ଭୁବନେଶ୍ବର: ରାଜନୀତିରୁ ଅବସର ନେବେ ଦାମ ରାଉତ । ଏନେଇ ଖୁବ ଶୀଘ୍ର ସେ ଘୋଷଣା କରିବେ । ଆଜି ଦାମ ବାବୁ ଏପରି କହି ଗଣମାଧ୍ୟମର ଶିରୋନାମାରେ ରହିବାକୁ ଉଦ୍ୟମ କରିଛନ୍ତି ।
ଦାମ କହିଛନ୍ତି, ବିଜେଡିରୁ ବହିଷ୍କାର ହେଲା ପରେ ବିଜେପି ପ୍ରଲୋଭିତ କରିଥିଲା । ‘ହେଲିକପ୍ଟର ଦେଲା, ଚାରିଆଡେ ବୁଲେଇଲା । ହେଲେ ନିର୍ବାଚନ ସରିଲା ପରେ ଆଉ ପଚାରୁ ନାହାନ୍ତି । ଆଉ ଏବେ ସେ ବିଜେପି ସଂଶ୍ଲିଷ୍ଟ ଥିଲା ପରି ମନେ କରୁନାହାନ୍ତି ।’ ଏଥିଯୋଗୁଁ ନିର୍ବାଚନରେ ଅବତୀର୍ଣ୍ଣ ହେବାର ନାହିଁ ବୋଲି ଦାମ କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ