆସିଥିଲା ।

ସେତେବେଳେ ଏହି ଘଟଣା କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ସେ ଦାନଙ୍କ ତିନି ଝିଅଙ୍କୁ କିସରେ ରଖି ପାଠ ପଢ଼ାଇବାର ବନ୍ଦୋବସ୍ତ କରିଥଲେ । ଦାନଙ୍କ ଝିଅ ମାଟ୍ରିକ୍‍ ପାସ କରିବା ପରେ କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଅସମୟରେ କିସ୍‍ ସାହାଯ୍ୟର ହାତ ବଢାଇବାରୁ ଶୁକ୍ରବାର ତାଙ୍କ ବଡ଼ଝିଅ ମାଟ୍ରିକ୍‍ ପାସ କରିପାରିଛି ଏବଂ ଅନ୍ୟ ଦୁଇ ଝିଅ କିସରେ ଭଲରେ ରହି ପାଠ ପଢ଼ି ପାରୁଛନ୍ତି ବୋଲି ସେମାନେ କହିଛନ୍ତି ।

କିସ୍‍ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.